ପ୍ରମୂଖ ଖବର
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ଡୋନାଲ୍ଡ ଟ୍ରମ୍ପଙ୍କ ରାସ୍ତାରେ ସିରିଆର ନୂଆ ‘କିଙ୍ଗ’ ଗୋଲାନୀ, ଇରାନ ଓ ରୁଷ୍‌କୁ ୪୪୦ ଭୋଲ୍ଟର ଝଟକା

Published By : Prameya | February 2, 2025 11:04 PM

ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପ ଆମେରିକାର ଆସନ ସମ୍ଭାଳିବା ପରେ ଘୋଷଣା କରିଥିଲେ ଯେ , ସେ ପ୍ରଥମ ବିଦେଶ ଗସ୍ତ ସାଉଦୀ ଆରବକୁ କରିବେ। ହେଲେ ଏହା ପଛରେ ତାଙ୍କର ମୂଲ୍ୟ ଭରିବା କଥା କହିଥିଲେ। ଟ୍ରମ୍ପଙ୍କ କହିବାର ଅର୍ଥ ବଡ଼ ନିବେଶ ପାଇଁ ଥିଲା। ୨୦୧୭ରେ ମଧ୍ୟ ପ୍ରଥମ କାର୍ଯ୍ୟକାଳ ବେଳେ ଟ୍ରମ୍ପ ପ୍ରଥମ ବିଦେଶ ଗସ୍ତ ସାଉଦୀ ଆରବ ହିଁ କରି ଥିଲେ। ଟ୍ରମ୍ପଙ୍କ ରାସ୍ତାରେ ସିରିଆର ନୂଆ କିଙ୍ଗ ଅହମ୍ମଦ ଅଲଜଶରାଆ ଓରଫ୍‌ ଗୋଲାନୀ ମଧ୍ୟ ସାଉଦୀ ଆରବ ହିଁ ପ୍ରଥମ ବିଦେଶ ଗସ୍ତକୁ ବାଛିଲେ। ବଶର ଅଲ –ଅସଦଙ୍କ ସରକାରର ପତନ ପରେ ସିରିଆରେ ନୂଆ ସରକାରର ସର୍ବେସର୍ବା ଗୋଲାନୀ ରବିବାର ପ୍ରଥମ ବିଦେଶ ଯାତ୍ରାରେ ସାଉଦୀ ଆରବରେ ପହଞ୍ଚି ଥିଲେ। ସିରିଆର ଏହି ଗସ୍ତ ଇରାନ ଓ ରୁଷ୍‌ ପାଇଁ ବଡ଼ ଝଟକା ଥିଲା। 

ସିରିଆର ଅନ୍ତରୀଣ ରାଷ୍ଟ୍ରପତିଙ୍କ ସାଉଦୀ ଆରବ ଗସ୍ତ ଇରାନ ଓ ରୁଷ୍‌ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହା ଏଥିପାଇଁ କାରଣ ସିରିଆ ଓ ଇରାନର ବର୍ଷ ବର୍ଷର ପୁରୁଣା ବନ୍ଧୁତା ରହିଛି। ଅସଦ ସରକାର ସମୟରେ ସିରିଆର ଇରାନ ଓ ରୁଷ୍‌ ସହ ବହୁତ ଭଲ ସଂପର୍କ ଥିଲା, କିନ୍ତୁ ସିରିଆ, ଇରାନ ସ୍ଥାନରେ ପ୍ରଥମ ବିଦେଶ ଗସ୍ତ ସାଉଦୀ ଆରବକୁ ପସନ୍ଦ କରିଛି। ସିରିଆର ଏହି ପଦକ୍ଷେପ ତାର କ୍ଷେତ୍ରୀୟ ଗଠବନ୍ଧନରେ ପରିବର୍ତ୍ତନର ସଙ୍କେତ ଦେଇଛି।

ଇରାନ ଓ ରୁଷ୍‌କୁ କେମିତି ଝଟକା – 

ସାଉଦୀ ଆରବ ସେହି ଆରବ ଦେଶ ଗୁଡ଼ିକ ମଧ୍ୟରେ ସାମିଲ ଥିଲା, ଯିଏକି ୨୦୧୧ର ଆରବ ସ୍ପ୍ରିଙ୍ଗ ବିରୋଧ ପ୍ରଦର୍ଶନ ପରେ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କୁ କ୍ଷମତାରୁ ହଟେଇବା ପାଇଁ ବିଦ୍ରୋହୀ ଗ୍ରୁପଙ୍କୁ ପାଣ୍ଠି ପ୍ରଦାନ କରିଥିଲା। କିନ୍ତୁ ଇରାନ ଓ ରୁଷ୍‌ର ସମର୍ଥନରେ ଅସଦ ଏହି ଯୁଦ୍ଧକୁ ସନ୍ତୁଳିତ ସ୍ଥିତିରେ ପହଞ୍ଚାଇ ଦେଲେ। ହେଲେ ଡିସେମ୍ୱର ୨୦୨୩ରେ ଗୋଲାନଙ୍କ ନେତୃତ୍ୱରେ ହୋଇଥିବା ହଠାତ୍‌ ହମଲା ସିରିଆର ସ୍ଥିତିକୁ ବଦଳାଇ ଦେଲା। ତାଙ୍କର ହୟାତ ତହରୀର ଅଲ-ଶାମ (ଏଚଟିଏସ) ନାମକ ଗ୍ରୁପ୍‌ କିଛି ଦିନରେ ଅସଦଙ୍କ ସରକାରର ପତନ କରାଇଲା।

ଗୋଲାନୀ,  ଇରାନ ଓ ରୁଷ୍‌ ଉଭୟ ଠାରୁ ଦୂରତା ବଜାୟ ରଖିଛନ୍ତି। ଇରାନ ଏବେସୁଦ୍ଧା ଡାମାସ୍କସରେ ନିଜର ଦୂତାବାସ ପୁଣି ଥରେ ଖୋଲି ନାହିଁ। ଯାହା ପ୍ରଥମେ ସିରିଆ ,ଲେବାନନର ହିଜବୁଲ୍ଲାହ ଓ ଅନ୍ୟ ସହଯୋଗୀଙ୍କ ମଧ୍ୟରେ ସମନ୍ୱୟର ଏକ ପ୍ରମୁଖ କେନ୍ଦ୍ର ସାଜିଥିଲା। ରୁଷ୍‌ ମଧ୍ୟ ନିଜର ଏୟାର ଓ ସି ବେସ୍‌କୁ ଜାରି ରଖିବାକୁ ଚାହିଁଛି , କିନ୍ତୁ ଯେବେ ଅସଦଙ୍କୁ ଦେଶରୁ ପଳାୟନ ହେବାକୁ ପଡ଼ିଲା , ତ ରୁଷ୍‌ ତାଙ୍କୁ ଶରଣ ଦେଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.