ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଜୁନ୍ ୨୧ରେ ବିଶ୍ୱ ପାଳିବ ଯୋଗ ଦିବସ, ଯୋଗକୁ ସାରା ବିଶ୍ୱ ପରିଚିତ କରାଇଥିଲେ ଭାରତର ଏହି ପ୍ରସିଦ୍ଧ ଯୋଗଗୁରୁ...

ନୂଆଦିଲ୍ଲୀ, ୨୦।୬: ଜୁନ୍ ୨୧ରେ ସାରା ବିଶ୍ୱ ପାଳେ ଯୋଗ ଦିବସ । ଏହି ଦିନରେ ବିଶ୍ୱରେ ଅଧିକାଂଶ ସ୍ଥାନରେ ସାମୂହିକ ଯୋଗ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଏ । କିନ୍ତୁ, ଆପଣ ଜାଣନ୍ତି କି ? ଭାରତର କେଉଁ ଯୋଗଗୁରୁ ଯୋଗକୁ ସାରା ବିଶ୍ୱ ପରିଚିତ କରାଇଥିଲେ ? 

ଯୋଗ ଭାରତୀୟ ସଂସ୍କୃତିର ଏକ ପରିଚୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଜି ମଧ୍ୟ ଭାରତ ସାରା ବିଶ୍ୱରେ ଯୋଗ ପାଇଁ ବେଶ୍ ପରିଚିତ । କୁହାଯାଏ ଭାରତବର୍ଷରେ ଯୋଗର ଉତ୍ପତ୍ତିସ୍ଥଳ । ଯେଉଁଠି ସାରା ବିଶ୍ୱ ଯୋଗର ଅର୍ଥ ଜାଣିନଥିଲା, ଭାରତର ମୁନିଋଷି କିନ୍ତୁ ଯୋଗତପ ଜରିଆରେ ଜ୍ଞାନ ଆହରଣ କରୁଥିଲେ । ତେଣୁ ଭାରତର ମୁନିଋଷିମାନଙ୍କୁ ଜ୍ଞାନର ଭଣ୍ଡାର ବୋଲି କୁହାଯାଏ । ଭାରତର ଏପରି କିଛି ପ୍ରମୁଖ ଗୁରୁ, ଯିଏ ଯୋଗର ଅଲୌକିକ ଶକ୍ତି ବିଷୟରେ ସାରା ବିଶ୍ୱରେ ପରିଚିତ କରାଇଥିଲେ । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।    

ଯୋଗଗୁରୁ ପରମହଂସ ଯୋଗାନନ୍ଦ :

ପ୍ରତିବର୍ଷ ଜୁନ୍‌ ୨୧କୁ ଅର୍ଥାତ୍ ଆସନ୍ତା କାଲି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଭାବେ ପାଳନ କରାଯାଏ । ପରମହଂସ ଯୋଗାନନ୍ଦଙ୍କ ଆତ୍ମଜୀବନୀ ଉପରେ ଆଧାରିତ ଏକ ପୁସ୍ତକ ବେଶ୍ ପ୍ରସିଦ୍ଧ । ପରମହଂସ ଯୋଗାନନ୍ଦ ଯୋଗର ପ୍ରଥମ ଓ ପ୍ରମୁଖ ଗୁରୁ ଥିଲେ । ଯିଏ ପ୍ରଥମେ ଲୋକଙ୍କୁ ଧ୍ୟାନ ଓ ଯୋଗ ବିଷୟରେ ଅବଗତ କରାଇଥିଲେ । ପରମହଂସ ଯୋଗାନନ୍ଦ ନିଜର ଅଧିକାଂଶ ଜୀବନ ଆମେରିକାରେ ବିତାଇଥିଲେ ।

ତିରୁମଲାଇ କୃଷ୍ଣମଚାର୍ଯ୍ୟ :

ଏହାବ୍ୟତୀତ ଆଧୁନିକ ଯୋଗଗୁରୁ ଭାବେ ପରିଚିତ ତିରୁମଲାଇ କୃଷ୍ଣମଚାର୍ଯ୍ୟ । ହସ୍ତଯୋଗ ଓ ବିନ୍ୟାସ ଯୋଗକୁ ପୁନଃ ପରିଚିତ କରାଇଥିଲେ ସେ । ଆୟୁର୍ବେଦର ବିଶେଷ ଜ୍ଞାନ ଥିଲା ତାଙ୍କର । ତାଙ୍କ ପାଖକୁ ଆସୁଥିବା ରୋଗୀଙ୍କୁ ଯୋଗ ଓ ଆୟୁର୍ବେଦ ସାହାଯ୍ୟରେ ଆରୋଗ୍ୟ କରୁଥିଲେ । 

ଯୋଗଗୁରୁ ଧିରେନ୍ଦ୍ର :

ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ଯୋଗଗୁରୁ ଥିଲେଧିରେନ୍ଦ୍ର ବ୍ରହ୍ମଚାରୀ । ଯିଏ କି ପ୍ରଥମେ ଯୋଗକୁ ସାରା ବିଶ୍ୱ ପରିଚିତ କରାଇବାକୁ ଦୂରଦର୍ଶନ ବା ଟିଭିରେ ଯୋଗ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସେ ହିନ୍ଦୀ ଓ ଇଂରାଜୀ ଭାଷାରେ ଅନେକ ପୁସ୍ତକ ଲେଖିଛନ୍ତି । ଆଜି ମଧ୍ୟ ଜମ୍ମୁରେ ତାଙ୍କର ବିଶାଳ ଆଶ୍ରମ ରହିଛି । 

କୃଷ୍ଣ ପଟ୍ଟାଭି ଜୋଇସ :

ଯୋଗକୁ ନେଇ ଚର୍ଚ୍ଚା ହେଲେ, କୃଷ୍ଣ ପଟ୍ଟାଭି ଜୋଇସଙ୍କ ନାଁ ମଧ୍ୟ ସାମନାକୁ ଆସେ । ତାଙ୍କୁ ଯୋଗର ବଡ଼ ଗୁରୁ ମାନୁଥିଲେ । ସେ ଅଷ୍ଟାଙ୍ଗ ବିନ୍ୟାସ ଯୋଗଶୈଳୀ ବିକଶିତ କରିଥିଲେ । ତାଙ୍କ ଅନୁଗାମୀଙ୍କ ମଧ୍ୟରେ ମଡୋନା, ଷ୍ଟିଙ୍ଗ ଓ ଗ୍ୱେନେଥ ପାଲଟୋ ଭଳି ପ୍ରସିଦ୍ଧ ନାଁ ସାମିଲ ।

ବି କେ ଏସ ଅଂୟଗର : 

ଏହାବ୍ୟତୀତ ବି କେ ଏସ ଅଂୟଗର ମଧ୍ୟ ଯୋଗକୁ ସାରା ବିଶ୍ୱ ପରିଚିତ କରାଇବାରେ ତାଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଅଂୟଗର ଯୋଗ ନାଁରେ ତାଙ୍କର ଏକ ଯୋଗ ବିଦ୍ୟାଳୟ ମଧ୍ୟ ରହିଛି । ଏହି ବିଦ୍ୟାଳୟ ମାଧ୍ୟମରେ ସେ ସାରା ବିଶ୍ୱରେ ଯୋଗକୁ ନେଇ ସଚେତନ କରାଇଥିଲେ । ୨୦୦୪ରେ ବିଶ୍ୱର ଟପ୍ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ତାଙ୍କ ନାଁ ସାମିଲ କରିଥିଲା ଟାଇମ୍ ମାଗାଜିନ୍‌ । ‘ଲାଇଟ୍ ଅନ୍ ଯୋଗ’ ନାଁରେ ତାଙ୍କ ଲିଖିତ ଏକ ପୁସ୍ତକ ମଧ୍ୟ ରହିଛି । 

ମହର୍ଷି ମହେଶ ଯୋଗୀ :  

ମହର୍ଷି ମହେଶ ଯୋଗୀ ଦେଶ ଓ ବିଦେଶରେ ଟ୍ରାନ୍ସଡେଣ୍ଟଲ ମେଡିଟେସନ୍‌ର ଗୁରୁ ଭାବେ ପରିଚିତ । କେବଳ ଏତିକି ନୁହେଁ, ଅନେକ ସେଲିବ୍ରିଟି ମଧ୍ୟ ମହର୍ଷି ମହେଶ ଯୋଗୀଙ୍କୁ ନିଜ ଗୁରୁ ବୋଲି ମାନନ୍ତି । ପ୍ରସିଦ୍ଧ ଧାର୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ମଧ୍ୟ ମହର୍ଷି ମହେଶ ଯୋଗୀଙ୍କ ଶିଷ୍ୟ ।  

କେବେଠୁ ଆରମ୍ଭ ହେଲା ଯୋଗ ଦିବସ

ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ସେପ୍ଟେମ୍ୱର ୨୭କୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ରଖିଥିଲେ । ଉକ୍ତ ବର୍ଷ ଡିସେମ୍ୱର ୧୧ରେ ସଂଯୁକ୍ତ ରାଷ୍ଟ୍ର ମହାସଭା ଏହି ପ୍ରସ୍ତାବକୁ ସ୍ୱୀକୃତି ଦେବା ସହ ଜୁନ୍ ୨୧କୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା । କହିରଖୁ କି, ଏହି ପ୍ରସ୍ତାବରେ ୧୭୭ ଦେଶର ସମର୍ଥନ ମିଳିଥିବା ବେଳେ ୨୦୧୫ ଜୁନ୍ ୨୧ରେ ପ୍ରଥମ ଥର ପାଇଁ ସାରା ବିଶ୍ୱରେ ଯୋଗ ଦିବସ ପାଳନ କରାଯାଇଥିଲା ।    

   

 

 

  • prameyanews
  • PrameyaOdia
  • prameya
  • International Yoga Day 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.