ପ୍ରମୂଖ ଖବର
  • ୧୯୮୪ ଶିଖ୍‌ ଦଙ୍ଗା ମାମଲା, ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ
  • ||
  • ଚିକିଟି ମଦ ମୃତ୍ୟୁ ମାମଲା, ୬ ମାସ ପରେ ଅବକାରୀ କମିଶନରଙ୍କ ତଦନ୍ତ ଆରମ୍ଭ
  • ||
  • ବିଧାନସଭାର CAG ରିପୋର୍ଟ, ମଦନୀତିରେ ଦିଲ୍ଲୀ ସରକାରଙ୍କୁ ୨ ହଜାର କୋଟିର କ୍ଷତି
  • ||
  • ନିମାପଡ଼ାରୁ ନକଲି ପରୀକ୍ଷାର୍ଥୀ ଗିରଫ, ଆଡମିଟ୍ କାର୍ଡରେ ଫଟୋ ମ୍ୟାଚ୍ ନହେବାରୁ ଧରାପଡ଼ିଲେ
  • ||
  • ଚାପଡରେ ହାଣି ପ୍ରେମିକା ସହ ୬ଜଣଙ୍କୁ ବିଭତ୍ସ ହତ୍ୟା, ଥାନାରେ ଆତ୍ମସମର୍ପଣ କଲେ ଯୁବକ
  • ||
  • ଉଦଳା; ସୀମା ଟପିଗଲା ଅମାନୁଷିକତା। ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିଦେଲେ ବୋଲି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ନିର୍ଘାତ ମାଡ଼
  • ||
  • ପୋଲିସକୁ ଚକମା ଦେଇ ଚମ୍ପଟ୍ ମାରିବା ବେଳେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣା, ଡ୍ରାଇଭର୍ ଫେରାର୍
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟକ୍କର, ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍
  • ||
  • ରାଜ୍ୟରେ ୪ଦିନ ଯାଏ ଶୁଖିଲା ପାଗ, ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଓଡ଼ିଶାରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ, ବଙ୍ଗୋପସାଗର କେନ୍ଦ୍ରସ୍ଥଳ
  • ||

ବର୍ଷକୁ ୨ଥର ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା କରିବା ନେଇ CBSEର ଯୋଜନା , ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ-ମାର୍ଚ୍ଚ , ୨ୟ ମେ’ରୁ

Published By : Prameya | February 25, 2025 9:21 PM

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ୨୦୨୬ ଶିକ୍ଷାବର୍ଷରୁ ୧୦ଶ୍ରେଣୀ ପାଇଁ ଦୁଇ ଥର ବୋର୍ଡ ପରୀକ୍ଷା ଆୟୋଜନ କରିବାକୁ ଯୋଜନା କରୁଛି। ନ୍ୟୁଜ୍‌ ଏଜେନ୍ସି ପିଟିଆଇ ଅନୁସାରେ , ବୋର୍ଡ ୨୦୨୬ ରୁ ୧୦ମ ଶ୍ରେଣୀର ବୋର୍ଡ ପରୀକ୍ଷା ବର୍ଷକରେ ଦୁଇ ଥର ଆୟୋଜିତ କରିବାକୁ ପ୍ରସ୍ତାବିକ ନୀତିକୁ ମଞ୍ଜୁରୀ ଦେଇଛି। ଏହି ମାନଦଣ୍ଡ (ଡ୍ରାଫ୍ଟ ନର୍ମ )ଏବେ ସାର୍ବଜନିକ ଡୋମେନରେ ରଖାଯିବ ଏବଂ ହିତାଧିକାରୀ ୯ ମାର୍ଚ୍ଚ ସୁଦ୍ଧା ନିଜର ପ୍ରତିକ୍ରିୟା ଦେଇ ପାରିବେ , ଯାହା ପରେ ନୀତିକୁ ଅନ୍ତିମ ରୂପ ଦିଆଯିବ। 

