ପ୍ରମୂଖ ଖବର
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

Pakistan: ବେଲୁଚିସ୍ତାନରେ ପାକିସ୍ଥାନୀ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ; ସଂଘର୍ଷରେ ୧୮ ସୁରକ୍ଷା କର୍ମୀଙ୍କ ସହ ୧୨ ଆତଙ୍କବାଦୀଙ୍କ ମୃତ୍ୟୁ

Published By : Bijay Swain | February 2, 2025 1:27 AM

Image courtesy: thehindu

ନୂଆଦିଲ୍ଲୀ: ପାକିସ୍ତାନର ବେଲୁଚିସ୍ତାନରେ ପାକିସ୍ଥାନୀ ସୁରକ୍ଷା ବାହିନୀ ଓ ଆତଙ୍କବାଦୀମାନଙ୍କ ମାନେ ମୁହାଁମୁହିଁ ହୋଇଛନ୍ତି। ଏହି ସଂଘର୍ଷରେ ୧୮ ଜଣ ସୁରକ୍ଷା କର୍ମୀଙ୍କ ସମେତ ୧୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ପାକିସ୍ତାନ ସେନାର ମିଡିଆ ୱିଙ୍ଗ ଆଇଏସପିଆର ଅନୁଯାୟୀ, ଜାନୁଆରୀ ୩୧ ଓ ଫେବୃଆରୀ ୧ ମଧ୍ୟରାତ୍ରରେ କଲାତ ଜିଲ୍ଲାର ମଙ୍ଗୋଚାର ଅଞ୍ଚଳରେ ଆତଙ୍କବାଦୀମାନେ ରାସ୍ତା ଅବରୋଧ କରିବାକୁ ଚେଷ୍ଟା କରିବା ସମୟରେ ଏହି ସଂଘର୍ଷ ହୋଇଥିଲା ବୋଲି ଜଣା ପଡିଛି।

ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସପିଆର) ଜାରି କରିଥିବା ବିବୃତ୍ତିରେ କହିଛି "ଶତ୍ରୁ ଏବଂ ବିରୋଧୀ ଶକ୍ତିଙ୍କ ନିର୍ଦ୍ଦେଶରେ ବେଲୁଚିସ୍ତାନର ଶାନ୍ତିପୂର୍ଣ୍ଣ ପରିବେଶକୁ ନଷ୍ଟ କରିବା ପାଇଁ ଏହି ଆତଙ୍କବାଦୀ କାର୍ଯ୍ୟକଳାପ କରାଯାଉଥିଲା। ସୁରକ୍ଷା ବାହିନୀ ଓ ଆଇନ ପ୍ରବର୍ତ୍ତନ ଏଜେନ୍ସି ଏହା ସମ୍ୱଦ୍ଧରେ ସୂଚନା ପାଇ ତୁରନ୍ତ ଆତଙ୍କବାଦୀ ମାନଙ୍କ ଯୋଜନାକୁ ପଣ୍ଡ କରିବା ସହ ସ୍ଥାନୀୟ ଲୋକ ମାନଙ୍କୁ ସୁରକ୍ଷା ଯୋଗାଇଦେଇଥିଲେ। ଏହି ସଂଘର୍ଷରେ ୧୨ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିବାବେଳେ ଅପରେସନ ସମୟରେ ୧୮ ଜଣ ସୁରକ୍ଷା କର୍ମୀ ମଧ୍ୟ ପ୍ରାଣ ହରାଇଛନ୍ତି।"

ସୂଚନା ମୁତାବକ, ବେଲୁଚିସ୍ତାନ ହେଉଛି ପାକିସ୍ତାନର ସବୁଠାରୁ ବଡ଼ ଅଞ୍ଚଳ। କିନ୍ତୁ ଏଠାରେ ସୁରକ୍ଷା ପରିସ୍ଥିତି ବହୁତ ଖରାପ ରହିଛି। ବେଲୁଚ୍-ବିଚ୍ଛିନ୍ନତାବାଦୀମାନେ ନିୟମିତ ଭାବରେ ସୁରକ୍ଷା ବାହିନୀ ଏବଂ ଅନ୍ୟ ପ୍ରଦେଶର ଲୋକମାନଙ୍କୁ ଟାର୍ଗେଟ କରିଥାନ୍ତି। ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ପାକିସ୍ତାନରେ ଆତଙ୍କୀ ଆକ୍ରମଣ ବୃଦ୍ଧି ପାଇଛି। ଗତ ବର୍ଷ ପାକିସ୍ତାନରେ ମୋଟ ୪୪୪ଟି ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ଯେଉଁଥିରେ ୬୮୫ ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଥିଲେ ବୋଲି ସୂଚନା ରହିଛି। ଗତ ଦଶନ୍ଧି ମଧ୍ୟରେ ଏହି ବର୍ଷ ପାକିସ୍ତାନ ପାଇଁ ସବୁଠାରୁ ଘାତକ ପ୍ରମାଣିତ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.