ପ୍ରମୂଖ ଖବର
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ଆମେରିକାକୁ ବର୍ବାଦ କରିଦେବ ଟ୍ରମ୍ପଙ୍କ ନିଷ୍ପତ୍ତି ! ମନ୍ଥର ହୋଇଯିବ ଅର୍ଥନୀତି ବଢିବ ବେକାରୀ

Published By : Prameya | February 3, 2025 11:35 AM

ନୂଆଦିଲ୍ଲୀ, ୦୩/୦୨ : ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ମେକ୍ସିକୋ, କାନାଡା ଏବଂ ଚୀନ ଉପରେ ଟାରିଫ୍ କଷିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ। ଇତିହାସର ଏହା ସବୁଠୁ ମୂର୍ଖତାପୂର୍ଣ୍ଣ ଟ୍ରେଡ୍ ୱାର୍ ବୋଲି ଅର୍ଥନୀତିଜ୍ଞ କହିଛନ୍ତି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ଆର୍ଟିକିଲ୍‌ରେ ଏଭଳି ଉଲ୍ଲେଖ କରାଯାଇଛି। 

ଆମେରିକାର ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ନିର୍ବାଚନୀ ପ୍ରତିଶ୍ରୁତ ପୂରଣ କରିବାରେ ଲାଗିପଡିଛନ୍ତି। ଶପଥ ନେବା ପରେ ସେ କାନାଡ଼ା ଉପରେ ୨୫ ଏବଂ ଚୀନ ଉପରେ ୧୦ ପ୍ରତିଶତ ଟାରିଫ୍ କଷିଛନ୍ତି। ଏହା ସହ କାନାଡାରୁ ଆସୁଥିବା ତୈଳ ଉପରେ ୧୦ ପ୍ରତିଶତ ଟାରିଫ୍ ଲଗାଇଛନ୍ତି। ଏହି ନୀତି ଦ୍ଵାରା ଅବୈଧ ପ୍ରବାସୀ, ଟ୍ରେଡ୍ ଡେଫିସିଟ୍ ଏବଂ ଅବୈଧ ଡ୍ରଗ୍ସ ସମସ୍ୟା ଉପରେ ଲଗାମ ଲାଗିବ ବୋଲି ଟ୍ରମ୍ପ ଦାବି କରିଛନ୍ତି। ହେଲେ ଅର୍ଥନୀତିଜ୍ଞମାନେ ଏହି ନିଷ୍ପତ୍ତିକୁ ଆତ୍ମଘାତୀ ପଦକ୍ଷେପ ବୋଲି କହିଛନ୍ତି। ସେପଟେ ଟ୍ରମ୍ପ ୧.୪ ଟ୍ରିଲିୟନ ଡଲାର ମୂଲ୍ୟର ଆମଦାନୀ ସାମଗ୍ରୀ ଉପରେ ଶୁଳ୍କ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି। ଯାହା ତାଙ୍କ ପୂର୍ବ କାର୍ଯ୍ୟକାଳ ତୁଳନାରେ ତିନି ଗୁଣ ଅଧିକ। ଏହା ଦ୍ଵାରା ଆମେରିକୀୟ ମୁଦ୍ରାସ୍ଫୀତି ଏବଂ ବେକାରୀ ବୃଦ୍ଧି କରିପାରେ। ଅର୍ଥନୀତିକୁ ମାନ୍ଦାବସ୍ଥା ଆଡ଼କୁ ଠେଲି ଦେଇପାରେ। ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଷ୍ଟକ୍ ବଜାରରେ ଅସ୍ଥିରତା ବଢ଼ାଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ଚୀନକୁ ଝଟ୍‌କା... ୱାନ ବେଲ୍ଟ ୱାନ୍ ରୋଡ୍ ପ୍ରୋଜେକ୍ଟରୁ ଓହରିଲା ପାନାମା

ପିଟରସନ୍ ଇନଷ୍ଟିଚ୍ୟୁଟ୍ ଫର୍ ଇଣ୍ଟରନ୍ୟାସନାଲ୍ ଇକୋନୋମିକ୍ସର ଜଣେ ଅର୍ଥନୀତିଜ୍ଞ ମ୍ୟାରୀ ଲଭଲି କହିଛନ୍ତି ଯେ, 'ଏହା ଏପର୍ଯ୍ୟନ୍ତ ନିଆଯାଇଥିବା ସବୁଠାରୁ ବଡ଼ ଆତ୍ମଘାତୀ ନିଷ୍ପତ୍ତି ହୋଇପାରେ। ଏହି ପଦକ୍ଷେପ ଆମେରିକାର ଅର୍ଥନୀତିକୁ ମନ୍ଥର କରିପାରେ ଏବଂ ମୁଦ୍ରାସ୍ଫୀତି ଆହୁରି ବୃଦ୍ଧି କରିପାରେ। କାନାଡା ଏବଂ ମେକ୍ସିକୋ ବିରୁଦ୍ଧରେ ଟାରିଫ୍ ଲାଗୁ କରିବାର ନିଷ୍ପତ୍ତି ବିପର୍ଯ୍ୟୟ ପ୍ରମାଣିତ ହୋଇପାରେ।'

ପରିବର୍ତ୍ତିତ ସ୍ଥିତି ଏବଂ ମୁଦ୍ରାସ୍ଫୀତିର ପ୍ରଭାବ-

ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ମୁଦ୍ରାସ୍ଫୀତି ଏକ ବଡ଼ ସମସ୍ୟା ନଥିଲା। କିନ୍ତୁ ବର୍ତ୍ତମାନ ସମୟରେ, ଯାନବାହାନ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ହେଲାଣି। ତେଣୁ ଟାରିଫ୍ ଲାଗିବା ଦ୍ଵାରା ଏହି ସବୁ ଜିନିଷ ଆହୁରି ମହଙ୍ଗା ହୋଇପାରେ। ଯାହାଦ୍ଵାରା ଆର୍ଥିକ ଦୁର୍ବଳ ଶ୍ରେଣୀର ଆମେରିକୀୟଙ୍କ ଉପରେ ଆହୁରି ଚାପ ପଡ଼ିପାରେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.