ପ୍ରମୂଖ ଖବର
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

‘୩୦ ଦିନରେ ହମାସକୁ ମୂଳପୋଛ କର’, ଆଇଡିଏଫ୍‌କୁ ନେତନ୍ୟାହୁଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯।୬: ଗାଜା ପଟିକୁ ଶ୍ମଶାନରେ ପରିଣିତ କରିସାରିଥିବା ଇସ୍ରାଏଲି ସେନା ଏବେ ରାଫା ଉପରେ ଆକ୍ରମଣ ଜାରି ରଖିଛି। ଦିନକୁ ଦିନ ବିପଦଜନକ ହୋଇଛି ଏହି ଲଢେଇ ପୁଣିଥରେ ନିର୍ଦୋଷୀଙ୍କ ହେଉଛି  ଜୀବନ। ଇସ୍ରାଏଲ ସେନା କିଛି ମାସ ପୂର୍ବେ ଗାଜାରେ ଯାହା କରିଥିଲା, ତାହା ଏବେ ରାଫାରେ ରିପିଟ୍ ହେଉଛି। ପୁର୍ବରୁ ଶିବିର ଉପରେ ଆକ୍ରମଣ କରି ଶତାଧିକ ନିରିହ ଲୋକଙ୍କୁ ଟାର୍ଗେଟ କରାଯାଇଥିଲା। ରିପୋର୍ଟ ରହିଛି ଯେ, ନେତନ୍ୟାହୁ ଇସ୍ରାଏଲ ସେନା ଆଇଡିଏଫ୍‌କୁ ଏକ ମାସର ସମୟ ଦେଇ କହିଛନ୍ତି, ରାଫାରୁ ହମାସକୁ ମୂଳପୋଛ କର। ସେଠାରେ ଥିବା ଆତଙ୍କୀ ଶିବିରକୁ ସ୍ମଶାନରେ ପରିଣତ କର।

ଗତ ୭ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଇସ୍ରାଏଲ ଓ ହମାସ ଯୁଦ୍ଧ ଶେଷ ହେବାର ନାଁ ଧରୁନି। ଗୋଟିଏ ପଟେ ଦୁନିଆର ସବୁ ଦେଶ ଇସ୍ରାଏଲକୁ ମନାଇବା ଓ ଯୁଦ୍ଧ ରୋକିବା ପାଇଁ ଧମକ ଦେବାରେ ଲାଗିଛନ୍ତି,କିନ୍ତୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଉପରେ ଧମକର କୌଣସି ପ୍ରଭାବ ଦେଖିବାକୁ ମିଳିଛି। ସେ ଲଗାତାର ହମାସକୁ  ଶେଷ କରିବା କଥା ଦୋହରାଉଛନ୍ତି। ସେ କହିଛନ୍ତି, ହମାସକୁ ଯେଉଁ ପର୍ଯ୍ୟନ୍ତ ନର୍କକୁ ନପଠା ଯାଇଛି, ଯୁଦ୍ଧ ବନ୍ଦ ହେବନି। ଇସ୍ରାଏଲର ପ୍ରାଥମିକତା କେବଳ ହମାସକୁ ନଷ୍ଟ କରିବା ନୁହେଁ, ନିଜ ଲୋକଙ୍କୁ ହମାସ କବଜାରୁ ଛଡାଇବା। ଏଥିପାଇଁ ଇସ୍ରାଏଲ ସେନା ନୂଆ ରଣନୀତି ଅନୁସାରେ, ରାଫାରେ ଯୁଦ୍ଧ ଜାରି ରଖିଛି।

ଟାଇମ୍ସ ଅଫ୍ ଇସ୍ରାଏଲର ରିପୋର୍ଟ ଯେ, ନେତନ୍ୟାହୁ ନିଜ ସେନାକୁ ଏକ ମାସର ସମୟ ଦେଇ କହିଛନ୍ତି, ସେ ରାଫାରେ ହମାସକୁ ମୂଳପୋଛ କରି ଦିଅ। ଗାଜା ଭଳି ରାଫାରେ ଥିବା ଟନେଲରେ ଚଢାଉ କରି ହମାସକୁ ଖୋଜି ବାହାର କର। ଆଇଡିଏଫ୍‌ର କର୍ଣ୍ଣଲ ବୋଟିଟୋ କହିଛନ୍ତି ରାଫାରେ ହମାସର ଆତଙ୍କୀ ଏବେ ଆମ ଜାଲ୍‌ରେ ଫଶୁଥିବାର ଜଣାଯାଉଛି। ସେମାନେ ପୂର୍ବେ ଲୋକଙ୍କ ଘରେ ଆଶ୍ରୟ ନେଉଥିଲେ, ଏବେ ଆମର ଆକ୍ରମଣ ପରେ ନିଜର ସୁଡଙ୍ଗୁ ଫେରି ଆସିବାକୁ ବାଧ୍ୟ ହୋଇଛନ୍ତି। ଏଭଳି ସ୍ଥିତିରେ ଆମ ସୈନିକ ତାଙ୍କ ସୁଡଙ୍ଗ ଉପରେ ଫୋକସ୍ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.