ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

'ଆଣ୍ଟିଙ୍କୁ ନୋ ଏଣ୍ଟ୍ରି'....ଜିମ୍‌ ବାହାରେ ଲାଗିଲା ଏମିତି ପୋଷ୍ଟର୍‌, କାରଣ କହିଲେ ଜିମ୍‌ ମାଲିକ

ନୂଆଦିଲ୍ଲୀ ୧୯/୦୬: ଆଜିକାଲି ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟକୁ ନେଇ ସଚେତନତା ବୃଦ୍ଧି ପାଉଛି । ତେଣୁ ଅଧିକରୁ ଅଧିକ ଲୋକ ପ୍ରାତଃଭ୍ରମଣ, ଯୋଗ, ଧ୍ୟାନ କରିବା ସହିତ ଜିମ୍‌ ଯାଇ ଫିଟ୍‌ ରହିବାକୁ ଉଦ୍ୟମ କରୁଛନ୍ତି । ଏଭଳିସ୍ଥଳରେ ଦକ୍ଷିଣ କୋରିଆର ଏକ ଜିମ୍‌ ପକ୍ଷରୁ କରାଯାଇଥିବା ଅଜବ ନିୟମ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଜିମ୍‌ରେ ବୟସ୍କ ମହିଳାଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି । 

ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ, ଜିମ୍‌ଟି ରାଜଧାନୀ ସିଓଲର ନିକଟବର୍ତ୍ତୀ ଇଞ୍ଚେନ୍‌ ସହରରେ ଅବସ୍ଥିତ । ନିକଟରେ ଜିମ୍‌ ପକ୍ଷରୁ ଏକ ସାଇନ୍‌ ବୋର୍ଡ ଲଗାଯାଇଛି । ସେଥିରେ ଲେଖାଯାଇଛି, କେବଳ ଭଲ ବ୍ୟବହାର ପ୍ରଦର୍ଶନ କରୁଥିବା ସୁନ୍ଦର ମହିଳା ଆମ ଜିମ୍‌କୁ ଆସିପାରିବେ । ‘ଅଜୁମ୍ମା’ମାନଙ୍କର ଏଠାକୁ ପ୍ରବେଶ ନିଷେଧ । ଦକ୍ଷିଣ କୋରିଆରେ ‘ଅଜୁମ୍ମା’ ଶବ୍ଦକୁ ମଧ୍ୟବୟସ୍କ କିମ୍ବା ବୟସ୍କ ମହିଳାଙ୍କ ପାଇଁ ବ୍ୟବହାର କରାଯାଇଥାଏ । ବିଶେଷକରି ୩୦ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କ ଲାଗି ଏହି ଶବ୍ଦ ବ୍ୟବହୃତ ହୋଇଥାଏ । 

ଜୁନ୍‌ ୭ ତାରିଖରେ ଜିମ୍‌ ପକ୍ଷରୁ ସାଇନ୍‌ବୋର୍ଡ ଲଗାଯାଇଥିବାବେଳେ ସେବେଠାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଦେଶରେ ବୟସ୍କ ମହିଳାଙ୍କ ସହିତ ଭେଦଭାବର ଏହା ଏକ ଉଦାହରଣ ବୋଲି ସମାଲୋଚକମାନେ କହୁଛନ୍ତି । ସେପଟେ ଜିମ୍‌ର ମାଲିକ କିନ୍ତୁ ନିଜ ନିଷ୍ପତ୍ତିକୁ ଠିକ୍‌ ବୋଲି ଦର୍ଶାଇଛନ୍ତି । ସେ କହିଛନ୍ତି, ବୟସ୍କ ମହିଳାମାନଙ୍କ ଲାଗି ଆମ ଜିମ୍‌ ବହୁତ କ୍ଷତି ସହିଛି । ସେମାନଙ୍କ ମଧ୍ୟରୁ କିଛି ପୋଷାକ ପରିବର୍ତ୍ତନ କକ୍ଷରେ ଅଧିକ ସମୟ ବିତାଇଥାନ୍ତି । ସେମାନେ ମଧ୍ୟ ଟାୱେଲ, ସାବୁନ, ହେୟାର ଡ୍ରାଏର ପ୍ରଭୃତି ଚୋରି କରିଥାନ୍ତି । କେବଳ ସେତିକି ନୁହେଁ, ସେମାନେ କମ୍‌ ବୟସର ମହିଳାଙ୍କୁ ମାନସିକ ଭାବେ ହଇରାଣ କରିଥାନ୍ତି ।

କସରତ କରିବା ବଦଳରେ ଯୁବତୀମାନେ ପରିବାର ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ଦରକାର । ସନ୍ତାନ ଜନ୍ମ ମହିଳାଙ୍କର ପ୍ରାଥମିକତା ବୋଲି ପରାମର୍ଶ ଦେଇଥାନ୍ତି । ସେମାନେ ଧାଡ଼ି ବାନ୍ଧି ବସି ଅନ୍ୟମାନଙ୍କର ଶରୀର ସଂପର୍କରେ କଦର୍ଯ୍ୟ ଟିପ୍‌ପଣୀ କରିଥାନ୍ତି । ବୟସ୍କ ମହିଳାଙ୍କର ଏଭଳି ବ୍ୟବହାର ଯୋଗୁ ଅନେକ ଯୁବତୀ ଜିମ୍‌ ଛାଡ଼ି ଦେଇଥାନ୍ତି । ସେଥିଯୋଗୁ ବାଧ୍ୟ ହୋଇ ଆମେ ଏଭଳି ପଦକ୍ଷେପ ନେଇଛୁ ବୋଲି ସେ ଦର୍ଶାଇଛନ୍ତି । ତେବେ ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବା ପରେ ଅନେକ ଜିମ୍‌ ମାଲିକଙ୍କୁ ସମାଲୋଚନା କରିଛନ୍ତି । ଏଭଳି କାମ କେବଳ ବୟସ୍କ ମହିଳା ନୁହନ୍ତି, ସବୁ ବୟସର ଲୋକେ କରିଥାନ୍ତି ବୋଲି ସେମାନେ ଦର୍ଶାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.