ପ୍ରମୂଖ ଖବର
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ପ୍ରକାଶ ରାଜଙ୍କ ବୁଡ଼ ପକାଉଥିବାର ନକଲି ଫଟୋ ଭାଇରାଲ, ଥାନାରେ ଏତଲା ଦେଲେ ଅଭିନେତା

Published By : Prameya | February 3, 2025 8:19 AM

ନୂଆଦିଲ୍ଲୀ ୦୩/୦୨: ସୋସିଆଲ ମିଡିଆରେ ଅଭିନେତା ତଥା ରାଜନେତା ପ୍ରକାଶ ରାଜଙ୍କ ଏକ ଫଟୋ ଭାଇରାଲ ହୋଇଛି । ଫଟୋରେ ପ୍ରକାଶ ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଉଥିବା ଦେଖିବାକୁ ମିଳିଛି । ପ୍ରଶାନ୍ତ ସମ୍ବାରଗି ନାମକ ଜଣେ ବ୍ୟକ୍ତି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମାଧ୍ୟମରେ ପ୍ରକାଶଙ୍କ ଫଟୋକୁ ଏଭଳି ଏଡିଟ କରି ପୋଷ୍ଟ କରିଛନ୍ତି । କ୍ୟାପସନ୍‌ରେ ପ୍ରଶାନ୍ତ ଲେଖିଥିଲେ, ‘ଆଶା ଯେ ତାଙ୍କର ସମସ୍ତ ପାପ ଧୋଇ ହୋଇଯାଇଥିବ’ । ଘଟଣାରେ ପ୍ରକାଶରାଜ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି । 

ପ୍ରକାଶରାଜ କହିଛନ୍ତି, ‘ମୁଁ କୌଣସି ଧର୍ମ ବିରୋଧରେ କେବେ କିଛି କହିନାହିଁ । ଏହି ଲୋକେ ଧାର୍ମିକ ଭେଦଭାବ ସୃଷ୍ଟି କରୁଛନ୍ତି । ପ୍ରଶାନ୍ତ କିଏ ତାଙ୍କୁ ମୁଁ ଜାଣି ନାହିଁ । ସେ ଏଆଇ ଟେକ୍ନୋଲୋଜି ବ୍ୟବହାର କରି ମୋ ଫଟୋକୁ ଏଡିଟ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହାଦ୍ୱାରା ଭୁଲ୍‌ ତଥ୍ୟ ବିସ୍ତାର ହେଉଛି । ମହାକୁମ୍ଭ ହିନ୍ଦୁ ଧର୍ମ ଏବଂ ଈଶ୍ୱରଙ୍କ ଉପରେ ଆସ୍ଥା ରଖିଥିବା ଲୋକଙ୍କ ପାଇଁ ପବିତ୍ର ଆୟୋଜନ । କିନ୍ତୁ ମୋର ନକଲି ଫଟୋକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରାଯାଉଛି । 

କିଛି ବର୍ଷ ହେଲାଣି ମୋ ବିରୋଧରେ ଏକ ଗୁଜବ ପ୍ରସାର କରାଯାଇଛି ଯେ ମୁଁ କୁଆଡ଼େ ହିନ୍ଦୁ ବିରୋଧୀ । ଆସ୍ଥା ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ମାମଲା । ମୁଁ ଈଶ୍ୱରକୁ ବିଶ୍ୱାସ ନ କଲେ ବି ମାନବିକତାକୁ ବିଶ୍ୱାସ କରେ । ଆସ୍ଥା ଉପରେ କେବେ ପ୍ରଶ୍ନ ଉଠାଏ ନାହିଁ, କିନ୍ତୁ ଅନ୍ଧବିଶ୍ୱାସକୁ ବିରୋଧ କରେ । ମୋ ସ୍ତ୍ର, ଝିଅ ମନ୍ଦିର ତଥା ଧାର୍ମିକ ଅନୁଷ୍ଠାନକୁ ଯାଆନ୍ତି ଏବଂ ସେମାନଙ୍କ ବିଶ୍ୱାସକୁ ମୁଁ ସମ୍ମାନ ଦିଏ’ ବୋଲି ପ୍ରକାଶରାଜ କହିଛନ୍ତି । ବିବାଦ ବଢ଼ିବା ପରେ ପ୍ରଶାନ୍ତ ଏହି ଫଟୋକୁ ଡିଲିଟ୍‌ କରିଦେଇଛନ୍ତି । ପ୍ରଶାନ୍ତଙ୍କୁ ଥାନାକୁ ଡକାଯିବା ସହ ୧୫ ଦିନ ମଧ୍ୟରେ ସଫେଇ ଦେବାକୁ ପୁଲିସ କହିଛି ।

 

 

 

 

 

 

 

 

 

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.