ଇସଲାମାବାଦ,୦୨/୦୨: ଭୟଙ୍କର ଆତଙ୍କୀ ଆକ୍ରମଣ । ପାକିସ୍ତାନ ବେଲୁଚିସ୍ତାନରେ ବଡ ଧରଣର ଆତଙ୍କୀ ଆକ୍ରମଣ ହୋଇଛି । ଏଥିରେ ୧୮ ଜଣ ପାକିସ୍ତାନୀ ସେନାଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ୨୩ ବିଦ୍ରୋହୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଦ୍ରୋହୀ ଅଲଗାବବାଦି ଓ ପାକିସ୍ତାନୀ ସେନାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ବେଲୁଚିସ୍ତାନ ପକ୍ଷରୁ ଅପରେସନ ଜାରି ରହିଛି । ଖୋଜି ଖୋଜି ମାରିବୁ ବୋଲି ବିଦ୍ରୋହୀକୁ ଧମକ ଦେଇଛନ୍ତି ପାକିସ୍ତାନ ଆର୍ମି ଚିଫ୍ ।
ବେଲୁଚିସ୍ତାନ କଲାତ ଜିଲ୍ଲାରେ ପାକିସ୍ତାନୀ ସେନା ପକ୍ଷରୁ ଆତଙ୍କବାଦୀ ଦମନ ଅଭିଯାନ ଆରମ୍ଭ ହୋଇଥିଲା । ଆଫଗାନିସ୍ତାନ ସୀମାକୁ ଲାଗି ରହିଛି କଲାତ । ଏହି ସମୟରେ ପାକ୍ ସେନା ଓ ବିଦ୍ରୋହୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୧୮ ଜଣ ପାକିସ୍ତାନ ସୈନ୍ୟଙ୍କର ମୃତ୍ୟୁ ହୋଇଛି । ବ୍ୟାରିକେଡ୍ ଲଗାଇ ହାଇୱେକୁ ଅବରୋଧ କରିଥିଲେ ବିଦ୍ରୋହୀ । ପାକ୍ ସୁରକ୍ଷାକର୍ମୀ ବ୍ୟାରିକେଡ୍ ହଟାଇବାକୁ ଅପରେସନ ଚଳାଇଥିଲେ । ସେହି ସମୟରେ ପାକିସ୍ତାନ ଉପରେ ଆକ୍ରମଣ କରିଥିଲେ ବିଦ୍ରୋହୀ ବେଲୁଚିସ୍ତାନ ଲିବରେସନ ଆର୍ମି ଏହି ଆକ୍ରମଣ ନିଜ ମୁଣ୍ଡକୁ ନେଇଛି ।
ଏହା ବି ପଢନ୍ତୁ...୨୧ ଦିନ ଧରି ଜଳିଲା ଲସ୍ ଆଞ୍ଜେଲସ୍; ଅଗ୍ନିକାଣ୍ଡରେ ସ୍ବାହା ହେଲା ଅରବ ସମ୍ପତ୍ତି
ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସପିଆର) ଜାରି କରିଥିବା ବିବୃତ୍ତିରେ କହିଛି "ଶତ୍ରୁ ଏବଂ ବିରୋଧୀ ଶକ୍ତିଙ୍କ ନିର୍ଦ୍ଦେଶରେ ବେଲୁଚିସ୍ତାନର ଶାନ୍ତିପୂର୍ଣ୍ଣ ପରିବେଶକୁ ନଷ୍ଟ କରିବା ପାଇଁ ଏହି ଆତଙ୍କବାଦୀ କାର୍ଯ୍ୟକଳାପ କରାଯାଉଥିଲା । ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିବା ସହ ସ୍ଥାନୀୟ ଲୋକ ମାନଙ୍କୁ ସୁରକ୍ଷା ଯୋଗାଇ ଦେଇଥିଲେ। ଏହି ସଂଘର୍ଷରେ ୨୩ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିବାବେଳେ ଅପରେସନ ସମୟରେ ୧୮ ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି।''
ଘଟଣାକୁ ନେଇ ପାକିସ୍ତାନ ସେନାମୁଖ୍ୟ ବିଦ୍ରୋହୀଙ୍କୁ ଚେତାବନୀ ଦେଇଛନ୍ତି । ଯେଉଁଠି ବି ଥାଅ ଖୋଜି ଖୋଜି ମାରିବୁ ବୋଲି କହିଛନ୍ତି ପାକିସ୍ତାନ ଆର୍ମି ଚିଫ୍ ଅସୀମ ସୁନୀର । କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସେନାମୁଖ୍ୟ । ପାକିସ୍ତାନ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।