ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

କମୁଛି କି କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ କ୍ରେଜ୍‌? କମିଲେ ଭ୍ୟୁୟର୍ସ, ଚାଲିପାରିଲାନି ଆଲିଆଙ୍କ ଯାଦୁ

ମୁମ୍ବାଇ ୨୭/୦୯: କମେଡି କିଙ୍ଗ୍‌ କପିଲ ଶର୍ମା ତାଙ୍କର ଦ୍ୱିତୀୟ ସିଜିନ୍‌ ସହିତ ନେଟଫ୍ଲିକ୍ସରେ କମବ୍ୟାକ୍‌ କରିଛନ୍ତି। ପ୍ରଥମ ଏପିସୋଡରେ ଆଲିଆ ଭଟ୍ଟ ଏବଂ କରଣ ଜୋହର ତାଙ୍କ ଫିଲ୍ମ ‘ଜିଗରା’ ର ପ୍ରମୋସନ ପାଇଁ ଆସିଥିଲେ। ତାଙ୍କ ସହ ବେଦାଙ୍ଗ୍ ରୈନା ମଧ୍ୟ ଥିଲେ। ଅନେକ ଗପସପ ପରେ ମଧ୍ୟ ଏହି ଏପିସୋଡକୁ ଖୁବ୍‌ କମ୍‌ ଲୋକ ଦେଖିଛନ୍ତି। କୁହାଯାଉଛି ଏହି ଏପିସୋଡ ଏତେ ଖାସ୍‌ କମାଲ ଦେଖାଇ ପାରିଲା ନାହିଁ ଯେତିକି ରଣବୀର କପୁର ଏପିସୋଡ୍‌ ଦେଖାଇଥିଲା।

ନେଟଫ୍ଲିକ୍ସ ର ଗ୍ଲୋବାଲ୍‌ ଟପ୍‌ ୧୦ ଲିଷ୍ଟରେ ‘ଦ ଗ୍ରେଟ୍‌ ଇଣ୍ଡିଆନ୍ କପିଲ ଶୋ’ ସେପ୍ଟେମ୍ବର୍‌ ୨୨ ରେ ଡେବ୍ୟୁ କରିଥିଲା। ନନ୍‌ ଇଂଗ୍ଲିସ୍‌ ଟିଭି ଲିଷ୍ଟରେ ଗତ ସପ୍ତାହରେ ୮ ନମ୍ବରରେ ରହିଥିଲା। ଏହାକୁ କେବଳ ୧.୨ ମିଲିଅନ୍‌ ଅର୍ଥାତ୍‌ ୧୨ ଲକ୍ଷ ଲୋକ ଦେଖିଥିଲେ। ଯେତେବେଳେ ଏହାର ଏପିସୋଡ୍‌  ଆସିଥିଲା, ସେତେବେଳେ ଏହାକୁ ୧.୪ ମିଲିଅନ୍‌ ଅର୍ଥାତ୍‌ ୧୪ ଲକ୍ଷ ଲୋକ ଦେଖିଥିଲେ।  ହେଲେ ରଣବୀର କପୁର ଯେଉଁ ଏପିସୋଡରେ ଆସିଥିଲେ ତାହାକୁ ୨.୪ ଅର୍ଥାତ୍‌ ୨୪ ଲକ୍ଷ ଲୋକ ଦେଖିଥିଲେ। ଏବଂ ଟପ୍‌ ୩ରେ କପିଲଙ୍କ ଏହି ଶୋ’ ସ୍ଥାନ ପାଇଥିଲା।

ଶୋ’ ଯେତେବେଳେ ଦ୍ୱିତୀୟ ଏପିସୋଡରେ ଥିଲା ଏହା ୫ ନମ୍ବରକୁ ଖସି ଆସିଥିଲା। କାରଣ ଦିଲଜିତ ଦୋସାଞ୍ଜ ଏବଂ ପରିଣୀତି ଚୋପ୍ରା ଆସିଥିବା ଏପିସୋଡ୍‌ ଦର୍ଶକଙ୍କ ମଧ୍ୟରେ ଖାସ୍ କମାଲ ଦେଖାଇ ପାରିନଥିଲା। ଧିରେ ଧିରେ ଏହା ସାତ ନମ୍ବରକୁ ଆସିଗଲା ଏବଂ ଟୋଟାଲ୍‌ ଭ୍ୟୁଜ୍‌ ଏହାର ୧.୭ ମିଲିଅନ୍‌ ଅର୍ଥାତ୍‌ ୧୭ ଲକ୍ଷ ହୋଇଗଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.