ପ୍ରମୂଖ ଖବର
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ନିଯୁକ୍ତିକୁ ନେଇ ଯୁବଗୋଷ୍ଠୀଙ୍କୁ ସଠିକ୍‌ ତଥ୍ୟ ଦେଇପାରି ନାହାନ୍ତି କେନ୍ଦ୍ର ସରକାର: ରାହୁଲ ଗାନ୍ଧୀ

Published By : Tapas Panda | February 3, 2025 4:33 PM

Image Courtesy: indiatvnews

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସୋମାବର ବେରୋଜଗାରକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି । ନିଯୁକ୍ତି ସଂପର୍କରେ ଯୁବଗୋଷ୍ଠୀଙ୍କୁ ସଠିକ୍‌ ତଥ୍ୟ କେନ୍ଦ୍ର ସରକାର ଦେଇପାରି ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ରାହୁଲି ଗାନ୍ଧୀ କହିଛନ୍ତି, ରାଷ୍ଟ୍ରପତିଙ୍କ ଭାଷଣ ଶୁଣିଲି, କିନ୍ତୁ କିଛି ନୂଆ କଥା ଶୁଣିପାରିଲି ନାହିଁ । ପୂର୍ବରୁ ଯେଉଁ କଥା କୁହାଯାଇଥିଲା ଠିକ୍‌ ସେହି କଥାର ପୁନରାବୃତ୍ତି କରିଛନ୍ତି ରାଷ୍ଟ୍ରପତି । ରାହୁଲ ଗାନ୍ଧୀ କହିଛନ୍ତି ଯେ, କୌଣସି ଦେଶ ମୂଳତଃ ଦୁଇଟି ଦିଗକୁ ବ୍ୟବସ୍ଥିତ କରେ  । ଆପଣ ପ୍ରଥମେ ଖର୍ଚ୍ଚକୁ ବ୍ୟବସ୍ଥିତ କରିପାରିବେ ଏବଂ ପରେ ଉତ୍ପାଦନକୁ ବ୍ୟବସ୍ଥିତ କରିପାରିବେ । ବର୍ତ୍ତମାନ ସମୟରେ ବ୍ୟବସ୍ଥିତ ଖର୍ଚ୍ଚ କହିଲେ ସେବାକୁ ବଝାଉଛି । ଉତ୍ପାଦନକୁ ବ୍ୟବସ୍ଥିତ କରିବାର ଆଧୁନିକ ଉପାୟ ହେଉଛି ବିନିର୍ମାଣ । କିନ୍ତୁ ବିନିର୍ମାଣ ବ୍ୟତୀତ ଅନେକ କିଛି ଉତ୍ପାଦନ କରିବାର ଅଛି । ଆମ ଦେଶ ବ୍ୟବସ୍ଥିତ ଉତ୍ପାଦନ କ୍ଷେତ୍ରରେ ବିଫଳ ହୋଇଛି ବୋଲି ରାହୁଲ କହିଛନ୍ତି ।  

କଂଗ୍ରେସ ସାଂସଦ କହିଛନ୍ତି, ‘ଆମ ପାଖରେ ଉତ୍କୃଷ୍ଟ କମ୍ପାନୀ ଅଛନ୍ତି ଯେଉଁମାନେ ଉତ୍ପାଦନ ସଂଗଠିତ କରିବାକୁ ଚେଷ୍ଟା କରନ୍ତି ।  ହେଲେ ଆମେ ଯାହା କରିଛୁ ତାହାକୁ ଚୀନ୍ର କମ୍ପାନୀଗୁଡ଼ିକୁ ହସ୍ତାନ୍ତର କରିଦେଇଛୁ। ମୋବାଇଲ୍ ଫୋନ୍, ଯଦିଓ ଆମେ କହୁଛୁ ଯେ ଆମେ ମୋବାଇଲ୍ ଫୋନ୍ ଭାରତରେ ତିଆରି କରୁଛୁ, କିନ୍ତୁ ଏହା ସତ୍ୟ ନୁହେଁ । ଫୋନ୍ ଭାରତରେ ତିଆରି ହୋଇନାହିଁ । ଏହି ଫୋନ୍ ଭାରତରେ ଆସେମ୍ବଲ ହୋଇଛି । ଫୋନ୍‌ର ସମସ୍ତ ଉପାଦାନ ଚୀନ୍‌ରେ ତିଆରି ହୋଇଛି ଏବଂ  ଆମେ ଚୀନ୍‌କୁ ଟିକସ ଦେଉଛୁ।’ 

ରାହୁଲ ଗାନ୍ଧୀ କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ମୋଦୀ 'ମେକ୍ ଇନ୍ ଇଣ୍ଡିଆ' କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପରିଣାମ ଆପଣଙ୍କ ସାମ୍ନାରେ ଅଛି । ୨୦୧୪ରେ ଉତ୍ପାଦନ GDPର ୧୫.୩% ରୁ ହ୍ରାସ ପାଇ ଆଜି ୧୨.୬% ହୋଇଛି, ଯାହା ୬୦ ବର୍ଷ ମଧ୍ୟରେ ସର୍ବନିମ୍ନ ଉତ୍ପାଦନକୁ ଦର୍ଶାଉଛି । ମୁଁ ପ୍ରଧାନମନ୍ତ୍ରୀଙ୍କୁ ଦୋଷ ଦେଉନାହିଁ, ଏହା କହିବା ଠିକ୍ ହେବ ନାହିଁ ଯେ ସେ ଚେଷ୍ଟା କରିନଥିଲେ । ମୁଁ କହିପାରିବି ଯେ ପ୍ରଧାନମନ୍ତ୍ରୀ ଚେଷ୍ଟା କରିଥିଲେ, କିନ୍ତୁ ସେ ବିଫଳ ହୋଇଛନ୍ତି ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.