ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ରସିଆନ୍ ପ୍ରେମିକା ପାଖରୁ ଟଙ୍କା ଚୋରି କରି ଜେଲ ଗଲେ ଆମେରିକୀୟ ସୈନିକ

ମସ୍କୋ: ଋଷୀୟ ପ୍ରେମିକାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ଏବଂ ତାଙ୍କ ପାଖରୁ ଟଙ୍କା ଚୋରି କରିବା ଅଭିଯୋଗରେ ଜଣେ ଆମେରିକୀୟ ସୈନିକଙ୍କୁ ୪ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି ଋଷିଆର ଏକ କୋର୍ଟ । ଆମେରିକୀୟ ସୈନିକ ଗୋର୍ଡୋନ୍‌ ବ୍ଲାକ ଋଷୀୟ ସହର ଭ୍ଲାଦିବୋଷ୍ଟକରେ ନିଜ ପ୍ରେମିକାଙ୍କୁ ସାକ୍ଷାତ କରିବାକୁ ଯାଇଥିବା ବେଳେ ସେଠାରୁ ତାଙ୍କୁ ପୋଲିସ ଗିରଫ କରିଥିଲା । ଗତ ଏପ୍ରିଲ ମାସରେ ପ୍ରେମିକାଙ୍କ ପାଖକୁ ଯାଇଥିବା ବେଳେ ବ୍ଲାକ ତାଙ୍କ ପାଖରୁ ୧୦ ହଜାର ରୁବଲ୍ସ ବା ପ୍ରାୟ ୧୧୨ ଡଲାର ଚୋରି କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହା ସହ ସେ ନିଜ ପ୍ରେମିକାଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ନ୍ୟୁଜ ଏଜେନ୍ସି ଟାସ୍‌ରେ ଖବର ପ୍ରକାଶ ପାଇଛି ।

 ସେପଟେ ଚୋରି ଅଭିଯୋଗରେ ସତ୍ୟତା ଥିବା କଥା ସ୍ବୀକାର କରିଛନ୍ତି ବ୍ଲାକ୍‌ । ମହିଳାଙ୍କ ପର୍ସରୁ ସେ ଟଙ୍କା ନେଇଥିଲେ ଏବଂ ପରେ ୧୨୫ ଡଲାର ଫେରାଇ ଦେଇଥିଲେ ବୋଲି ବ୍ଲାକ୍‌ କହିଛନ୍ତି । ଭ୍ଲାଦିବୋଷ୍ଟକରେ ରହିବା ବେଳେ ସେ ଏହି ଅର୍ଥ ପ୍ରେମିକାଙ୍କ ପାଖରୁ ନେଇଥିଲେ । ଏହା ବ୍ୟତୀତ ସେ ରହୁଥିବା ଘର ମାଲିକଙ୍କ ପାଖରୁ ମହିଳାଜଣଙ୍କ ୧୦୦୦୦ ରୁବଲ୍ସ ନେଇଥିଲେ ବୋଲି ବ୍ଲାକ ଦାବି କରିଛନ୍ତି ।  ବ୍ଲାକଙ୍କ ପ୍ରେମିକା ମଧ୍ୟ କୋର୍ଟରେ ହାଜର ହୋଇଥିଲେ ଏବଂ ତାଙ୍କୁ ଏଯାବତ୍‌ କୌଣସି ଅର୍ଥ ମିଳିନଥିବା କହିଛନ୍ତି । ସେପଟେ କୋର୍ଟଙ୍କ ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ବ୍ଲାକଙ୍କ ଓକିଲ କହିଛନ୍ତି । 

ଅନ୍ୟପଟେ, ନିକଟ ଅତୀତରେ ଋଷିଆରେ ଅନେକ ଆମେରିକୀୟଙ୍କୁ ଜେଲରେ ଭର୍ତ୍ତି କରାଯାଇଛି । ଏନେଇ ଆମେରିକା ବାରମ୍ବାର ଅଭିଯୋଗ କରିଆସିଛି । ଆମେରିକାର ଜଣେ ପୂର୍ବତନ ନୌସେନା ଅଧିକାରୀ ପଲ୍‌ ଓ୍ବେଲାନ୍‌ ଏବଂ ଓ୍ବାଲଷ୍ଟ୍ରିଟ୍‌ ଜୀର୍ଣ୍ଣାଲର ସାମ୍ବାଦିକ ଇଭାନ୍‌ ଗେରସୋକୋଭିକ୍‌ଙ୍କୁ ଭୁଲ ଉପାୟରେ ଜେଲରେ ଭର୍ତ୍ତି କରାଯାଇଥିବା ନେଇ ଆମେରିକା ଅଭିଯୋଗ କରିଛି । 

୩୨ ବର୍ଷୀୟ ସାମ୍ବାଦିକ ୨୦୨୩ ମାର୍ଚ୍ଚରୁ ଋଷିଆ ଜେଲ୍‌ରେ ରହିଆସିଥିବା ବେଳେ ତାଙ୍କଠୁ ଦେଶର ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ କୋର୍ଟ ତାଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି । ସେପଟେ ଋଷିଆର ଅଭିଯୋଗକୁ ଉଭୟ ଆମେରିକା ସରକାର ଏବଂ ଓ୍ବାଲଷ୍ଟ୍ରିଟ୍‌ ଜର୍ଣ୍ଣାଲ ଖଣ୍ଡନ କରିଛନ୍ତି । ଏପରିକି ଋଷିଆ ନଯିବାକୁ ଯଥାସମ୍ଭବ ଚେଷ୍ଟା କରିବା ଲାଗି ନିଜର ନାଗରିକଙ୍କୁ ପରମର୍ଶ ଦେଇଛନ୍ତି ବାଇଡେନ୍‌ ସରକାର ।   

 

  • Russia
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.