ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଭିଡ଼ ଦେଖି ଫେରି ଯାଉ ଥିଲେ , ଝିଅର ମୁଣ୍ଡରେ ପଶି ଗଲା ଲୁହା କଣ୍ଟା : ଜଣେ ପିତାଙ୍କ ମୁହଁରେ ଦିଲ୍ଲୀ ଦଳାଚକଟାର ଦୁଃଖଦ କଥା

Published By : Prameya | February 16, 2025 10:54 PM

ନୂଆଦିଲ୍ଲୀ – ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଶନିବାରର ସେହି କାଳରାତିର କଥା। ଦଳାଚକଟାରେ ୧୮ ଜଣ ଲୋକଙ୍କ ମୃତ୍ୟୁକୁ ନେଇ ଯେକେହି ଚିନ୍ତାରେ। ଏହି ୧୮ ଲୋକଙ୍କ ମଧ୍ୟରେ ୧୧ ଜଣ ମହିଳା ଓ ୫ଜଣ ପିଲା ମଧ୍ୟ ସାମିଲ ଥିଲେ। ଏବେସୁଦ୍ଧା ମାମଲାରେ ଅନେକ ପ୍ରତ୍ୟେକ୍ଷଦର୍ଶୀ ଏହି ଭୟଙ୍କର ଘଟଣାର କଥାକୁ ବଖାଣି ସାରିଛନ୍ତି। ଏହି ଦଳାଚକଟାରେ ଜଣେ ୭ ବର୍ଷ ବୟସର କୋମଳମତି ନିରୀହ ଝିଅର  ମୃତ୍ୟୁ ହୋଇ ଯାଇଛି। ନାବାଳିକାଙ୍କ ପିତା କହିଛନ୍ତି କି , ଭିଡ଼ ଦେଖି ସେ ସ୍ଥିର କରିଥିଲେ ଘରକୁ ଫେରିଯିବେ ଏବଂ ସେ ନିଜ ପରିବାରକୁ ନେଇ ଫେରି ଯାଉ ଥିଲେ , କିନ୍ତୁ ସେତିକି ବେଳେ ତାଙ୍କର ଝିଅ ଭିଡ଼ରେ ଫସି ଗଲା ଏବଂ ଏକ ଲୁହା କଣ୍ଟା ତାଙ୍କ ମୁଣ୍ଡରେ ପଶି ଯାଇଥିଲା।

ଝିଅର ମୃତ୍ୟୁ ପାଇଁ ନିଜକୁ ଦୋଷୀ ଦର୍ଶାଇ ଓପିଲ କହିଛନ୍ତି କି, ସେ ଏହା ପୂର୍ବରୁ ଯଦି ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥାନ୍ତେ ,ତ ତାଙ୍କ ଝିଅ ରିୟା ତାଙ୍କ ସହ ଥାନ୍ତା। କୋହ ଭରା କଣ୍ଠରେ ଓପିଲ କହୁଛନ୍ତି , ଯେବେ ସିଡିରେ ସେ ଚଢୁ ଥିଲେ , ସେତେବେଳେ ପାଖାପାଖି ୫ ହଜାର ଲୋକଙ୍କ ଭିଡ଼ ହୋଇଥିଲା , ଯେଉଁଥିରେ ହଠାତ୍‌ ସେମାନେ ତଳ ଆଡ଼କୁ ମାଡ଼ି ଆସିଲେ। ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରିଣ ହୀନ ହୋଇଗଲା। ବ୍ରିଜ୍‌ରୁ କିଏ ବ୍ୟାଗ୍‌ , କିଏ ବୋତଲ , କିଏ କିଛି ଫିଙ୍ଗୁ ଥିଲେ। ଜୀବନ ବଞ୍ଚାଇବାକୁ ଲୋକେ ଏପଟସେପଟ ଦୌଡ଼ୁ ଥିଲେ। 

ଦୁର୍ଘଟଣାରେ ଅଧିକ ତାଙ୍କର ମୃତ୍ୟୁ ହୋଇଥିଲା , ଯିଏ ନିଜ ଘରକୁ ଫେରିବାକୁ ଚାହୁଁଥିଲେ ଏବଂ ସିଡିରେ ଚଢୁଥିଲେ ବା ସିଡି ପାଖରେ ଥିଲେ। ଭୟାନକ ଦୁର୍ଘଟଣାକୁ ବଖାଣି ଓପିଲ କୁହନ୍ତି କି , ଦୁର୍ଘଟଣାରେ ଯେଉଁ ଲୋକଙ୍କ ମୃତ୍ୟୁ ହୋଇଥିଲା, ତାଙ୍କର ଜିଭ ବାହାରକୁ ବାହାରି ଆସିଥିଲା। ଯିଏ ଆହତ ଥିଲେ , ତାଙ୍କର ନାକରୁ ରକ୍ତ ବାହାରୁ ଥିଲା। ଚାରିଆଡ଼େ ତ୍ରାହି ତ୍ରାହି ସ୍ଥିତି ଥିଲା। ଓପିଲଙ୍କୁ ଏହି କଥାର ଅବଶୋଷ କି , ସେ ଘରକୁ ଫେରିବାର ନିଷ୍ପତ୍ତି ଶେଷ ସମୟରେ କାହିଁକି ନେଲେ। ଯଦି କିଛି ସମୟ ପୂର୍ବରୁ ଘର ଫେରିବାକୁ ନିଷ୍ପତ୍ତି ନେଇଥାନ୍ତେ , ତ ଆଜି ରିୟାର ଜୀବନ ବଞ୍ଚି ଯାଇଥାନ୍ତା। 

ଦୁର୍ଘଟଣା ପରେ ସାଗରପୁର ଅଞ୍ଚଳରେ ଯିଏ କି ପିଲାଟିର ମୃତ୍ୟୁ ଖବର ଶୁଣିଲେ , ସେ ଓପିଲଙ୍କୁ ଶାନ୍ତ୍ୱନା ଦେବାକୁ ତାଙ୍କ ପାଖରେ ପହଞ୍ଚି ଥିଲେ। ସେଥିରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ ରାଜପୁତ ମଧ୍ୟ ଥିଲେ। ଏବେ ଏହି ଘଟଣାର ଯାଞ୍ଚ ହେଉଛି, ଯିଏ ବି ଦୋଷୀ, ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେଉ , ଯାହାକି ଭବିଷ୍ୟତରେ ଏମିତି ଘଟଣା ଆଉ ଘଟିବ ନାହିଁ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.