ନୂଆଦିଲ୍ଲୀ,୦୧/୦୨: ଆମେରିକାରେ ପୁଣି ବିମାନ ଦୁର୍ଘଟଣା । ଫିଲାଡ଼େଫ୍ଲିୟା ବିମାନ ବନ୍ଦରରୁ ଉଡ଼ାଣ ଭରିବା ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ତେବେ ଓ୍ବାଶିଂଟନ୍ର ରିଗନ ରାଷ୍ଟ୍ରୀୟ ବିମାନ ବନ୍ଦର ନିକଟରେ ହୋଇଥିବା ଦୁର୍ଘଟଣାର ଦୁଇ ଦିନ ପରେ ଏହି ଦୁର୍ଘଟଣା ହୋଇଛି । ଦୁଇ ଦିନ ପୂର୍ବରୁ ହୋଇଥିବା ଦୁର୍ଘଟଣାରେ ୬୭ ଜଣଙ୍କ ମୃତ୍ୟୁ ହୋଇଥିଲା ।
JUST IN: New video of the plane crash in Philadelphia. At least 6 people killed pic.twitter.com/zrX3jZcjoO
— BNO News (@BNONews) February 1, 2025
ନ୍ୟୁଜ୍ ଏଜେନ୍ସି ଏଏଫପି ଓ ରାୟଟର୍ସ ମୁତାବକ, ବିମାନଟି ଏକ ସପିଂ ମଲ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଉତ୍ତର-ପୂର୍ବ ଫିଲାଡ଼େଫ୍ଲିୟା ବିମାନ ବନ୍ଦରରୁ ଉଡ଼ାଣ ଭରୁଥିଲା । ଉଡାଣ ଭରିବାର ଠିକ୍ ୩୦ ସେକେଣ୍ଡ ପରେ ଏହି କ୍ରାସ ହୋଇଥିଲା । ଫଳରେ ଅନେକ କୋଠାରେ ନିଆଁ ଲାଗିବା ସହ ଏକାଧିକ ମୃତାହତ ମଧ୍ୟ ହୋଇଛନ୍ତି । ଏନେଇ ଫିଲାଡ଼େଫ୍ଲିୟା ଅଫିସ ଅଫ ଏମରଜେନ୍ସି ମ୍ୟାନେଜମେଣ୍ଟ ସୋସିଆଲ ମିଡି଼ଆରେ ପ୍ରକାଶ କରିଛି।
ସେପଟେ ଫିଲାଡ଼େଫ୍ଲିୟା ଗଭର୍ଣ୍ଣର ଯୋଶ୍ ସପିରୋ କହିଛନ୍ତି ଯେ, ଏହି ଘଟଣା ପଛର କାରଣର ଯାଞ୍ଚ କରାଯିବ । ଏହି ଘଟଣା ସହିତ ଜଡ଼ିତ ଭିଡି଼ଓ ମଧ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି। ଗୋଟିଏ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ପୂରା ଘଟଣା କଏଦ ହୋଇଛି । ସିସିଟିଭି ଫୁଟେଜରୁ ଜଣାପଡ଼ୁଛି ଯେ କିପରି ପ୍ଲେନ ବିଲ୍ଡିଂ ଉପରେ ପଡୁଛି। ସେପଟେ ଫିଲାଡ଼େଫ୍ଲିୟା ଅଗ୍ନୀଶମବାହିନୀ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନ ଜାରି ରଖିଛି। ସେହିପରି ପ୍ରଭାବିତ କୋଠାଗୁଡ଼ିକୁ ଖାଲି କରାଯାଉଛି । ଏଥିସହ ଗଭର୍ଣ୍ଣର ଯୋଶ ଶପିରୋ ଘଟଣାର ତଦନ୍ତ ଫାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଉ କହିଛନ୍ତି ଯେ ବିମାନ ସୁରକ୍ଷା ନିୟମକୁ ଆହୁରି ଶକ୍ତ କରାଯିବ । ସେହିପରି ଘଟଣାରେ ଆହତ ବ୍ୟକ୍ତି ଅଧିକା ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।