ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ବାତ୍ୟା ସାଜିଲା ବାଧକ, ଆସନ୍ତାକାଲି ଲଞ୍ଚ ହେବ ସ୍ପେଶକ୍ରାଫ୍ଟ

ନୂଆଦିଲ୍ଲୀ,୨୭/୦୯: ଗତକାଲି ଲଞ୍ଚ ହୋଇଥାନ୍ତା ସୁନୀତା ୱିଲିୟମ୍ସଙ୍କୁ ଉଦ୍ଧାର କରିବାକୁ ଯାଉଥିବା ସ୍ପେଶକ୍ରାଫ୍ଟ । ହେଲେ ପୂର୍ବ ଆକଳନ ଅନୁଯାୟୀ ବାତ୍ୟା ସାଜିଲା ବାଧକ । ମେକ୍ସିକୋ ଗଲ୍ଫ ଉପରେ ସୃଷ୍ଟି ହୋଇଥିବା ବାତ୍ୟା 'ହେଲିନ' ଯୋଗୁଁ  ଗତକାଲି ଲଞ୍ଚ ହୋଇପାରିନି ନାସା ଓ SpaceXର କ୍ରୁ-୯ ମିଶନ । ତେବେ ଶନିବାର ରାତି ୧.୧୭ ମିନିଟରେ ମିଶନ ଲଞ୍ଚ ହେବ । ଏନେଇ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । 

କ୍ରୁ-୯ ମିଶନର ନେତୃତ୍ବ ନେଉଥିବା ନାସା ମହାକାଶଚାରୀ ନିକ୍‌ ହଗ୍‌ ଓ ଋଷୀୟ କସମୋନଟ୍‌ ଆଲେକଜାଣ୍ଡର ମହାକାଶକୁ ଯାତ୍ରା କରି ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ରେ ୫ମାସ ପର୍ଯ୍ୟନ୍ତ ରହିବେ । ଏହି ସ୍ପେଶକ୍ରାଫ୍ଟରେ ୪ଟି ସିଟ୍‌ ଥିବା ବେଳେ ୨ଟି ସିଟ୍‌ ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ ବ୍ୟାରି ୱିଲମୋରଙ୍କ ପାଇଁ ଖାଲି ରହିଛି । ମହାକାଶକୁ ୮ଦିନ ପାଇଁ ଯାଇ ଫସିଥିବା ଏହି ୨ ମହାକାଶଚାରୀ ଆସନ୍ତା ବର୍ଷ ୨୦୨୫ ଫେବୃଆରୀରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବେ । ସୁନୀତା ଓ ସହଯୋଗୀ ୱିଲମୋର ଜୁନରୁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ଫସି ରହିଛନ୍ତି । ସେମାନେ ମହାକାଶକୁ ଯାଇଥିବା ବୋଇଙ୍ଗ ଷ୍ଟାରଲାଇନର ସ୍ପେଶକ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେମାନେ ମହାକାଶ ଫେରିପାରିନଥିଲେ । ଏବେ ସେମାନେ କ୍ରୁ-9 ମିଶନ ସହିତ ଆସନ୍ତା ବର୍ଷ ଫେବୃଆରୀରେ ପୃଥିବୀକୁ ଫେରିବେ । ବାତ୍ୟା ହେଲିନ ଭୀଷଣ ବାତ୍ୟାର ରୂପ ନେଇଥିବାରୁ ଏହି ମିଶନକୁ ଘୁଞ୍ଚାଯାଇଛି । ଏହି ମିଶନର ସ୍ପେଶକ୍ରାଫ୍ଟ କାପେ କାନଭେରାଲରୁ ଲଞ୍ଚ ହେବାର ଥିଲା, ମାତ୍ର ଏଠାରେ ମଧ୍ୟ ବାତ୍ୟାର ପ୍ରଭାବ ପଡ଼ିବାକୁ ଥିବାରୁ ଏହି ମିଶନ ଲଞ୍ଚ ତାରିଖକୁ ଶନିବାରକୁ ଘୁଞ୍ଚାଯାଇଛି ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.