ପ୍ରମୂଖ ଖବର
  • ବ୍ରହ୍ମପୁର : ମା’ ତାରାତାରିଣୀ ପୀଠ ରୋପଓ୍ବେର ହେବ ମରାମତି , ଆସନ୍ତା ୮ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ରହିବ ବନ୍ଦ
  • ||
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

Watch Video: ଲୋକଙ୍କ ପାଇଁ ଖୋଲିବ କେଜ୍ରିଓ୍ବାଲଙ୍କ ‘ଶୀଶ୍‌ମହଲ୍‌’, ଜଙ୍ଗପୁରା ରାଲିରେ କହିଲେ ଅମିତ ଶାହ

Published By : Tapas Panda | February 3, 2025 6:02 PM

Image Courtesy: indiatvnews

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜଙ୍ଗପୁରାରେ ଆୟୋଜିତ ନିର୍ବାଚନୀ ରାଲିରେ 'ଶୀଶମହଲ'କୁ ନେଇ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସମାଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ‘‘ଶୀଶ୍‌ମହଲ ପାଇଁ ଖର୍ଚ୍ଚ ହୋଇଥିବା ୫୧,୦୦୦ କୋଟି ଟଙ୍କା ଦିଲ୍ଲୀବାସୀଙ୍କର । ୨୦୧୩ ମସିହାରେ କେଜ୍ରିୱାଲ କହିଥିଲେ ସେ ମୁଖ୍ୟମନ୍ତ୍ରୀ ହେବା ପରେ ଘର, ଗାଡ଼ି କିମ୍ବା ସୁରକ୍ଷା ନେବେ ନାହିଁ । କିନ୍ତୁ ସେ ଏକ ଗାଡ଼ି ଏବଂ ଏକ ବଙ୍ଗଳା ନେଇଥିଲେ । ସେ ଗୋଟିଏ ଘରରେ ସନ୍ତୁଷ୍ଟ ନଥିଲେ, ତେଣୁ ସେ 'ଶୀଶମହଲ' ନିର୍ମାଣ କରିଥିଲେ । ଏହି ୫୧,୦୦୦ କୋଟି ଟଙ୍କା କାହାର ? ଏହା ଦିଲ୍ଲୀବାସୀଙ୍କର । ମୁଁ ପ୍ରତିଶ୍ରୁତି ଦେଉଛି ଯେ, ଆମେ ସାଧାରଣ ଲୋକଙ୍କ ଲାଗି 'ଶୀଶ୍‌ମହଲ' ଖୋଲିବୁ।’’

ଆପ ନେତା ମନୀଷ ସିସୋଦିଆଙ୍କୁ ଟାର୍ଗେଟ କରି ଶାହ କହିଛନ୍ତି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପାଟପରଗଞ୍ଜର ବାସିନ୍ଦାଙ୍କୁ ଠକିଛନ୍ତି।  ମନୀଷ ସିସୋଦିଆ (ଜଙ୍ଗପୁରା ନିର୍ବାଚନମଣ୍ଡଳୀରୁ ଆପ ପ୍ରାର୍ଥୀ) ଏବେ ଏଠାକୁ ଆସିଛନ୍ତି । ଆପଣ ତାଙ୍କୁ ପଚାରିବା ଉଚିତ ଯେ, ସେ ଏପରି କ'ଣ କରିଥିଲେ ତାଙ୍କୁ ପାଟପରଗଞ୍ଜ (ନିର୍ବାଚନମଣ୍ଡଳୀ) ଛାଡିବାକୁ ପଡିଲା ? ସେ ଭାବୁଛନ୍ତି ପାଟପରଗଞ୍ଜର ଲୋକମାନଙ୍କୁ ଠକିବା ପରେ ସେ ଏବେ ଜଙ୍ଗପୁରାରେ ମିଥ୍ୟା ପ୍ରତିଶ୍ରୁତି ଦେବେ । ବିଜେପି ନେତା ଆହୁରି କହିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ଭାବରେ, ସିସୋଦିଆ ସମସ୍ତ ମନ୍ଦିର, ସ୍କୁଲ ଏବଂ ଗୁରୁଦ୍ୱାର ନିକଟରେ ମଦ ଦୋକାନ ଖୋଲିଥିଲେ। ଦେଶରେ ଏଭଳି ଜଣେ ଶିକ୍ଷାମନ୍ତ୍ରୀ ଯିଏ ମଦ ଦୁର୍ନୀତିରେ ଜେଲ ଯାଇଥିଲେ ବୋଲି ସିସୋଦିଆଙ୍କୁ କଟାକ୍ଷ କରି କହିଛନ୍ତି ଶାହ ।




ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆଙ୍କ ଟାର୍ଗେଟ କରି ଶାହ କହିଛନ୍ତି, "ବଡେ ମିଆଁ ଏବଂ ଛୋଟେ ମିଆଁ ଦିଲ୍ଲୀକୁ ଠକିଛନ୍ତି।" ଉଲ୍ଲେଖଯୋଗ୍ୟ, ବର୍ତ୍ତମାନର ପାଟପରଗଞ୍ଜ ବିଧାୟକ ମନୀଷ ସିସୋଦିଆ ଜଙ୍ଗପୁରା ବିଧାନସଭା ଆସନରୁ ବିଜେପିର ତରବିନ୍ଦର ସିଂହ ମାରୱାହ ଏବଂ କଂଗ୍ରେସର ଫରହାଦ ସୁରୀଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଶେଷ ହୋଇଛି । ଦିଲ୍ଲୀରେ ଫେବୃଆରୀ ୫ ରେ ନିର୍ବାଚନ ହେବ ଏବଂ ଫେବୃଆରୀ ୮ ରେ ଫଳାଫଳ ଘୋଷଣା କରାଯିବ । ନିର୍ବାଚନ ରେଜଲ୍ଟ ଆସିବା ପରେ କେଉଁ ଦଳ ଦିଲ୍ଲୀରେ ସରକାର ଗଢ଼ିବ ତାହା ସ୍ପଷ୍ଟ ହୋଇଯିବ । ଆଜି ପ୍ରଚାର ଶେଷ ହୋଇଥିବା ବେଳେ ବୁଧବାର ମତଦାନ ଏବଂ ଶନିବାର ଆସିବ ଦିଲ୍ଲୀ ରେଜଲ୍ଟ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.