ପ୍ରମୂଖ ଖବର
  • ୧୯୮୪ ଶିଖ୍‌ ଦଙ୍ଗା ମାମଲା, ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ
  • ||
  • ଚିକିଟି ମଦ ମୃତ୍ୟୁ ମାମଲା, ୬ ମାସ ପରେ ଅବକାରୀ କମିଶନରଙ୍କ ତଦନ୍ତ ଆରମ୍ଭ
  • ||
  • ବିଧାନସଭାର CAG ରିପୋର୍ଟ, ମଦନୀତିରେ ଦିଲ୍ଲୀ ସରକାରଙ୍କୁ ୨ ହଜାର କୋଟିର କ୍ଷତି
  • ||
  • ନିମାପଡ଼ାରୁ ନକଲି ପରୀକ୍ଷାର୍ଥୀ ଗିରଫ, ଆଡମିଟ୍ କାର୍ଡରେ ଫଟୋ ମ୍ୟାଚ୍ ନହେବାରୁ ଧରାପଡ଼ିଲେ
  • ||
  • ଚାପଡରେ ହାଣି ପ୍ରେମିକା ସହ ୬ଜଣଙ୍କୁ ବିଭତ୍ସ ହତ୍ୟା, ଥାନାରେ ଆତ୍ମସମର୍ପଣ କଲେ ଯୁବକ
  • ||
  • ଉଦଳା; ସୀମା ଟପିଗଲା ଅମାନୁଷିକତା। ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିଦେଲେ ବୋଲି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ନିର୍ଘାତ ମାଡ଼
  • ||
  • ପୋଲିସକୁ ଚକମା ଦେଇ ଚମ୍ପଟ୍ ମାରିବା ବେଳେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣା, ଡ୍ରାଇଭର୍ ଫେରାର୍
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟକ୍କର, ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍
  • ||
  • ରାଜ୍ୟରେ ୪ଦିନ ଯାଏ ଶୁଖିଲା ପାଗ, ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଓଡ଼ିଶାରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ, ବଙ୍ଗୋପସାଗର କେନ୍ଦ୍ରସ୍ଥଳ
  • ||

MMRDA ବିରୋଧରେ ଫ୍ରାନ୍ସ କମ୍ପାନୀର ଦୁର୍ନୀତି ଅଭିଯୋଗ , କୂଟନୀତିକ ହସ୍ତକ୍ଷେପ ପାଇଁ କଲା ଦାବି

Published By : Prameya | February 25, 2025 6:10 PM

ମୁମ୍ୱାଇ : ମୁମ୍ୱାଇରେ ମେଟ୍ରୋ ନିର୍ମାଣର ରୂପରେଖ ପ୍ରସ୍ତୁତ କରିବା ଓ ଏହାର ଦେଖାଶୁଣା କରୁଥିବା ଫ୍ରାନ୍ସ ଇଞ୍ଜିନିୟରିଂ ଜିଆଣ୍ଟ ସିଷ୍ଟ୍ରା, ନିୟୋଜନ ଏଜେନ୍ସି , ମୁମ୍ୱାଇ ମହାନଗର ଅଞ୍ଚଳ ବିକାଶ ପ୍ରାଧିକରଣ ( MMRDA )ର ବରିଷ୍ଠ ଅଧିକାରୀଙ୍କ ଉପରେ ଦୁର୍ନୀତିର ଅଭିଯୋଗ ଲଗାଇଛି । ଏହା ଉପରେ ଅଯଥା ଅନୁଗ୍ରହ ଓ ବିଳମ୍ୱିତ ଦେୟ ନେଇ ଅଭିଯୋଗ କରିଛି। ସରକାରଙ୍କୁ ପଠାଯାଇ ଥିବା ଅଭିଯୋଗରେ ଠିକାଦାରଙ୍କ ଅର୍ଡର ବୃଦ୍ଧି କରିବା ପାଇଁ ଫାର୍ମ ବା କମ୍ପାନୀ ଉପରେ ଚାପ ପକାଇବା , ପ୍ରମୁଖ କର୍ମଚାରୀଙ୍କ ପାଇଁ ଅନୁମୋଦନ ରୋକିବା ଓ ମନଇଚ୍ଛା ଜୋରିମନା ଲଗାଇବା ସାମିଲ ରହିଛି। 

