ପ୍ରମୂଖ ଖବର
  • ବ୍ରହ୍ମପୁର : ମା’ ତାରାତାରିଣୀ ପୀଠ ରୋପଓ୍ବେର ହେବ ମରାମତି , ଆସନ୍ତା ୮ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ରହିବ ବନ୍ଦ
  • ||
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

Delhi Assembly Election: ସରିଲା ଦିଲ୍ଲୀ ନିର୍ବାଚନି ପ୍ରଚାର; ୫୫ଟି ଆସନରେ ଜିତିବ ଆପ୍, ଦାବି କଲେ କେଜ୍ରିୱାଲ

Published By : Bijay Swain | February 3, 2025 6:53 PM

Image courtesy: ndtv

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପ୍ରଚାରର ଆଜି ଶେଷ ଦିନ। ଦିନକ ପରେ ଅର୍ଥାତ ଆସନ୍ତା ଫ୍ରେବୃୟାରି 5 ତାରିଖରେ ହେବ ଭୋଟଗ୍ରହଣ। ଆଜିର ଶେଷ ନିର୍ବାଚନି ପ୍ରଚାରରେ ଭାଗ ନେଇ ଆପ୍(AAP) ମୁଖିଆ ଅରବିନ୍ଦ କେଜ୍ରିୱାଲ ପ୍ରଥମ ଥର ପାଇଁ ତାଙ୍କ ଦଳ ଦିଲ୍ଲୀରେ କେତେଟି ଆସନ ଜିତିବ ସେନେଇ ଦାବି କରିଛନ୍ତି। ଦିଲ୍ଲୀରେ ଥିବା ମୋଟ ୭୦ଟି ବିଧାନସଭା ଆସନରୁ ଆପ୍ ମୋଟ ୫୫ଟି ସିଟରେ ଜିତିବ ବୋଲି କେଜ୍ରିୱାଲ ଦାବି କରିଛନ୍ତି। 

“ମୋ ଅନୁମାନ ଅନୁଯାୟି ଆମ୍ ଆଦମି ପାର୍ଟି ଚଳିତ ନିର୍ବାଚନରେ ମୋଟ ୫୫ଟି ସିଟ ହାତେଇବାକୁ ଯାଉଛି। କିନ୍ତୁ ଯଦି ମହିଳା ଭୋଟର ନିଜେ ଚାହାନ୍ତି କିମ୍ବା ତାଙ୍କ ଘର ଲୋକଙ୍କୁ ବୁଝାନ୍ତି ତେବେ ସିଟ ସଂଖ୍ୟା ୬୦ ଟପିବ” ବୋଲି କେଜ୍ରିୱାଲ କହିଛନ୍ତି। ତେବେ ସୂଚନା ମୁତାବକ ୨୦୧୫ ନିର୍ବାଚନରେ ଆପ୍ ମୋଟ ୬୭ଟି ସିଟ ଜିତିଥିବା ବେଳେ ୨୦୨୦ ନିର୍ବାଚନରେ ମୋଟ୍ ୬୨ଟି ସିଟ୍ ଜିତିଥିଲା। 

ବିଜେପି ଦାବି କରୁଥିବା ନୂଆଦିଲ୍ଲୀ, କଲକାଜି ଓ ଜଙ୍ଗପୁରା ଆସନରେ ଆପ୍, ବିଜେପିକୁ ହାଇ ଭୋଲ୍ଟେଜ ଟକ୍କର ଦେବ। ନୂଆଦିଲ୍ଲୀ ଆସନରେ ଆପ୍ ବିପକ୍ଷ ଦଳମାନଙ୍କୁ ଏୈତିହାସିକ ବ୍ୟବଧାନରେ ପରାସ୍ତ କରିବ ବୋଲି କେଜ୍ରିୱାଲ କହିଛନ୍ତି। ତେବେ କେଜ୍ରିୱାଲ ନିଜେ ନୂଆଦିଲ୍ଲୀ ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଏହି ଆସନ ପାଇଁ ବିଜେପିର ପାର୍ଥି ପରଭେଶ ସିଂ ବର୍ମା ଓ କଂଗ୍ରେସ ପାର୍ଥି ସନ୍ଦୀପ ଦିକ୍ଷୀତ ତାଙ୍କ ସହ ପ୍ରତିଦ୍ୱନ୍ଦିତା କରୁଛନ୍ତି। 

ବର୍ତ୍ତମାନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବା ଅତୀଶି କଲକାଜି ଆସନରୁ ବିଜେପି ପାର୍ଥି ରମେଶ ବିଦୁରିଙ୍କ ବିପକ୍ଷରେ ଲଢୁଛନ୍ତି। ଅନ୍ୟପଟେ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆ ଜଙ୍ଗପୁରା ଆସନରୁ ପୂର୍ବତନ ବିଧାୟକ ତଥା କଂଗ୍ରେସ ପାର୍ଥି ତରବିନ୍ଦର ସିଂ ମରୱାଙ୍କ ବିପକ୍ଷରେ ଲଢେଇ କରୁଛନ୍ତି। ଏହି ତିନୋଟି ଆସନ ଆପ୍ ପାଇଁ ସମ୍ମାନର ବିଷୟ ହୋଇଥିବା ବେଳେ ଆପ୍ ଏହି ତିନୋଟି ଆସନରେ ଜିତିବା ପାଇଁ ନିଜର ପ୍ରଚେଷ୍ଟା ଜାରି ରଖିଛି। 

ଦିଲ୍ଲୀରେ ବର୍ତ୍ତମାନ ତ୍ରିମୁଖି ଲଢେଇ ଜାରି ରହିଛି। କେଜ୍ରିୱାଲଙ୍କ ଦଳ ଦିଲ୍ଲୀ ଆସନ ହାତେଇବା ପାଇଁ ସରକାର ବିରୋଧି ଲଢେଇ ଜାରି ରଖିଥିବା ବେଳେ, ବିଜେପି ଆପ୍ କୁ କ୍ଷମତାଚ୍ୟୁତ କରିବା ପାଇଁ ନିଜ ପ୍ରୟାଶ ଜାରି ରଖିଛି। ଅନ୍ୟପଟେ କଂଗ୍ରେସ ୧୫ ବର୍ଷ ଧରି ଶାସନ କରିଥିବା ନିଜ ପୁରୁଣା ଗଡକୁ ଫେରିପାଇବା ପାଇଁ ନିଜ ଉଦ୍ୟମ ଜାରି ରଖିଛି। 

ତେବେ ଆସନ୍ତା ୫ ତାରିଖରେ ସଂପୂର୍ଣ୍ଣ ଦିଲ୍ଲୀରେ ବିଧାନ ସଭା ନିର୍ବାଚନ ହେବାକୁ ଯାଉଛି। ଯାହାର ଫଳ ଫ୍ରେବୃୟାରି ୮ ତାରିଖରେ ପ୍ରକାଶ ପାଇବ। ତେବେ ଦିଲ୍ଲୀ ନିର୍ବାଚନରେ ନିଜ ଦଳ ଜିତିବା ନେଇ କେଜ୍ରିୱାଲ ଦୃଢ ଆଶା ବ୍ୟକ୍ତ କରିଥିବା ବେଳେ ମହିଳା ଭୋଟର ମାନଙ୍କ ଭୋଟ ଦିଲ୍ଲୀରେ କିଏ ଶାସନ କରିବ ତାହା ନିର୍ଧାରଣ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.