ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଫଟୋ ଉଠାଇବା ବେଳେ ଆକ୍ରମଣ କଲା ହାତୀ, ଯୁବକ ଗୁରୁତର

Published By : Harapriya Sethi | December 25, 2024 1:44 PM

ବିନିକା,୨୫/୧୨: ହାତୀର ଫଟୋ ଉଠାଇବା ହେଲା କାଳ । ହାତୀ ଆକ୍ରମଣରେ ଯୁବକ ଗୁରୁତର । ଗୁରୁତର ହୋଇଥିବା ଯୁବକ ଜଣକ ଉଲୁଣ୍ଡା ବ୍ଲକ ଏସପତ୍ରାପାଳି ପଞ୍ଚାୟତ କୁଦପାଳି ଗ୍ରାମର ସୁଶୀଲ ବାଗ ବୋଲି ଜଣାପଡ଼ିଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ କେଉଟିପାଳି ବ୍ରିଜ ନିକଟରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, କୁଦପାଲି ଗ୍ରାମର ସୁଶୀଲ ବାଗ ଏକ ବାଇକ୍ ଯୋଗେ ଆଇଁଲାଛାଟ ଆସୁଥିଲେ । ସେହି ସମୟରେ ହାତୀପଲ କେଉଟିପାଲି ବ୍ରିଜ ନିକଟରେ ଥିବାରୁ ସହ ସହ ଲୋକ ହାତୀପଲଙ୍କୁ ଦେଖୁଥିଲେ । ସେଠାରେ ଫଟୋ ଉଠାଇବା ସମୟରେ ହାତୀଟି ଆକ୍ରମଣ କରି ସୁଶୀଲଙ୍କୁ ଶୁଣ୍ଢରେ ଠେଲି ଦେଇଥିଲା । ଫଳରେ ସେ ଛିଟିକି ପଡ଼ିଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ସୁଶୀଲଙ୍କୁ ଉଦ୍ଧାର କରି ଉଲୁଣ୍ଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.