ନୂଆଦିଲ୍ଲୀ : ଦିଲ୍ଲୀରେ ନିର୍ବାଚନୀ ପ୍ରଚାରର ଅନ୍ତିମ ଚରଣର ସରଗରମ ମଧ୍ୟରେ ରାଜ୍ୟସଭା ସାଂସଦ ସ୍ୱାତି ମାଲିୱାଲ ମଧ୍ୟ ଅରବିନ୍ଦ କେଜ୍ରିୱାଲ ଓ ଆମ୍ ଆଦମୀ ପାର୍ଟି ବିରୋଧରେ ଖୁବ୍ ହମଲା କରିଛନ୍ତି। ସ୍ୱାତି ମାଲିୱାଲ ପୂର୍ବାଞ୍ଚଳର ମହିଳାଙ୍କର ଏକ ଗ୍ରୁପ ସହ ସୋମବାର ଯମୁନା ନଦୀର ଜଳ ନେଇ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଆବାସରେ ପହଞ୍ଚି ଥିଲେ। ଦିଲ୍ଲୀ ପୁଲିସ୍ ସୁରକ୍ଷା ଓ ଶାନ୍ତି ବଜାୟ ରଖିବାକୁ ସ୍ୱାତି ମାଲିୱାଲଙ୍କୁ ହେପାଜତକୁ ନେଇ ଯାଇଛି।
ଦିଲ୍ଲୀ ପୁଲିସ ଦ୍ୱାରା ହେପାଜତକୁ ଯିବା ପୂର୍ବରୁ ସ୍ୱାତି ମାଲିୱାଲ କହିଥିଲେ କି , ଅରବିନ୍ଦ କେଜ୍ରିୱାଲ ଯମୁନା ନଦୀକୁ ନାଳରେ ବଦଳାଇ ଦେଇଛନ୍ତି । ଯମୁନାରେ କଳା ଦୁର୍ଗନ୍ଧ ପାଣି ବହୁଛି । ନଦୀ ଭେଣ୍ଟିଲେଟରରେ ରହିଛି ଏବଂ ଅରବିନ୍ଦ କେଜ୍ରିୱାଲ ନିଜର ମହଲରେ ଅଛି। କେଜ୍ରିୱାଲ ଐଶ୍ୱର୍ଯ୍ୟପୂର୍ଣ୍ଣ କାରରେ ବୁଲୁଛନ୍ତି। ଏବେ ପୂର୍ବାଞ୍ଚଳର ହଜାର ହଜାର ମହିଳା ତାଙ୍କୁ ଚ୍ୟାଲେଞ୍ଜ ଦେଇ ଆସିଛନ୍ତି।
ମାଲିୱାଲ ଆହୁରି କହିଛନ୍ତି, ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ମହିଳାଙ୍କୁ ଏତେ ଡ଼ରିବା ଉଚିତ ନୁହେଁ ଏବଂ ବାହାରକୁ ଆସି ଯମୁନାର ମଇଳା ପାଣିରେ ବୁଡ଼ ଦେବା ଉଚିତ। ଅରବିନ୍ଦ କେଜ୍ରିୱାଲଙ୍କୁ ଯମୁନା ପାଣିର ଏକ ଢୋକେ ପିଇବା ଉଚିତ୍। ପୂର୍ବାଞ୍ଚଳର ମହିଳାମାନେ କହୁଛନ୍ତି କି, ଅରବିନ୍ଦ କେଜ୍ରିୱାଲଙ୍କୁ ଛଠ୍ ମୈୟାଙ୍କ ଅଭିଶାପ ଲାଗିବ , କାରଣ ମହିଳାଙ୍କ ପାଖରେ ଛଠ୍ ପାଳିବା ପାଇଁ ଆଉ କୌଣସି ସ୍ଥାନ ନାହିଁ।
ଏହି ଘଟଣାକ୍ରମ ଏମିତି ସମୟରେ ସାମନାକୁ ଆସିଛି, ଯେତେବେଳେ ଦିଲ୍ଲୀର ନିର୍ବାଚନ ପ୍ରଚାରର କିଛି ହିଁ ଘଣ୍ଟାରେ ଥମିବାକୁ ଯାଉଛି। ସେଠାରେ ଦିଲ୍ଲୀରେ ଯମୁନାର ପାଣିରେ ପଲ୍ୟୁସନକୁ ନେଇ ରାଜନୀତି ସରଗରମ୍। ନିକଟରେ ଅରବିନ୍ଦ କେଜ୍ରିୱାଲ ହରିଆଣା ସରକାର ଉପରେ ଯମୁନାର ପାଣିରେ ବିଷ ଛାଡ଼ିବାର ଅଭିଯୋଗ ଲଗେଇ ଥିଲେ। ହେଲେ ଦିଲ୍ଲୀ ଜଳ ବୋର୍ଡ ଏହି ଅଭିଯୋଗକୁ ଭୁଲ୍ ଦର୍ଶାଇ ଥିଲା। ଖାଲି ଏତିକି ନୁହେଁ ବିଜେପି ନିର୍ବାଚନ ଆୟୋଗରେ ଏହି ବିଷୟରେ କେଜ୍ରିୱାଲଙ୍କ ବିରୋଧରେ ଅଭିଯୋଗ ମଧ୍ୟ ରୁଜୁ କରାଇ ଥିଲେ। ଏହାପରେ ନିର୍ବାଚନ ଆୟୋଗ କେଜ୍ରିୱାଲଙ୍କୁ ଜବାବ ମଧ୍ୟ ମାଗି ଥିଲେ।