ପ୍ରମୂଖ ଖବର
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ

Published By : Harapriya Sethi | February 3, 2025 8:50 AM

ଭୁବନେଶ୍ୱର,୦୩/୦୨: ବର୍ଷବର୍ଷ ଧରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ପାପକ୍ଷୟ ଛକରୁ ଡଭଲା ଛକ ପର୍ଯ୍ୟନ୍ତ ମୁଖ୍ୟରାସ୍ତା ପାଲଟିଛି ମରଣଯନ୍ତା । ମରଣଯନ୍ତା ରାସ୍ତାପାଇଁ ସୋମବାର ବିନିକା ବନ୍ଦ । ବିନିକା କଲେଜ ଛକରେ ଟାୟାର ଜାଳି ରାସ୍ତାରୋକ । ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ସକାଳ ୬ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ବିନିକାକୁ ବନ୍ଦ ଡାକରା ଦିଆଯାଇଛି ।

ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ

ସୂଚନା ମୁତାବକ, ମରଣଯନ୍ତା ରାସ୍ତାପାଇଁ ନିତିଦିନ ଛୋଟବଡ଼ ଦୁର୍ଘଟଣା ଘଟିବା ସହିତ ଖାଲଢିପ ଓ ଧୂଳିମୟ ରାସ୍ତାରେ ଯାତାୟତ କରି ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁଥିପାଇଁ ସୋମବାର ବିନିକାକୁ ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିନିକା ସଚେତନ ନାଗରିକ ମଞ୍ଚ । ତେବେ ଏହି ବନ୍ଦ ପାଳନରେ କେବଳ ଜରୁରୀ ସେବାକୁ ବାଦଦେଇ ସହରର ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ, ବ୍ୟାଙ୍କ, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ସହ ଗାଡି ଚଳାଚଳ ଆଦି ସମ୍ପୂର୍ଣ ଭାବେ ବନ୍ଦ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.