ପ୍ରମୂଖ ଖବର
  • କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ଘଟଣା, ହେଲ୍ପଲାଇନ୍ ନମ୍ୱର ଜାରି କଲା ରେଲ୍‌ ୱେ
  • ||
  • ବେଙ୍ଗାଲୁରୁ-ଗୌହାଟୀ କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ, ମଙ୍ଗୁଳି ନିକଟରେ ଧାରଣାରୁ ଖସିଲା ୮ ବଗି
  • ||
  • କେନ୍ଦୁଝରରେ ଜିଲ୍ଲା ସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ, ସଦର ବ୍ଲକର ୨୭୩ ହିତାଧିକାରୀଙ୍କୁ ମିଳିଲା ଅନ୍ତ୍ୟୋଦୟ ଗୃହ
  • ||
  • ସୋମବାର ମହାପ୍ରଭୁଙ୍କ ଖସାପଡ଼ା ନୀତି, ବୁଧବାର ବନକଲାଗି ନୀତି: ୪ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି
  • ||
  • ପୁରୀ : ବାଇକ୍‌କୁ ପିଟିଲା କାର୍‌, ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଉଦ୍ଧାର କଲା ପୋଲିସ
  • ||
  • ସାତ କୋଶିଆରେ କୁମ୍ଭୀରର ମୃତ୍ୟୁ, ବନ ବିଭାଗ ପାଖରେ ନାହିଁ ଖବର
  • ||
  • ମ୍ୟାଁମାରରେ ଭୂକମ୍ପ ବିଭୀଷିକା: ମୃତ୍ୟୁସଂଖ୍ୟା ୧୬୦୦ ଟପିଲା, ଚ୍ୟାଲେଞ୍ଜ୍‌ ପାଲଟିଛି ଉଦ୍ଧାର ଅଭିଯାନ
  • ||
  • ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ୩ ବର୍ଷରେ ବିନିଯୋଗ ହେବ ୭୫୫୦ କୋଟି ଟଙ୍କା
  • ||
  • ତାତିରେ ଛଟପଟ ଅଧା ଓଡ଼ିଶା: ପଶ୍ଚିମରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ଉପକୂଳରେ କଲବଲ କରିବ ଗୁଳଗୁଳି
  • ||

ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା

Published By : Harapriya Sethi | March 26, 2025 11:34 AM

ଭୁବନେଶ୍ୱର,୨୬/୦୩: ସୁବର୍ଣ୍ଣପୁର ଜିଲ୍ଲା ଉଠା ଜଳସେଚନ ବିଭାଗ କାର୍ଯ୍ୟଳୟ ବାରଣ୍ଡାରେ ଧାରଣାରେ ବସିଲେ ଚାଷୀ । ଜିଲ୍ଲାର ସଦର ବ୍ଲକ ମୟୁରଉଡାନ ଗ୍ରାମ ପଞ୍ଚାୟତର ଚାଷୀ ମାନେ ୨୦୨୧ ମସିହାରୁ କାଗଜ ପତ୍ର ସହିତ ସିକ୍ୟୁରିଟି ଟଙ୍କା ମଧ୍ୟ ବାନ୍ଧିଛନ୍ତି । କିନ୍ତୁ ତାଙ୍କ ଜମିରେ ଡିପ୍‌ ବୋରୱେଲ୍‌ ଖୋଳାଯାଉନାହିଁ । ଚାଷୀ ମାନେ ବାରମ୍ଭାର ଉଠା ଜଳସେଚନ କାର୍ଯ୍ୟାଳୟକୁ ଦଉଡି ଦଉଡି ନୟାନ୍ତ ହେଲେଣି । ପରେ ଜିଲ୍ଲାପାଳ ଓ ଉପ-ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ମଧ୍ୟ ଅଭିଯୋଗ କରିଥିଲେ । ହେଲେ ସେମାନଙ୍କ ଅଭିଯୋଗ କେହି ଶୁଣୁ ନଥିବା ଅଭିଯୋଗ କରି ଧରଣାରେ ବସିଛନ୍ତି ଚାଷୀ । 

ଆଜି ପର୍ଯ୍ୟନ୍ତ ତାଙ୍କ ଜମିରେ ଡିପ୍‌ ବୋରୱେଲ୍‌ ଖୋଳା ଯାଇପାରୁ ନାହିଁ । ତେଣୁ ବାଧ୍ୟ ହୋଇ ବୁଧବାର ସମସ୍ତ ଚାଷୀ ଆସି ଉଠା ଜଳସେଚନ ବିଭାଗ କାର୍ଯ୍ୟାଳୟ ସମ୍ବୁଖରେ ଧାରଣାରେ ବସିଛନ୍ତି । ଆଗାମୀ ଦିନରେ ଏହି ଡିପ୍‌ ବୋରୱେଲ୍‌ ଖୋଳା ନଗଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.