ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଜିଗ୍ରା'ର ଟ୍ରେଲର ଆଉଟ, ଏହି ଦିନ ହେବ ରିଲିଜ

ମୁମ୍ବାଇ,୨୬/୦୯: ସବୁ ଅପେକ୍ଷାର ହେଲା ଅନ୍ତ । ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଜିଗ୍ରା'ର ଟ୍ରେଲର ରିଲିଜ । ତେବେ ଏହି ଚଳଚ୍ଚିତ୍ରରେ ଆଲିଆଙ୍କ ସହ ନଜର ଆସିବେ ବେଦାଙ୍ଗ ରାଇନା  । ଉଭୟ ଭାଇ ଭଉଣୀ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଫିଲ୍ମଟି ଭାଇ ଭଉଣୀ ନିଆରା କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ଆଲିଆଙ୍କ ଦମଦାର ଅଭିନୟ ଦେଖିବେ ଦର୍ଶକ । ଟ୍ରେଲରକୁ ଲୋକେ ବେଶ ପସନ୍ଦ କରିଥିବାବେଳେ ଉତ୍ସାହର ସହ ଫିଲ୍ମକୁ ଅପେକ୍ଷା କରିଛନ୍ତି।

ତେବେ ଟ୍ରେଲରରେ ଦର୍ଶାଯାଇଛି ଯେ, ସତ୍ୟାଙ୍କ ଭାଇ ଡ୍ରଗ୍ସ ମାମଲାରେ ଫସି ରହିଛନ୍ତି। ଅଙ୍କୁର ତାଙ୍କ ଭଉଣୀଠାରୁ ଦୂରରେ ଏକ ବିଦେଶରେ ଅଛନ୍ତି । ଉଭୟ ଅନାଥ । ନିଜ ଭାଇକୁ ବଞ୍ଚାଇବାକୁ ସତ୍ୟାଙ୍କ ପାଖରେ ମାତ୍ର ତିନି ମାସ ଥିବା ବେଳେ ସେ କିପରି ସବୁ ସଂଘର୍ଷର ସାମ୍ନା କରି ତାଙ୍କୁ ରକ୍ଷା କରୁଛନ୍ତି । ସେ ନିଜ ଭାଇର ସୁରକ୍ଷା କବଚ ସାଜି ଯେ କୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ହୋଇଛନ୍ତି ଆଲିଆ । ତାହା ଦର୍ଶାଯାଇଛି । ଭାଇ ଉଭଣୀ ଉପରେ ଆଧାରିତ ଏହି ନିଚ୍ଛକ କାହାଣୀକୁ ଲୋକେ ପସନ୍ଦ କରିବେ ବୋଲି ଆଶାବାଦୀ ନିର୍ମାତା ।ସେପଟେ ଆଲିଆ ଇନଷ୍ଟାଗ୍ରାମରେ ଫିଲ୍ମର ଟ୍ରେଲର ସେୟାର କରି କ୍ୟାପସନରେ ଲେଖିଛନ୍ତି, “ସବୁ ସେଟ୍ ହୋଇଛି, ଜିଗ୍ରା ଥିଏଟର ଟ୍ରେଲର ରିଲିଜ ହୋଇଛି । ଏବେ ଆପଣଙ୍କୁ ୧୧ ଅକ୍ଟୋବରରେ ଥିଏଟରକୁ ଯିବାକୁ ହେବ ।'' ପ୍ରକାଶ ଥାଉକି, ଅକ୍ଟୋବର ୧୧ରେ ପ୍ରେକ୍ଷାଳୟରେ 'ଜିଗ୍ରା' ମୁକ୍ତିଲାଭ କରିବ । ସେହି ଦିନ ରାଜକୁମାର ରାଓ ଏବଂ ତ୍ରିପ୍ତୀ ଡିମ୍ରିଙ୍କ ଅଭିନୀତ 'ବିକି ବିଦ୍ୟା କା ୱୋ ୱାଲା ଭିଡିଓ' ମଧ୍ୟ ରିଲିଜ ହେଉଛି । ତେବେ ଉଭୟ ଫିଲ୍ମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.