ପ୍ରମୂଖ ଖବର
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ସୁପ୍ରିମ୍‌କୋର୍ଟରେ ‘ଟ୍ୱେଲ୍‌ଥ ଫେଲ୍‌’ର ସ୍ପେଶାଲ ସ୍କ୍ରିନିଂ, ଫିଲ୍ମ ଦେଖିଲେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ ୨୮/୦୯: ସୁପ୍ରିମ୍‌କୋର୍ଟରେ ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମ ‘ଟ୍ୱେଲ୍‌ଥ ଫେଲ୍‌’ର ସ୍ପେଶାଲ ସ୍କ୍ରିନିଂ । ଗତ ବୁଧବାର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଓ ଅନ୍ୟ ବିଚାରପତିଙ୍କ ପାଇଁ ଫିଲ୍ମ ସ୍କ୍ରିନିଂ ହୋଇଥିଲା । ପ୍ରଧାନ ବିଚାରପତି, ଅନ୍ୟ ବିଚାରପତିଙ୍କ ସମେତ ୬୦୦ ଅଧିକାରୀ ଓ ସେମାନଙ୍କ ପରିବାର ସ୍କ୍ରିନିଂରେ ଯୋଗ ଦେଇ ଫିଲ୍ମ ଦେଖିଥିଲେ । ଏହା ପରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ବିଧୁ ବିନୋଦ ଏବଂ ଫିଲ୍ମର ମୁଖ୍ୟ କଳାକାର ବିକ୍ରାନ୍ତ ମେସି ଓ ମେଧା ଶଙ୍କରଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିଲା । ଫିଲ୍ମ ଟିମ୍‌ଙ୍କ ସହିତ ଆଇପିଏସ୍‌ ଅଫିସର ମନୋଜ କୁମାର ଶର୍ମା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । 

ସୂଚନାଯୋଗ୍ୟ, ମନୋଜଙ୍କ ଜୀବନ ଉପରେ ‘ଟ୍ୱେଲ୍‌ଥ ଫେଲ୍‌’ ପର୍ଯ୍ୟବସିତ । ବାର୍ତ୍ତାଳାପରେ ଚନ୍ଦ୍ରଚୂଡ଼ କହିଥିଲେ ‘ମୋର ବିଶ୍ୱାସ ଯେ ଆମ କର୍ମଚାରୀ ପରିବାରଙ୍କର ପ୍ରତ୍ୟେକ ସଦସ୍ୟ ଫିଲ୍ମରୁ ପ୍ରେରିତ ହୋଇ ଦେଶକୁ ଏକ ନୂଆ ଉଚ୍ଚତାକୁ ନେବାରେ ସେମାନଙ୍କ ପୁଅ, ଝିଅ, ବନ୍ଧୁଙ୍କୁ ଉତ୍ସାହିତ କରିବେ । ଏଭଳି ଫିଲ୍ମ ଆମ ଚତୁଃପାଶ୍ୱର୍ର ଲୋକଙ୍କ ପାଇଁ ଜୀବନରେ ପ୍ରତିଦିନ କିଛି ଭଲ କରିବା ପାଇଁ ଆମକୁ ସକ୍ଷମ ଓ ପ୍ରେରିତ କରେ ।

୨୦୨୩, ଅକ୍ଟୋବରରେ ‘ଟ୍ୱେଲ୍‌ଥ ଫେଲ୍‌’ ଥିଏଟରକୁ ଆସିଥିଲା । କାହାଣୀ ଓ କଳାକାରଙ୍କ ପ୍ରଦର୍ଶନ ପାଇଁ ଏହା ଖୁବ୍‌ ପ୍ରଶଂସିତ ହୋଇଥିଲା । ଅନୁରାଗ ପାଠକଙ୍କ ‘ଟ୍ୱେଲ୍‌ଥ ଫେଲ୍‌’ ଶୀର୍ଷକ ବେଷ୍ଟ୍‌ସେଲିଂ ଉପନ୍ୟାସର ଏହା ନାଟ୍ୟ ରୂପାନ୍ତର । ବାସ୍ତବ ଜୀବନର କାହାଣୀକୁ ନିଖୁଣ ଭାବେ ପରଦାରେ ଉତାରିବା ପାଇଁ ବିଧୁ ବିନୋଦଙ୍କୁ ପ୍ରଧାନ ବିଚାରପତି ପ୍ରଶଂସା କରିଥିଲେ । ବିକ୍ରାନ୍ତ ଓ ମେଧାଙ୍କ ପ୍ରଦର୍ଶନକୁ ମଧ୍ୟ ଖୁବ୍‌ ପ୍ରଶଂସା କରିଥିଲେ । ସୁପ୍ରିମ୍‌କୋର୍ଟରେ ଫିଲ୍ମଟି ପ୍ରଦର୍ଶିତ ହୋଇଥିବାରୁ ବିଧୁ ବିନୋଦଙ୍କ ସମେତ ପୂରା ଫିଲ୍ମ ଟିମ୍‌ କୃତଜ୍ଞତା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.