ନୂଆଦିଲ୍ଲୀ : ୟୁପିର ଶାହଜହାନପୁରରେ ଜଣେ ଯୁବକଙ୍କ ଜୀବନ ବଞ୍ଚାଇ ଦେଇଛି ମେଟା। ଆର୍ମିର ଭର୍ତ୍ତି ପ୍ରକ୍ରିୟାରେ ୪ଥର ଅସଫଳ ହେବାରେ ମାନସିକ ଚିନ୍ତାରେ ଥିଲେ ଲଖିମପୁର ଖିରିର ଯୁବକ। ତାଙ୍କର ଆତ୍ମହତ୍ୟା କରିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ମେଟା କମ୍ପାନୀରୁ ଆଲର୍ଟ ଜାରି ହେବା କ୍ଷଣି ଦିଲ୍ଲୀ ଖିରିର ପୁଲିସ ତାଙ୍କର (ଯୁବକଙ୍କୁ) ତଲାସରେ ଲାଗି ପଡ଼ିଥିଲା। ଏହି ଲୋକେସନ ଶାହଜହାନପୁର ଥିବା ଜଣାପଡ଼ି ଥିଲା।
ଏହାପରେ ମିଳିଥିବା ସୂଚନାରେ ଜିଲ୍ଲା ଶାହଜହାନପୁରର ରୋଜା ଥାନା ଅନ୍ତର୍ଗତ ପୁଲିସ ଲୋକେସନ ଟ୍ରାକ୍ କରିଥିଲେ । ଏହି ଆଧାରରେ ଯୁବକଙ୍କୁ ସିଟି ପାର୍ଟରୁ ତାଙ୍କର ଜଣେ ପରିଚିତଙ୍କ ପାଖରୁ ଧରି ଥିଲା। ଯୁବକଙ୍କୁ ନିରାପଦ ସହ ତାଙ୍କର ପରିବାରକୁ ପୁଲିସ ହସ୍ତାନ୍ତର କରିଛି।
କହି ରଖୁଛୁ କି, ୧ଫେବ୍ରୁଆରୀ ସନ୍ଧ୍ୟା ୫ଟା ସମୟରେ ଆତ୍ମହତ୍ୟା ସମ୍ୱନ୍ଧୀୟ ପୋଷ୍ଟ ଫଟୋ ଭିଡ଼ିଓରେ ମେଟା କମ୍ପାନୀରୁ ଏକ ଆଲର୍ଟ ପ୍ରାପ୍ତ ହୋଇଥିଲା। ଜିଲ୍ଲା ସୋସିଆଲ ମିଡିଆ ସେଲ୍ ଦ୍ୱାରା ଆଲର୍ଟକୁ ତତ୍କାଳ ସଂଜ୍ଞାନକୁ ନିଆଗଲା। ଆତ୍ମହତ୍ୟାର ସମ୍ୱନ୍ଧରେ ଭିଡ଼ିଓ ମୋବାଇଲ ନମ୍ୱର ଓ ଲୋକେସନ ଥାନା ରୋଜାକୁ ଉପଲବ୍ଧ କରାଗଲା। ଥାନା ରୋଜାର ଇନ୍ସପେକ୍ଟର ଇନଚାର୍ଜ କ୍ରାଇମ୍, ଗଙ୍ଗା ସିଂହଙ୍କ ଦ୍ୱାରା ଇନ୍ସପେକ୍ଟର ରାଜେଶ କୁମାର ,କନଷ୍ଟେବଳ ଅରୁଣ ତୋମର ଓ ଶିଭମ ସର୍ଭିଲାନ୍ସ ସେଲ୍କୁ ପାଇଁ ପଠାଗଲା। ଟିମ୍ ସିଟି ପାର୍କ ଲୋଧିପୁରରେ ପହଞ୍ଚି ଇନଷ୍ଟାଗ୍ରାମ୍ରେ ଆତ୍ମହତ୍ୟା ସମ୍ୱନ୍ଧରେ , ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ଲୋକେସନ ଟ୍ରେସ୍ କରି ତାଙ୍କୁ ଉଦ୍ଧାର କରିଥିଲା। ପଚରାପଚରିରୁ ଜଣାପଡ଼ି ଥିଲା କି, ସେ ବ୍ୟକ୍ତି ନରଦବଲ ଥାନା ଫରଦାନ ଜିଲ୍ଲା ଲଖିମପୁର ଖିରିରେ ରୁହନ୍ତି । ତାଙ୍କର ବୟସ ୨୦ ବର୍ଷ । ଏହାପରେ ଇନ୍ସପେକ୍ଟର ରାଜେଶ କୁମାରଙ୍କ ଦ୍ୱାରା ତାଙ୍କର କାଉନ୍ସେଲିଂ କରାଗଲା।
ଯୁବକ ଜଣଙ୍କ କହିଥିଲେ କି, ମୁଁ ଆର୍ମିର ଭର୍ତ୍ତିରେ ୪ଥର ପ୍ରୟାସ କରିଥିଲି। ମାପରେ ଚେଷ୍ଟ ସାଇଜ୍ କମିବା କହି ତାଙ୍କୁ ବାହାର କରି ଦିଆଗଲା। ଯେଉଁ କାରଣରୁ ସେ ନିରାଶ ହୋଇ ଯାଇ ଥିଲେ। ଏହାପରେ ପୁଲିସ ଟିମ୍ ଯୁବକଙ୍କୁ ତାଙ୍କରପରିବାର ଲୋକଙ୍କ ଜିମା ଦେଇଥିଲେ ଏବଂ ଏମିତି ଭୁଲ ନକରିବାର ଚେତାବନୀ ଦେଇଥିଲେ। ପୀଡ଼ିତ ଯୁବକଙ୍କ ଦ୍ୱାରା ଆଉଥରେ ଏମିତି ହରକତ ନକରିବାକୁ ଲିଖିତ ଓ ମୌଖିକ ବୟାନ ଦେଲେ। ପୁନଃ ଉତ୍ସାହ ପୂର୍ବକ ସଂଘର୍ଷ କରି ସେନା ଚାକିରିରେ ଭର୍ତ୍ତି ହେବାର ସାହସ ଦେଖାଇଲେ। ଏହାପରେ ଯୁବକଙ୍କ ପରିବାର ଲୋକ ପୁଲିସ ଟିମକୁ ଖୁବ୍ ପ୍ରଶଂସା କରିଥିଲେ।