ପ୍ରମୂଖ ଖବର
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ଦିଲ୍ଲୀ ଫାଇଟ୍ ; ଆଜି ସରିବ ପ୍ରଚାର, କ୍ୟାମ୍ପେନ ଶେଷ ଦିନରେ କମ୍ପୁଛି ରାଜଧାନୀ

Published By : Ankita S | February 3, 2025 1:34 PM

ନୂଆଦିଲ୍ଲୀ,୦୩/୦୨: କାହାର ହେବ ଦିଲ୍ଲୀ । କିଏ ମାରିବ ବାଜି କାହାର ହେବ ହାର୍ । ଦିନକ ପରେ ଦିଲ୍ଲୀ ଫାଇଟ୍ । ମଝିରେ ଆଉ ଗୋଟିଏ ଦିନ । ଆସନ୍ତା ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ ହେବ । ଆଜି କ୍ୟାମ୍ପେନ ଶେଷ ଦିନ ଥିବାରୁ କମ୍ପୁଛି ରାଜଧାନୀ ଦିଲ୍ଲୀ । ସବୁ ରାଜନୈତିକ ଦଳ ଦିନରାତି ଏକ କରି ଭୋଟରଙ୍କୁ ମନାଇବାକୁ ଲାଗିଛନ୍ତି । ପ୍ରଚାରର ଶେଷ ଦିନରେ ଜୋରଦାର ପ୍ରଚାର କରିଛନ୍ତି ସବୁ ରାଜନୈତିକ ଦଳ ।

ବିଶେଷ କରି ଦିଲ୍ଲୀ ନିର୍ବାଚନରେ ଏକ ହାଇଭୋଲ୍ଟେଜ ତ୍ରିକୋଣୀୟ ଲଢେଇ ହେବ । ଶାସକ ଆପ୍, ବିଜେପ ଓ କଂଗ୍ରେସ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିବ । ଆଜି ପ୍ରଚାର ଶେଷ ଦିନ ଥିବାକୁ ସବୁ ରାଜନୈତିକ ଦଳ ଜୋରଦାର କ୍ୟାମ୍ପେନ କରିଛନ୍ତି । ପରସ୍ପରକୁ ଟାର୍ଗେଟ କରିଛନ୍ତି । ଭୋଟରଙ୍କୁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇଛନ୍ତି । ଭୋଟରଙ୍କୁ ମନେଇବାକୁ ସବୁ ବଳ ଲଗାଇ ଦେଇଛନ୍ତି । 

ଗତକାଲି (ରବିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଗସ୍ତ କରି ନିର୍ବାଚନ ରାଲିକୁ ସମ୍ବୋଧନ କରିବା ସହିତ ଶାସକ ଆପକୁ ଟାର୍ଗେଟ କରିଥିଲେ । ଆପ୍ ଗଡରେ ବିଜୟ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି ଭାରତୀୟ ଜନତା ପାର୍ଟି । ନିର୍ବାଚନ ତାରିଖ ଘୋଷଣା ପରେ ଦିଲ୍ଲୀ ଗସ୍ତ କରି ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା ସହ ଆପକୁ ଟାର୍ଗେଟ କରିଥିଲେ । ଆପକୁ 'ଆପଦା' ନାମ ଦେଇଥିଲେ ପ୍ରଧାନମନ୍ତ୍ରୀ । ଦିଲ୍ଲୀରେ ଆପ୍ ଯିବ ବିଜେପି ଆସିବ ବୋଲି ରଣ ହୁଙ୍କାର ଦେଇଥିଲେ ପିଏମ ମୋଦି । ପିଇବା ପାଣି, ଶିକ୍ଷା, ସ୍ବାସ୍ଥ୍ୟ ଓ ମଦ ଦୁର୍ନୀତିକୁ ମୁଦ୍ଦା କରିଛି ଭାରତୀୟ ଜନତା ପାର୍ଟି । 

ତୃତୀୟ ଥର ଦିଲ୍ଲୀବାସୀଙ୍କ ବିଶ୍ବାସ ଜିତିବାକୁ ଜୋରଦାର ପ୍ରସ୍ତୁତି କରୁଛି ଆମ୍ ଆଦମୀ ପାର୍ଟି । ଲୋକଙ୍କୁ ମାଳମାଳ ପ୍ରତିଶ୍ରୁତି ଦେଇଛି ଦଳ । କ୍ୟାମ୍ପେନ ଶେଷ ଦିନରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଛତରପୁର ଓ କାଲକାଜୀରେ ନର୍ବାଚନୀ ରାଲି କରିବେ । କାଲକାଜୀରୁ ମୁଖ୍ୟମନ୍ତ୍ରୀ ଆତିଶୀ ଦ୍ବିତୀୟ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି । ସେପଟେ ଏଥିରୁ ବାଦ ପଡିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ । ଶିଲ୍ଲା ଦୀକ୍ଷିତଙ୍କ ପରେ ଆଉ ବିଜୟ ସ୍ବାଦ ଚାଖିନାହିଁ କଂଗ୍ରେସ । ଏଥର କମବ୍ୟାକ କରିବ ବୋଲି ଆଶା ରଖିଛି କଂଗ୍ରେସ । 

ଏହା ବି ପଢନ୍ତୁ...୧୦ବର୍ଷରେ ପଛରେ ପଡିଯାଇଛି ଦିଲ୍ଲୀ; ମୋତେ ବିଦେଶରେ ଲାଜ ଲାଗୁଛି, କାହିଁକି ଏମିତି କହିଲେ ଜୟଶଙ୍କର

ଆସନ୍ତା ଫେବୃଆରୀ ୨୩ ତାରିଖରେ ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ ସରୁଛି । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆସନ୍ତା ଫେବୃଆରୀ ୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ । ତୃତୀୟ ଥର ଦିଲ୍ଲୀବାସୀଙ୍କ ବିଶ୍ବାସ ଜିତିବାକୁ କଳବଳ ଲଗାଇ ଦେଇଛି ଆମ୍ ଆଦମୀ ପାର୍ଟି । ମୋଟା ମୋଟି କହିବାକୁ ଗଲେ ଦିଲ୍ଲୀ ନିର୍ବାଚନ ପାଇଁ ଆପ୍, ବିଜେପି ଓ କଂଗ୍ରେସ ମଧ୍ୟରେ ଏକ ହାଇଭୋଲ୍ଟେଜ କ୍ୟାମ୍ପେନ ଦେଖିବାକୁ ମିଳିଛି । ଆଜି (ସୋମବାର) ସନ୍ଧ୍ୟା ୫ଟାରେ ପ୍ରଚାର ଶେଷ ହେବ । ଦିଲ୍ଲୀରେ ମୋଟ ୧.୫୫ କୋଟି ପଞ୍ଜୀକୃତ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୮୩.୪୯ ଲକ୍ଷ ପୁରୁଷ ଭୋଟର ରହିଥିବା ବେଳେ ୭୧.୭୪ ଲକ୍ଷ ମହିଳା ଭୋଟର ରହିଛନ୍ତି । ପ୍ରଥମ କରି ୨.୦୮ ଲକ୍ଷ ଭୋଟର ମତଦାନ ସାବ୍ୟସ୍ତ କରିବେ । ୨୫.୮୯ ଲକ୍ଷ ଯୁବ ଭୋଟର ରହିଛନ୍ତି । ୧,୨୬୧ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.