ନୂଆଦିଲ୍ଲୀ,୦୩/୦୨: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ସୋନିଆ ଗାନ୍ଧୀଙ୍କୁ ମହଙ୍ଗା ପଡିଛି । ବିବାଦୀୟ ବୟାନ ପାଇଁ ସୋନିଆ ଗାନ୍ଧୀଙ୍କ ନାମରେ ମାମଲା ରଜ୍ଜୁ ହୋଇଛି । ଖାଲି ସେତିକି ନୁହେଁ ସୋନିଆଙ୍କ ସମେତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନାମରେ ମଧ୍ୟ ମାମଲା ହୋଇଛି । ବଜେଟ୍ ଅଧିବେଶନ ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ତାତ୍ସଲ୍ୟ କରିଥିଲେ ସୋନିଆ ଗାନ୍ଧୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପୁଅର ଲେଡି (Poor Lady) ଭାଷଣ ଦେଇ ଥକି ଗଲେ ବୋଲି କହିଥିଲେ ସୋନିଆ । ଯାହାକୁ ନେଇ ରାଜନୀତି ସରଗରମ ହୋଇଥିଲା । ବିହାର ମୁଜାଫରପୁର କୋର୍ଟରେ ମାମଲା ରୁଜ୍ଜୁ ହୋଇଛି ।
ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦର ଅପମାନ ହୋଇଥିବା ନେଇ ସୋନିଆ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ କରିବାକୁ ଦାବି ହୋଇଛି । ଆଇନଜୀବୀ ସୁଧୀର ଓଝା କୋର୍ଟରେ ଅଭିଯୋଗ କରିଛନ୍ତି । ଏଫଆଇଆର କରିବାକୁ ଦାବି କରିଛନ୍ତି । ଏହା ସହିତ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ସହ ଅଭିଯୁକ୍ତ ଘୋଷଣା କରିବା ସହ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଦାବି କରିଛନ୍ତି ଆଇନଜୀବୀ ସୁନୀଲ ଓଝା ।
ଏହା ବି ପଢନ୍ତୁ...ରାଷ୍ଟ୍ରପତିଙ୍କୁ ସୋନିଆଙ୍କ ତାତ୍ସଲ୍ୟ : 'Poor ଲେଡି... ଭାଷଣ ପଢି ପଢି ଥକିଗଲେ'
କହି ରଖୁଛୁ କି, ଗତ ଜାନୁଆରୀ ୩୧ ତାରିଖରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା । ପ୍ରଥମ ଦିନ ଉଭୟ ଗୃହକୁ ସମ୍ବୋଧନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅଭିଭାଷଣରେ କହିଥିଲେ ରାଷ୍ଟ୍ରପତି । ଏହା ପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ରାଷ୍ଟ୍ରପତିଙ୍କୁ 'Poor ଲେଡି ଭାଷଣ ଦେଇ ଥକି ଗଲେ ବୋଲି ମନ୍ତବ୍ୟ ଦେଇଥିଲେ ସୋନିଆ । ଭାଷଣ ବୋରିଂ, ମିଥ୍ୟା ପ୍ରତିଶ୍ରୁତି ଏବଂ ବିଚାରୀ ମହିଳା କହି ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ କରିଥିଲେ । ଅଭିଭାଷଣ ପଢି ରାଷ୍ଟ୍ରପତି ଥକି ଯାଇଥିବା କଥା ମଧ୍ୟ କହିଥିଲେ । ରାହୁଲ ଗାନ୍ଧୀ ଭାଷଣକୁ ବୋରିଂ ବୋଲି କହିଥିଲେ । ଯାହାକୁ ନେଇ ରାଜନୀତି ସରଗରମ ହୋଇଥିଲା । ବିଭିନ୍ନ ମହଲରୁ ସୋନିଆ ଗାନ୍ଧୀଙ୍କୁ ସମାଲୋଚନା କରାଯାଇଥିଲା । ସୋନିଆ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଥିଲା ।