ପ୍ରମୂଖ ଖବର
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ମୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା; କାନ୍ଦିଲେ ସପା ସାଂସଦ ଅୱଧେଶ ପ୍ରସାଦ, କହିଲେ ନ୍ୟାୟ ନମିଳିଲେ...

Published By : Ankita S | February 3, 2025 8:56 AM

ଲକ୍ଷ୍ନୌ,୦୩/୦୨: ଭୋ ଭୋ ହୋଇ କାନ୍ଦିଲେ । ଯିଏ ଯେତେ ବୁଝାଇଲେ ଚୁପ ହେଲେ ନାହିଁ । ଜଣେ ପୀଡିତାଙ୍କ ନ୍ୟାୟ ଦାବି କରି ଏତେ ଜୋରରେ କାନ୍ଦିଲେ ଯେ ଲୁହ କୋହ କିଛି ଅଟକିଲା ନାହିଁ । ଏମିତିକି ପଦ ଛାଡି ଦେବେ ବୋଲି କହିଲେ ସପା ସାଂସଦ । ଉତ୍ତରପ୍ରଦେଶ ଶାନାୱାନ୍ ଗ୍ରାମସଭାର ସର୍ଦ୍ଦାରପଟେଲ ୱାର୍ଡରେ ଜଣେ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନ୍ୟାୟ ଦାବି କରି ଭୋ ଭୋ ହୋଇ କାନ୍ଦିଥିଲେ ସପା ସାଂସଦ ଅୱଧେଶ ପ୍ରସାଦ । ଏହା ସହିତ ପୀଡିତାଙ୍କୁ ନ୍ୟାୟ ନମିଳିଲେ ଇସ୍ତଫା ଦେବେ ବୋଲି କହିଛନ୍ତି ।

ଇସ୍ତଫା ଦେବି- ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନ୍ୟାୟ ନମିଳିଲେ ପଦବୀ ଚାଡିବି । ଲୋକସଭାରୁ ଇସ୍ତଫା ଦେବି ବୋଲି ଧମକ ଦେଇଛନ୍ତି ସମାଜବାଦୀ ପାର୍ଟି ସାଂସଦ ଅୱଧେଶ ପ୍ରସାଦ । ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ମାମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବି ବୋଲି କହିଛନ୍ତି ସାଂସଦ ଅୱଧେଶ ପ୍ରସାଦ । ଝିଅଙ୍କୁ ନ୍ୟାୟ ଦେବାରେ ସରକାର ବିଫଳ ହୋଇଥିବା କହି କାନ୍ଦିଥିଲେ ସାଂସଦ ଅୱଧେଶ ପ୍ରସାଦ  ।

ଏହା ବି ପଢନ୍ତୁ...ବସନ୍ତ ପଞ୍ଚମୀ ଅମୃତ ସ୍ନାନ, ‘ଜିରୋ ଏରର’ କରିବାକୁ ଯୋଗୀଙ୍କ ନିର୍ଦ୍ଦେଶ

ଦିନକ ପରେ ମଲ୍ଲିକାପୁରେ ନିର୍ବାଚନ- ଅଯୋଧ୍ୟା ଜନପଥ ମଲ୍ଲିକାପୁର ବିଧାନସଭା ଆସନରେ ଦିନକ ପରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଫେବୃଆରୀ ୫ ତାରିଖରେ ଭୋଟ ଗ୍ରହଣ ହେବ । ଏହି ନିର୍ବାଚନରେ ସାଂସଦ ଅୱଧେଶ ପ୍ରସାଦଙ୍କ ପୁଅ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି । ଏପରି ସମୟରେ ତାଙ୍କର କାନ୍ଦିବା ଭିଡିଓ ଭାଇରାଲ ହେଉଛି । ଯାହାକୁ ନେଇ ଏକାଧିକ ପ୍ରଶ୍ନ ଉଠିଛି ।

କଣ ପୂରା ମାମଲା- କିଛି ଦିନ ତଳେ ଉତ୍ତରପ୍ରଦେଶ ଅଯୋଧ୍ୟର ଶାନାୱାନ୍ ଗ୍ରାମସଭାର ସର୍ଦ୍ଦାରପଟେଲ ୱାର୍ଡରେ ଜଣେ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା । ଦୁର୍ବୃତ୍ତ ଯୁବତୀଙ୍କ ହାତ ଗୋଡ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ଘଟଣା ୟୁପିରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.