ପ୍ରମୂଖ ଖବର
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

US-Venezuela: ଜେଲରେ ଥିବା ଆମେରିକୀୟ ବନ୍ଦୀଙ୍କୁ ମୁକ୍ତ କଲା ଭେନେଜୁଏଲା; ଖୁସି ବ୍ୟକ୍ତ କଲେ ଡୋନାଲ୍ଡ ଟ୍ରମ୍ପ

Published By : Bijay Swain | February 2, 2025 12:54 AM

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଦିନ ଭେନେଜୁଏଲାରୁ ପ୍ରତ୍ୟାବର୍ତ୍ତନ କରୁଥିବା ଛଅ ଜଣ ଆମେରିକୀୟ କଏଦୀଙ୍କୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଉଭୟଦେଶ ମଧ୍ୟରେ ଏକ ନୂତନ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଯାହା ଆଧାରରେ ଆମେରିକାରେ ଅବୈଧ ଭାବରେ ପ୍ରବେଶ କରିଥିବା ଭେନେଜୁଏଲାର ଗ୍ୟାଙ୍ଗ ସଦସ୍ୟଙ୍କ ସମେତ ଏହାର ନାଗରିକମାନଙ୍କୁ ତାଙ୍କ ଦେଶକୁ ଫେରାଇ ନିଆଯିବ। ଅନ୍ୟପକ୍ଷେ ଭେନେଜୁଏଲାରେ ବନ୍ଦୀ ଥିବା ବିଭିନ୍ନ ଆମେରିକୀୟ ନାଗରିକମାନଙ୍କୁ ଫେରାଇ ଅଣାଯିବ। ସୋଶିଆଲ ମିଡିଆରେ ଟ୍ରମ୍ପ କହିଛନ୍ତି ଯେ ତାଙ୍କ ଶାସନ କାଳରେ ସୀମା ସୁରକ୍ଷା ସବୁଠୁ ଅଧିକ ମଜବୁତ ହୋଇଛି ଏବଂ ଆମେରିକାରୁ ରେକର୍ଡ ସଂଖ୍ୟକ ଅବୈଧ ପ୍ରବାସୀ ଏବଂ ଅପରାଧୀଙ୍କୁ ନିର୍ବାସିତ କରାଯାଉଛି।

ରାଷ୍ଟ୍ରପତି ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟ କରି କହିଛନ୍ତି ଯେ ଭେନେଜୁଏଲାରେ ଥିବା ଆମେରିକୀୟ ବନ୍ଧକମାନଙ୍କୁ ଫେରାଇ ଆଣିବା ଏକ ଭଲ ପଦକ୍ଷେପ। ଏହା ବଦଳରେ ଭେନେଜୁଏଲାକୁ ଆମେରିକାରେ ଅବୈଧ ଭାବରେ ଥିବା ସମସ୍ତ ଭେନେଜୁଏଲାବାସୀଙ୍କୁ ଫେରାଇ ଦିଆଯିବ। ଯାହାମଧ୍ୟରେ ଟ୍ରେନ୍ ଡିର ଆରାଗୁଆ ଦଳର ସଦସ୍ୟ ମଧ୍ୟ ସାମିଲ ଅଛନ୍ତି। 

ସେ ଏହା ମଧ୍ୟ କହିଛନ୍ତି ଯେ ଭେନେଜୁଏଲା ଏହି ଲୋକମାନଙ୍କୁ ସେମାନଙ୍କ ଦେଶକୁ ପଠାଇବା ପାଇଁ ପରିବହନ ସୁବିଧା ଯୋଗାଇବାକୁ ମଧ୍ୟ ରାଜି ହୋଇଛି। ଟ୍ରମ୍ପ କହିଛନ୍ତି ଯେ ସମସ୍ତ ଦେଶ ଅବୈଧ ପ୍ରବାସୀଙ୍କୁ ଫେରାଇ ନେବାକୁ ରାଜି ହୋଇଛନ୍ତି ଏବଂ ରେକର୍ଡ ସଂଖ୍ୟକ ଅପରାଧୀଙ୍କୁ ମଧ୍ୟ ଆମେରିକାରୁ ବାହାର କରାଯାଉଛି।

ସୂଚନା ମୁତାବକ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଅଧୀନରେ ପୂର୍ବତନ ସ୍ୱତନ୍ତ୍ର ମିଶନ ଦୂତ ରିଚାର୍ଡ ଗ୍ରେନେଲ ଭେନେଜୁଏଲାର ନେତା ନିକୋଲାସ ମାଦୁରୋଙ୍କ ସହ ଏବିଷୟରେ ଆଲୋଚନା କରିଥିଲେ। ଉଭୟ ଦେଶ ମଧ୍ୟରେ ହୋଇଥିବା ଏହି ଆଲୋଚନା ସଫଳ ମଧ୍ୟ ହୋଇଥିଲା। ଯାହାର ଫଳ ସ୍ୱରୁପ ଗତ ଶୁକ୍ରବାର ଭେନେଜୁଏଲା ନିଜ ଦେଶରେ ବନ୍ଦୀ ଥିବା ଛଅ ଜଣ ଆମେରିକୀୟ ନାଗରିକଙ୍କୁ ମୁକ୍ତ କରିଥିଲା।

ଖବର ମୁତାବକ ଭେନେଜୁଏଲାର ରାଷ୍ଟ୍ରପତି ମାଦୁରୋଙ୍କ ସରକାର ଜୁଲାଇ ମାସରେ ବିଭିନ୍ନ କାରଣ ପାଇଁ ବିଦେଶୀ ନାଗରିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ଅତି କମରେ ନଅ ଜଣ ଆମେରିକୀୟଙ୍କୁ ମଧ୍ୟ ଅଟକ ରଖାଯାଇଥିଲା। ଏହି କଏଦୀମାନଙ୍କ ଉପରେ ହିଂସାତ୍ମକ କାର୍ଯ୍ୟ କରିବାକୁ ଷଡ଼ଯନ୍ତ୍ର ରଚନା କରୁଥିବା ନେଇ ଅଭିଯୋଗ ରହିଥିଲା। କିନ୍ତୁ ଏ ସମ୍ପର୍କରେ କୌଣସି ଠୋସ୍ ପ୍ରମାଣ ମିଳିପାରିନଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.