ଏନେଇ ସିଷ୍ଟ୍ରା କୂଟନୀତିକ ହସ୍ତକ୍ଷେପ ପାଇଁ ଦାବି କରିଛି। ୧୨ ନଭେମ୍ୱର , ୨୦୨୪ରେ ଲେଖା ଯାଇ ଥିବା ଏକ ଚିଠିରେ , ଫ୍ରାନ୍ସ ଦୂତାବାସ ଦିଲ୍ଲୀରେ ମହାରାଷ୍ଟ୍ରର ରେସିଡେଣ୍ଟ କମିଶନର ରୂପିନ୍ଦର ସିଂହଙ୍କୁ ଫାର୍ମ ପାଇଁ ହସ୍ତକ୍ଷେପ କରିବାକୁ କହିଛି , ଯିଏକି ଏମଏମଆରଡିଏ ପ୍ରକଳ୍ପରେ ସାଧାରଣ ପରାମର୍ଶଦାତା ଭାବେ କାମ କରିବା ସମୟରେ “ଗୁରୁତର ଉତ୍ପୀଡ଼ନ ଓ ଚ୍ୟାଲେଞ୍ଜ” ଥିବା କଥା କହିଛନ୍ତି।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ୍‌ କହିଛନ୍ତି ଯେ, ଅଭିଯୋଗ ତାଙ୍କ ପାଖରେ ଏଯାଏ ପହଞ୍ଚି ନାହିଁ, କିନ୍ତୁ ସେ ମୁଖ୍ୟ ସଚିବ ସୁଜାତା ସୌନିକଙ୍କ ସହ କଥା ହେବେ। ଫଡଣବିସ୍‌ ଟାଇମ୍ସ ଅଫ୍‌ ଇଣ୍ଡିଆକୁ କହିଛନ୍ତି ,  ସ୍ୱଚ୍ଛତା (ଟ୍ରାନ୍ସପାରେନ୍ସି) ଆମ ପ୍ରଶାସନର ମୂଳ କେନ୍ଦ୍ର।  ଆମେ ଏହା ସୁନିଶ୍ଚିତ କରିବୁ ଯେ, ଏହାକୁ ଯେକୌଣସି ମୂଲ୍ୟରେ ପୁନଃ ସ୍ଥାପିତ କରାଯିବ। 

ନିଜର ଜବାବରେ ଏମଏମଆରଡିଏ ଅଭିଯୋଗ ଗୁଡ଼ିକୁ ଭିତ୍ତିହୀନ କହିଛି ଏବଂ ଏଜେନ୍ସି ଓ ତାଙ୍କ କର୍ମୀଙ୍କର ପ୍ରତିଷ୍ଠାକୁ ଖରାପ କରିବାକୁ, ଜାଣିଶୁଣି ଏହା କରାଯାଉ ଥିବା ପ୍ରୟାସ ବୋଲି ଦର୍ଶାଇଛି। ଦୂତାବାସ ମାଧ୍ୟମରେ ପଠାଯାଇ ଥିବା ସିଷ୍ଟ୍ରାର ଅଭିଯୋଗରେ, ଭାରତରେ ରେଳ ଓ ମେଟ୍ରୋ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଏହାର ରେକର୍ଡ ଉପରେ ଆଲୋକପାତ କରାଯାଇଛି ।  କୁହାଯାଇଛି ଯେ, ଅଗଷ୍ଟ ୨୦୨୩ରୁ , ସିଷ୍ଟ୍ରାକୁ ନିଜର ଦୈନିକ ପରିଚାଳନାରେ ଗୁରୁତର ସମସ୍ୟା ଗୁଡ଼ିକର ସାମନା କରିବାକୁ ପଡ଼ୁଛି , ଯାହା ଜାନୁୟାରୀ ୨୦୨୪ରେ ଦେୟର ପେମେଣ୍ଟରେ ସ୍ଥଗିତ ବି ବଢିଯାଇଛି।

