ପ୍ରମୂଖ ଖବର
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ଶନିବାର ୩ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ୍, ପ୍ରତିବଦଳରେ ୯୦ ପାଲେଷ୍ଟିନୀୟ କଏଦୀକୁ ଛାଡିବ ଇସ୍ରାଏଲ

Published By : Prameya | February 1, 2025 9:25 AM

ଗାଜାସିଟି,୦୧/୦୨:  ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିବା  ଯୁଦ୍ଧବିରତି ରାଜିନାମା ଅନୁସାରେ ଶନିବାର ଚତୁର୍ଥ ପର୍ଯ୍ୟାୟ  ବନ୍ଦୀ ବିନିମୟ ହେବ । ହମାସ ନିଜ କବ୍‌ଜାରେ ରଖିଥିବା ୩ ଜଣ ଇସ୍ରାଏଲୀ  ପଣବନ୍ଦୀ ଓଫର କାଲ୍‌ଡେରନ, କିଥ ସେଗେଲ (ଉଭୟେ ଆମେରିକୀୟ  ନାଗରିକ) ଓ ୟାର୍ଡେନ ବିବାସ (ଫ୍ରାନ୍ସ ନାଗରିକ) ଙ୍କୁ ମୁକ୍ତ କରିବ । ଗାଜାରେ  ରେଡକ୍ରସର ଇଣ୍ଟରନ୍ୟାସନାଲ କମିଟିକୁ ସେମାନଙ୍କୁ ହସ୍ତାନ୍ତର କରାଯିବ ।  ସେମାନଙ୍କ ତାଲିକା ହମାସ ପକ୍ଷରୁ ଇସ୍ରାଏଲକୁ ହସ୍ତାନ୍ତର କରାଯାଇଛି ।  

ପ୍ରତିବଦଳରେ ଇସ୍ରାଏଲ ପ୍ରାୟ ୯୦ ଜଣ ପାଲେଷ୍ଟିନୀୟ କଏଦୀକୁ ଛାଡିବ ।  ସେମାନଙ୍କ ମଧ୍ୟରେ ୯ ଜଣ ଆଜୀବନ ସଜ୍ଜା କାଟୁଥିଲା ବେଳେ ଅନ୍ୟମାନଙ୍କୁ  ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଜେଲ୍‌ଦଣ୍ଡ ହୋଇଛି । ଉଭୟ ପକ୍ଷ ମଧ୍ୟରେ ହୋଇଥିବା  ପ୍ରଥମ ପର୍ଯ୍ୟାୟ ଯୁଦ୍ଧବିରତି ୪୨ ଦିନ ବଳବତ୍ତର ରହିବ । ଗତ ଜାନୁଆରୀ  ୧୯ରୁ ଏହା ଲାଗୁ ହୋଇଛି । ଏହି ଯୁଦ୍ଧବିରତି ସମୟ ଭିତରେ ହମାସ ୩୩  ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ ଥିଲା ବେଳେ ପ୍ରତିବଦଳରେ ଇସ୍ରାଏଲ  ୧୭୦୦-୨୦୦୦ ପାଲେଷ୍ଟିନୀୟ କଏଦୀଙ୍କୁ ଛାଡିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.