ପ୍ରମୂଖ ଖବର
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

୨୦ରେ ତୃତୀୟ ଓଡ଼ିଆ ସିନେ ଆୱାର୍ଡ, ପିଣ୍ଟୁ ନନ୍ଦଙ୍କୁ ମରଣୋତ୍ତର ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର,୧୯/୦୬ : ରିଲ୍ସ ଆଣ୍ଡ୍‌ ରିଲ୍ସ ଓ ଅନିସ୍‌ ଏଣ୍ଟରଟେନ୍‌ମେଣ୍ଟ ତରଫରୁ ଆସନ୍ତା ୨୦ ତାରିଖରେ ଉତ୍କଳ ମଣ୍ଡପରେ ଆୟୋଜିତ ହେବ ତୃତୀୟ ଓଡ଼ିଆ ସିନେ ଆୱାର୍ଡ । ଏହି ଅବସରରେ ଓଡ଼ିଆ ସିନେ ଜଗତ ପାଇଁ ଉତ୍ସର୍ଗୀକୃତ ଅବଦାନ ପାଇଁ ସ୍ୱର୍ଗତ ପିଣ୍ଟୁ ନନ୍ଦଙ୍କୁ ମରଣୋତ୍ତର ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏଥିସହ ଓଲିଉଡରେ ନିଜର ନିରବଛିନ୍ନ ସୃଜନଶୀଳତା ପାଇଁ ଶ୍ରେଷ୍ଠ ଅଭିନୟ, ସଙ୍ଗୀତ, କାହାଣୀ ଓ କମେଡି ସମେତ ୭୫ଟି ବର୍ଗରେ କଳାକାରଙ୍କୁ ମଙ୍ଗଳବାର ଅପରାହ୍ଣରେ ପୁରସ୍କୃତ କରାଯିବ । 

ଏହି ଉତ୍ସବରେ ରାଜ୍ୟର ବହୁ ବର୍ଷୀୟାନ କଳାକାରଙ୍କ ସମେତ ଓଲିଉଡ ଜଗତର ବହୁ ତାରକା ଯୋଗଦେବେ ବୋଲି ଆୟୋଜକ କମିଟିର ସଙ୍ଗଠକ ସ୍ଥିତ ପଟ୍ଟନାୟକ କହିଛନ୍ତି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସିନେ ନିର୍ମାତା ସବ୍ୟସାଚୀ ମହାପାତ୍ର ଯୋଗଦେବେ । ସନ୍ଧ୍ୟା ୭ରୁ ରାତି ୧୦ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିବେ ଓଲିଉଡ କଳାକାର । ଭୂମିକା, ସବ୍ୟସାଚୀ, ଶୈଳେନ୍ଦ୍ର, ପପୁ ପମ୍‌ପମ୍‌, ଦିବ୍ୟା, ଅଭିଷେକ ପଣ୍ଡା, ଅନ୍ତରା, ରାଜ ରାଜେଶ, ଅଂଶ ଓ ତୃପ୍ତି ପ୍ରମୁଖ ଏଥିରେ ସାମିଲ ହେବେ । ସିନେ ଗବେଷକ, ସମୀକ୍ଷକ ସୂର୍ଯ୍ୟ ଦେଓ, ବରିଷ୍ଠ ସିନେ ନିର୍ମାତା ଗଦାଧର ପୁଟ୍ଟୀ ଓ ସଂସ୍କୃତିପ୍ରେମୀ ଇଂ. ସୂର୍ଯ୍ୟ ରଥ ପୁରସ୍କାର ଚୟନ କମିଟିର ଜୁରି ସଦସ୍ୟ ଥିଲେ ବୋଲି ଅନୁଷ୍ଠାନର ଅନ୍ୟତମ ସଙ୍ଗଠକ ତପନ କୁମାର ଦାସ ଓ ସମୀର ରଞ୍ଜନ ଦାସ କହିଛନ୍ତି । ମୁଖ୍ୟ ଉପଦେଷ୍ଟା ଶ୍ୟାମା ପ୍ରସାଦ ମିଶ୍ରଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.