ଏହା ଅନୁରୋଧ କରାଯାଇଛି ଯେ ,ମାମଲାକୁ ଖୁବ୍‌ ଗୁରୁତର ସହ ଅନୁଧ୍ୟାନ କରାଯାଉ ଏବଂ ଏହାର ସ୍ଥିତିକୁ ସମାଧାନ କରିବା ପାଇଁ ରେସିଡେଣ୍ଟ କମିଶନରଙ୍କ ହାତରେ ଛାଡ଼ି ଦିଆ ଯାଉ। ଏହା କହିଛି ଯେ, ସିଷ୍ଟ୍ରା ବାହ୍ୟ ଚାପ ବିନା , ଶାନ୍ତି ଓ ସହଯୋଗ ମାହୋଲରେ ପରସ୍ପରର ଲାଭ ପାଇଁ ଏମଏମଆରଡିଏ ସହ ମିଶି କାମ କରିବାକୁ ଇଚ୍ଛୁକ। 

ସିଷ୍ଟ୍ରା କହିଛି ଯେ, ଏମଏମଆରଡିଏ  ରେ ନେତୃତ୍ୱ ପରିବର୍ତ୍ତନ ପରେ ଅଗଷ୍ଟ ୨୦୨୩ରେ ସମସ୍ୟା ଆରମ୍ଭ ହୋଇଛି। ମୁମ୍ୱାଇର ମେଟ୍ରୋ ଲାଇନ୍‌ ୫,୬,୭ଏ,୯ ,୧୦ ଓ ୧୨ ପାଇଁ ସାଧାରଣ ପରାମର୍ଶଦାତା ଓ ଲାଇନ ୨ଏ , ୭ ଓ ସମ୍ୱନ୍ଧିତ ଜଡିପୋ ପାଇଁ ବିସ୍ତୃତ ଡିଜାଇନ ପ୍ରୋଭାଇଡର ଭାବେ , କମ୍ପାନୀର ଅଭିଯୋଗ ଯେ ଏମଏମଆରଡିଏ  ର ଅଧିକାରୀମାନେ ଆର୍ଥିକ ଲାଭ ପାଇଁ ଚାପ ପକାଇବା ଆରମ୍ଭ କରିଦେଇଛନ୍ତି, ଯାହାକୁ ଉଚ୍ଚ ଅଧିକାରୀଙ୍କ ଦାବି ଭାବେ ଲୁଚା ଯାଇଥିଲା। 

ଅନ୍ୟପଟେ ସମସ୍ତ ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ , ଏମଏମଆରଡିଏ  କହିଛି କି, ସମ୍ୱନ୍ଧିତ ବିଭାଗରୁ ଏକ ବିସ୍ତୃତ ରିପୋର୍ଟ ମଗା ଯାଇ ଥିଲା ଏବଂ ଅନୁଧ୍ୟାନ ପାଇଁ ସରକାରଙ୍କୁ ପ୍ରଦାନ କରାଯାଇ ଥିଲା। ସିଷ୍ଟ୍ରା ଦ୍ୱାରା ଅନେକ ଚୁକ୍ତି ଭିତ୍ତିକ ଓ ନିୟାମକ ଉଲ୍ଲଂଘନ ହୋଇଥିବା ରିପୋର୍ଟରେ ଖୁଲାସା ହୋଇଥିଲା, ଯାହା ୪,୨୭ ପ୍ରତିଶତର ପ୍ରାରମ୍ଭିକ ପେମେଣ୍ଟ ବୃଦ୍ଧିରୁ ଆଗକୁ ବଢି ଶୁଳ୍କରେ ୧୦ ପ୍ରତିଶତରେ ପହଞ୍ଚି ଯାଇଥିବା ଏହା କହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.