ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

Pakistan: ଶିବରାତ୍ରୀ ପାଳିବାକୁ ପାକିସ୍ତାନରେ ପହଞ୍ଚିଲେ ୧୦୦ରୁ ଅଧିକ ଭାରତୀୟ, ଜାଣନ୍ତୁ କ’ଣ ରହିଛି ପୁରା ଖବର...

Published By : Bijay Swain | February 25, 2025 11:02 PM

Image courtesy: patrika.com

ନୂଆଦିଲ୍ଲୀ: ଭାରତରୁ ୧୦୦ରୁ ଅଧିକ ହିନ୍ଦୁ ତିର୍ଥଯାତ୍ରୀଙ୍କ ଏକ ଦଳ ସୋମବାର ପାକିସ୍ତାନର ଲାହୋର ଗସ୍ତ କରିଛନ୍ତି। ଏହି ଦଳ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା କଟାସ ରାଜ ମନ୍ଦିରରେ ହେବାକୁ ଥିବା ମହାଶିବରାତ୍ରୀ ଉତ୍ସବରେ ସାମିଲ ହେବେ। ଇବେକ୍ୟୁୟି ଟ୍ରଷ୍ଟ ପ୍ରପୋଟି ବୋର୍ଡ(ଇଟିପିବି)ର ପ୍ରବକ୍ତା ଗୁଲାମ ମୋହାୟୁଦ୍ଦିନ ସୂଚନା ଦେଇ କହିଛନ୍ତି ଯେ ଏକ ଦଳରେ ୧୦୯ ହିନ୍ଦୁ ତାର୍ଥଯାତ୍ରୀ ବାଘା ବୋର୍ଡର ଦେଇ ସୀମା ରାସ୍ତା ଦେଇ ଲାହୋରରେ ଆସି ପହଞ୍ଚିଛନ୍ତି। 

ଇଟିପିବିର ଅତିରିକ୍ତ ସଚିବ(ତୀର୍ଥସ୍ଥଳ) ସେଫୁଲାହ ଖୋଖର, ଉପସଚିବ ଉମର ଜାବେଦ ଅବାନ, ପାକିସ୍ତାନ ହିନ୍ଦୁ ମନ୍ଦିର ପ୍ରବନ୍ଧନ ସମିତି ସଦସ୍ୟ ଓ ସ୍ଥାନିୟ ହିନ୍ଦୁ ନେତାମାନେ ତୀର୍ଥଯାତ୍ରୀଙ୍କୁ ସୀମାରେ ସ୍ୱାଗତ କରିଥିଲେ। ଏହି ଦଳ ତ୍ରିଲୋକ ଚନ୍ଦ ଓ ରଘୁ କାନ୍ତଙ୍କ ନେତୃତ୍ତ୍ୱରେ ଭାରତରୁ ପାକିସ୍ତାନକୁ ଗ୍ରସ୍ତ କରିଛନ୍ତି। ତୀର୍ଥଯାତ୍ରୀମାନଙ୍କ ମଧ୍ୟରେ ଦିଲ୍ଲୀ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ହରିୟାନା ଓ ରାଜସ୍ଥାନରୁ ଲୋକ ରହିଛନ୍ତି। 

ତୀର୍ଥୟାତ୍ରୀମାନଙ୍କ ରହିବା ଓ ଖାଇବାର ବ୍ୟବସ୍ଥା ପାକିସ୍ତାନ ସଂଘୀୟ ମନ୍ତ୍ରଣାଳୟ ଓ ଇଟିପିବିର ଚେୟାରମ୍ୟାନ ସୟଦ ଅତାଉର ରେହମାନଙ୍କ ଦ୍ୱାରା କରାଯାଇଛି। ତୀର୍ଥଯାତ୍ରୀମାନେ ବୁଧବାର ସକାଳୁ ଏତିହାସିକ କଟାସ ରାଜ ମନ୍ଦିରରେ ଶିବରାତ୍ରୀ ପାଳନ ପାଇଁ ପହଞ୍ଚିବେ। ୨୭ ଫେବୃଆରି ଦିନ ତୀର୍ଥଯାତ୍ରୀମାନେ ଚକବାଲ ହୋଇ ଲହୋର ପ୍ରତ୍ୟାବର୍ତ୍ତନ କରିବେ। ତେବେ ଆସନ୍ତା ମାର୍ଚ୍ଚ ୨ ତାରିଖ ସୁଦ୍ଧା ସମସ୍ତ ତୀର୍ଥଯାତ୍ରୀମାନେ ଭାରତକୁ ଫେରିଆସିବେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.