ପ୍ରମୂଖ ଖବର
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

୧୦ବର୍ଷରେ ପଛରେ ପଡିଯାଇଛି ଦିଲ୍ଲୀ; ମୋତେ ବିଦେଶରେ ଲାଜ ଲାଗୁଛି, କାହିଁକି ଏମିତି କହିଲେ ଜୟଶଙ୍କର

Published By : Ankita S | February 2, 2025 9:15 AM

ନୂଆଦିଲ୍ଲୀ,୦୨/୦୨: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୩ ଦିନ ବାକି ରହିଛି । ପ୍ରଚାର ମୈଦାନ କମ୍ପୁଛି । ଲୋକଙ୍କୁ ପ୍ରତିଶ୍ରୁତି ବର୍ଷା କରୁଛନ୍ତି ରାଜନୈତିକ ଦଳ । ଶାସକ ଆପକୁ ଗାଦିରୁ ହଟାଇବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଜେପି ଓ କଂଗ୍ରେସ । ଏହାରି ଭିତରେ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ଦିଲ୍ଲୀବାସୀ ସେମାନଙ୍କ ମୌଳିକ ସୁବିଧାରୁ ବଞ୍ଚିତ । ପିଇବା ପାଣି, ବିଜୁଳି ଓ ସ୍ବାସ୍ଥ୍ୟସେବା ଯୋଗାଇବାରେ ଦିଲ୍ଲୀ ସରକାର ବିଫଳ ହୋଇଛନ୍ତି । ବହୁତ ପଛରେ ପଡି ଯାଇଛି ଦିଲ୍ଲୀ । ମୁଁ ଯେବେ ବିଦେଶ ଯାଏ ମୋତେ ଲାଜ ଲାଗେ ବୋଲି କହିଛନ୍ତି ଏସ୍ ଜୟଶଙ୍କର ।

ଦିଲ୍ଲୀରେ ଦକ୍ଷିଣ ଭାରତୀୟ ସମୁଦାୟଙ୍କ ସହ ଆଲୋଚନା ସମୟରେ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆହୁରି କହିଛନ୍ତି, ଯେବେ ବି ବିଦେଶ ଯାଏ ମୋତେ ସ୍ବୀକାର କରିବାକୁ ଲାଜ ଲାଗେ କି ଦିଲ୍ଲୀରେ ଲୋକଙ୍କୁ ମୌଳିକ ସୁବିଧା ମିଳିନାହିଁ । ଏମିତିକି ନାଗରିକଙ୍କୁ ଘର, ସିଲିଣ୍ଡର, ଜଳ ଜୀବନ ମିଶନରେ ପାଇବ ଯୋଗେ ପିଇବା ପାଣି ଏବଂ ଆୟୁଷ୍ମାନ ଭାରତ ଯୋଜନାର ସୁବାଧ ମିଳିନାହିଁ । ତେଣୁ ଆଗାମୀ ବିଧାନସଭା ନିର୍ବାଚନରେ ସତ୍ତାରେ ପରିବର୍ତ୍ତନ ହେବା ଦରକାର ।

ଗତ ୧୦ ବର୍ଷରେ ଦିଲ୍ଲୀ କ୍ଷତି ସହିଛି- ଦିଲ୍ଲୀ ଫାଇଟ୍ ପୂର୍ବରୁ ଶାସକ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ଗତ ୧୦ ବର୍ଷରେ ଦିଲ୍ଲୀକୁ ପଛରେ ଛାଡି ଦେଇଛି ଆପ୍ । ଏଠାକାର ଲୋକ ସେମାନଙ୍କ ଅଧିକାରରୁ ବଞ୍ଚିତ ଅଛନ୍ତି । ପାନୀୟ ଜଳ, ବିଜୁଳି, ଗ୍ୟାସ ସିଲିଣ୍ଡର ଏବଂ ସ୍ବାସ୍ଥ୍ୟ ସେବାରେ ଦିଲ୍ଲୀବାସୀଙ୍କୁ ସଂଘର୍ଷ କରିବାକୁ ପଡୁଛି । ଯଦି ଏଠାକାର ସରକାର ଯଦି ଲୋକଙ୍କ ଆବଶ୍ୟକତା ପୂରଣ କରିପାରୁନାହିଁ ତେବେ ଫେବୃଆରୀ ୫ ତାରିଖରେ ସରକାର ପରିବର୍ତ୍ତନ କରିବାକୁ ଗମ୍ଭୀରତାର ସହ ଚିନ୍ତା କରିବାକୁ ହେବ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ।

ଦିଲ୍ଲୀ ଗାଦି ପାଇଁ ହେବ ତ୍ରିକୋଣୀୟ ଲଢେଇ- ୭୦ ବିଧାନସଭା ଆସନ ପାଇଁ ଆସନ୍ତା ଫେବୃଆରୀ ୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ଦିଲ୍ଲୀରେ ଏକ ତ୍ରିକୋଣୀୟ ଲଢେଇ ଦେଖିବାକୁ ମିଳିବ । ଶାସକ ଆପ୍, ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହେବ । ୧୦ ବର୍ଷ ହେବ ସରକାରରେ ରହି ମଧ୍ୟ ଆପ୍ ଦିଲ୍ଲୀବାସୀଙ୍କ ପାଇଁ କିଛି କାମ କରିନାହିଁ । ରାଜଧାନୀଙ୍କ ଆବଶ୍ୟକତାକୁ ପୂରଣ କରିବାରେ ଆମ୍ ଆଦମୀ ପାର୍ଟି ବିଫଳ ହୋଇଛି ବୋଲି କହି ଟାର୍ଗେଟ କରିଛି ବିଜେପି । ତେବେ ଦିଲ୍ଲୀ ନିର୍ବାଚନରେ କିଏ ବାଜି ମାରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.