ପ୍ରମୂଖ ଖବର
  • ବ୍ରହ୍ମପୁର : ମା’ ତାରାତାରିଣୀ ପୀଠ ରୋପଓ୍ବେର ହେବ ମରାମତି , ଆସନ୍ତା ୮ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ରହିବ ବନ୍ଦ
  • ||
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ଆତ୍ମହତ୍ୟା କଲେ କଂଗ୍ରେସ ନେତା ଶକିଲ ଅହମ୍ମଦ ଖାନଙ୍କ ପୁଅ, ପାଟନା ବାସଭବନରୁ ମୃତଦେହ ଉଦ୍ଧାର

Published By : Tapas Panda | February 3, 2025 6:51 PM

Image Courtesy: indiatvnews

ପାଟନା: କଂଗ୍ରେସ ନେତା ଡକ୍ଟର ଶକିଲ ଅହମ୍ମଦ ଖାନଙ୍କ ପୁଅ ଆୟାନ ଜାହିଦ ଖାନ ଆହ୍ମହତ୍ୟା କରିଥିବା ଜଣାପଡ଼ିଛି । ବିହାରର ପାଟନାରେ ଥିବା ଘରେ ଆୟାନ ଜାହିଦଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ କଂଗ୍ରେସ ନେତାଙ୍କ ପରିବାର ଏବଂ ବନ୍ଧୁମାନେ ଗର୍ଦ୍ଦାନିବାଗ ବାସଭବନରେ ପହଞ୍ଚିଛନ୍ତି । ଆୟାନଙ୍କ ବୟସ ୧୮ ବର୍ଷ ହୋଇଥିବା ବେଳେ ସେ ଗତ ରାତିରେ ତାଙ୍କ ରୁମ୍‌ରେ ଏକା ଶୋଇଥିଲେ । ସକାଳେ ସେ ନଉଠିବାରୁ ପରିବାର ଲୋକେ କବାଟ ଭାଙ୍ଗି ଭିତରେ ପଶିଥିଲେ ।  ଆୟାନ ସିଲିଂ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ । ଘଟଣା ସଂପର୍କରେ ସୂଚନା ପାଇବା ପରେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଏକ ଫରେନସିକ୍ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି । 

ଶକିଲ ଅହମ୍ମଦ ଖାନ ମୂଳତଃ କଟିହାର ଜିଲ୍ଲାର କବରକୋଠି ଗ୍ରାମର ବେସିନ୍ଦା । ସେ ପାଟନା ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍‌ କରିବା ପରେ ଦିଲ୍ଲୀର ଜେଏନୟୁରୁ ଏମଏ, ଏମଫିଲ୍‌ ଏବଂ ପିଏଚଡି କରିଛନ୍ତି । ପାଠପଢ଼ା ଶେଷ ହେବା ପରେ, ସେ ୧୯୯୯ରେ କଂଗ୍ରେସରେ ଯୋଗ ଦେଇଥିଲେ । ପରେ ସେ ଅନେକ ପଦ ବଦବୀରେ ରହି କାର୍ଯ୍ୟ କରିଛନ୍ତି । ଏବେ ସେ କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଥିବା ବେଳେ ବିହାରରେ ବିଧାୟକ ମଧ୍ୟ ଅଛନ୍ତି । 

ଉଲ୍ଲେଖନୀୟ ଯେ, ଶକିଲ ଅହମ୍ମଦ ଖାନ ୨୦୧୫ ମସିହାରେ ପ୍ରଥମ ଥର ପାଇଁ କଂଗ୍ରେସ ଦଳରୁ କଟିହାରର କଡୱା ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ବିଜୟୀ ହୋଇ ବିଧାୟକ ହୋଇଥିଲେ । ୨୦୨୦ ମସିହାରେ ମଧ୍ୟ ଦ୍ୱିତୀୟ ଥର ପାଇଁ କଂଗ୍ରେସ ଦଳ ତାଙ୍କୁ ସୁଯୋଗ ଦେଇଥିଲା ଏବଂ ସେ ପୁଣି ଥରେ ଜିତିଥିଲେ । ଏହା ପରେ, ଦଳ ତାଙ୍କୁ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରିଥିଲା । ଏବେ ବିହାରରେ କଂଗ୍ରେସର ୧୯ ଜଣ ବିଧାୟକ ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.