ପ୍ରମୂଖ ଖବର
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ମୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ଇସ୍ରୋର NVS-02 ସାଟେଲାଇଟକୁ ଝଟକା, ଫାୟାର କରିବାକୁ ଫେଲ ମାରିଲା ଥ୍ରଷ୍ଟର୍ସ

Published By : Ankita S | February 3, 2025 8:11 AM

ନୂଆଦିଲ୍ଲୀ,୦୩/୦୨: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ସତ୍ୟ  ୧୦୦ତମ ରକେଟ୍ ଅଭିଯାନରେ ସମସ୍ୟା ଦେଖା ଦେଇଛି । ନାଭିଗେସନ୍ ସାଟେଲାଇଟ ଏନଭିଏସ-୦୨ ରେ ବୈଷୟିକ ତ୍ରୁଟି ଦେଖାଦେଇଥିବା ଜଣାପଡିଛି । NVS-02 ସାଟେଲାଇଟରେ ଥ୍ରଷ୍ଟର୍ସ ଫାୟାର କରିବାରେ ବିଫଳ ହୋଇଥିବା ଜଣାପଡିଛି ।

ଉପଗ୍ରହକୁ ନିର୍ଦ୍ଧାରିତ ଅର୍ବିଟାଲ ସ୍ଲଟରେ ଅବସ୍ଥାପିତ କରିବା ଦିଗରେ କକ୍ଷପଥ ବୃଦ୍ଧି ଅଭିଯାନ ସମ୍ଭବ ହୋଇନାହିଁ । ଏକ ଭାଲ୍‌ବ ନ ଖୋଲିବାରୁ ସମସ୍ୟା ଉପୁଜିଛି । ୟୁ ଆର ରାଓ ସାଟେଲାଇଟ ସେଣ୍ଟର ଦ୍ବାରା ନିର୍ମିତ ଉପଗ୍ରହ ଏନଭିଏସ-୦୨ ଏକ ଜିଓଷ୍ଟେସନାରୀ ସର୍କୁଲା କକ୍ଷପଥରେ ସ୍ଥାପନ କରିବାର ଥିଲା । ଉପଗ୍ରହରେ ଥିଲା ତରଳ ଇଞ୍ଜିନ ଠିକ୍ ଭବରେ କାର୍ଯ୍ୟ ନ କରିବାରୁ ଏହାକୁ ନିର୍ଦ୍ଧାରିତ କକ୍ଷପଥକୁ ପଠାଇବାର ପ୍ରୟାସ ବିଳମ୍ଭ ହୋଇଛି । ଉପଗ୍ରହ ଠିକ୍ ଅଛି ଇଲିପ୍ଟିକାଲ କକ୍ଷପଥରେ ରହିଛି । ସମସ୍ୟାର ସମାଧାନ ପାଇଁ ବିକଳ୍ପ ରଣନୀତି କଣ ରହିବ ସେ ନେଇ କାର୍ଯ୍ୟ ଚାଲିଥିବା ନେଇ ଇସ୍ରୋ ସୂଚନା ଦେଇଛି । 

ଏହା ବି ପଢନ୍ତୁ...ଇସ୍ରୋର ସଫଳ ସେଞ୍ଚୁରୀ ଲଞ୍ଚ ; ମହାକାଶ ଗଲା ନାଭିଗେସନ୍ ସାଟେଲାଇଟ୍ NVS-02

କହି ରଖୁଛୁ କି, ଜାନୁଆରୀ ୨୯ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ NVS-02 ଉପଗ୍ରହକୁ ଜିଏସଏଲଭି-ଏଫ-୧୫ ରକେଟରେ ମହାକାଶକୁ ପଠାଯାଇଥିଲା । ଏହା ଇସ୍ରୋର ୧୦୦ତମ ଲଞ୍ଚ ଥିଲା ।ମହାକାଶକୁ ଯାଇଥିଲା ନାଭିଗେସନ ସାଟେଲାଇଟ ଏନଭିଏସ-୦୨ । ଜିଏସଏଲଭି-ଏଫ-୧୫ ରକେଟ ଯୋଗେ ଉଡାଣ ଭରିଥିଲା । ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେବା ପରେ ଏହା ପ୍ରଥମ ଅଭିଯାନ ଥିଲା । ଏହି ମିଶନରେ ବର୍ତ୍ତମାନ ତ୍ରୁଟି  ଦେଖା ଦେଇଛି ।

ଏନଭିଏସ-୦୨-ନାଭିଗେସନ ଉପଗ୍ରହ ଏନଭିଏସ୍-୦୨ ଭାରତୀୟ ଭୂପୃଷ୍ଠଠାରୁ ପ୍ରାୟ ୧୫୦୦ କିଲୋମିଟର ଦୂରରେ ଥିବା ଅଞ୍ଚଳରେ ଉପଭୋକ୍ତାଙ୍କୁ ସଠିକ୍ ସ୍ଥିତି,ବେଗ ଓ ସମୟ ପ୍ରଦାନ କରିବ । ଇସ୍ରୋ ଅନୁଯାୟୀ ଉପଗ୍ରହର ସେବା ସ୍ଥଳୀୟ, ଆକାଶମାର୍ଗ ଓ ସାମୁଦ୍ରିକ ନେଭିଗେସନ, ନିର୍ଦ୍ଦିଷ୍ଟ କୃଷି, ଫ୍ଲିଟ ମ୍ୟାନେଜମେଣ୍ଟ, ମୋବାଇଲ ଡିଭାଇସରେ ଅବସ୍ଥାନ ଭିତ୍ତିକ ସେବା, ଉପଗ୍ରହର କକ୍ଷପଥ ନିର୍ଦ୍ଧାରଣ, ଇଣ୍ଟରନେଟ ଅଫ୍ ଥିଙ୍ଗ୍ସ ଆଧାରିତ ଆପ୍ଲିକେସନ, ଜରୁରୀକାଳୀନ ଓ ସମୟଭିତ୍ତିକ ସେବା ପ୍ରଦାନରେ ବ୍ୟବହାର କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.