ଅଫିସିଆଲି ବିଜ୍ଞପ୍ତି ଅନୁସାରେ , ଦ୍ୱିବାର୍ଷିକ ପରୀକ୍ଷା ୨୦୨୬ରେ ଆରମ୍ଭ ହେବ , ପ୍ରଥମ ପରୀକ୍ଷା ୧୭ ଜାନୁଆରୀରୁ ୬ ମାର୍ଚ୍ଚ ଯାଏ ଅନୁଷ୍ଠିତ ହେବ। 

ପ୍ରସ୍ତୁତ ମାନଦଣ୍ଡ ଅନୁସାରେ , ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ୧୭ ଫେବ୍ରୁଆରୀରୁ ୬ ମାର୍ଚ୍ଚ ଯାଏ ଆୟୋଜିତ କରାଯିବ  ଏବଂ ୨ୟ ପର୍ଯ୍ୟାୟ ୫ରୁ ୨୦ ମେ ଯାଏ ଅନୁଷ୍ଠିତ ହେବ। 

ପ୍ରସ୍ତାବିତ ଯୋଜନାର ମୁଖ୍ୟ ବିଶେଷତ୍ୱ-

୧- ୧୦ମ ଶ୍ରେଣୀ ଓ ୧୨ ମ ପରୀକ୍ଷା ୧୫ ଫେବ୍ରୁଆରୀ ପରେ ପ୍ରଥମ ମଙ୍ଗଳବାରକୁ ଆରମ୍ଭ ହେବ।

୨- ଏହା ଆଶା କରାଯାଉଛି କି ବର୍ଷ ୨୦୨୬ରେ ୧୦ ଶ୍ରେଣୀରେ ପାଖାପାଖି ୨୬.୬୦ ଲକ୍ଷ ଛାତ୍ରଛାତ୍ରୀ ଓ ୧୨ରେ  ପାଖାପାଖି ୨୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାରେ ସାମିଲ ହେବେ। 

୩- ଉଭୟ ପରୀକ୍ଷା ପୂର୍ଣ୍ଣ ବର୍ତ୍ତମାନ ପାଠ୍ୟକ୍ରମ ଓ ପାଠ୍ୟ –ପୁସ୍ତକ ଗୁଡ଼ିକ ଉପରେ ଆଧାରିତ ହେବ। 

୪- ବିଜ୍ଞାନ , ଗଣିତ , ସାମାଜିକ ବିଜ୍ଞାନ , ହିନ୍ଦୀ, ଇଂରାଜୀକୁ ଛାଡ଼ି ଅନ୍ୟ ବିଷୟକୁ ନିମ୍ନଲିଖିତ ଉପାୟରେ ଗ୍ରୁପ୍‌ କରାଯାଇଛି –

-ଗୋଟିଏ ଗ୍ରୁପ୍‌ରେ ଆଞ୍ଚଳିତ ଓ ବିଦେଶୀ ଭାଷା ରହିବ ।

- ଗୋଟିଏ ଗ୍ରୁପ୍‌ରେ ଅନ୍ୟ ବିଷୟ ରହିବ ।

୫ –ବିଜ୍ଞାନ , ଗଣିତ , ସାମାଜିକ ବିଜ୍ଞାନ , ହିନ୍ଦୀ ଏବଂ ଇଂରାଜୀର ପରୀକ୍ଷା ଏକ ନିର୍ଦ୍ଦିଷ୍ଟ ଦିନରେ ଆୟୋଜିତ କରାଯିବ। 

୬-ଆଞ୍ଚଳିକ ଓ ବିଦେଶୀ ଭାଷା ଗୁଡ଼ିକର ପରୀକ୍ଷା ଗୋଟିଏ ହିଁ ଦିନରେ ଥରକରେ କରାଯିବ।

୭- ଅବଶିଷ୍ଟ ବିଷୟ ଗୁଡ଼ିକର ପରୀକ୍ଷା ବିଦ୍ୟାର୍ଥୀଙ୍କ ପସନ୍ଦ ଆଧାରରେ ୨ ବା ୩ ଦିନରେ ୨ରୁ ୩ ଥର ଆୟୋଜିତ କରାଯିବ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.