ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଚରମ ସୀମାରେ ଆମେରିକା-ଚୀନ୍ ବିବାଦ, ତାଇଓ୍ବାନକୁ ବିକ୍ରି କରିବ ଅସ୍ତ୍ର

ନୂଆଦିଲ୍ଲୀ,୧୯।୬:  ଦୁନିଆରେ ଗତ କିଛି ମାସ ହେବ ଯୁଦ୍ଧ ଜାରି ରହିଛି। ଗୋଟିଏ ପଟେ ଇସ୍ରାଏଲ ଓ ହମାସ ମଧ୍ୟରେ ଗତ ବର୍ଷ ଅକ୍ଟୋବରୁ ସଂଘର୍ଷ ଚାଲିଛି। ସେଭଳି ଫେବୃଆରୀ ୨୦୨୨ ରୁ ଋଷ ଓ ୟୁକ୍ରେନ୍ ଯୁଦ୍ଧ ଚାଲିଛି। ଏହା ଭିତରେ ଆମେରିକା ଚୀନ୍‌କୁ ଉକସାଇବା ପାଇଁ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଶାସନ ତାଇଓ୍ବାନକୁ ୩୦ କୋଟି ଆମେରିକୀୟ ଡଲାର ନୂଆ ହତିଆର ପାର କରିବାକୁ ମଞ୍ଜୁରୀ ଦେଇଛି। ଏହା ସହିତ ସେ ତାଇଓ୍ବାନକୁ ଶତାଧିକ ଶସସ୍ତ୍ର ଡ୍ରୋନ୍, ମିସାଇଲ ଉପକରଣ ଓ ସେ ସମ୍ପର୍କିତ ଜିନିଷ ବିକ୍ରି କରିବ। ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବୟାନରେ ଏହି ସୂଚନା ଦିଆଯାଇଛି।

ମଙ୍ଗଳବାର କରାଯାଇଥିବା ଏହି ଘୋଷଣା ଅପ୍ରତ୍ୟାଷିତ ନୁହେଁ, କିନ୍ତୁ ତାଇଓ୍ବାନକୁ ଅସ୍ତ୍ର ବିକ୍ରି କରାଯିବା ମଞ୍ଜୁରୀ ଦେବା କଥା ଏଭଳି ସମୟରେ ଆସିଛି ଯେତେବେଳେ ଆମେରିକା ଓ ଚୀନ୍‌ ଭିତରେ ବିବାଦ ଚରମ ସୀମାରେ ରହିଛି। ଚୀନ୍ ତାଇଓ୍ବାନକୁ ନିଜର ଅଂଶ ବୋଲି  ମାନୁଛି ଓ ତା’ର କହିବା ଅନୁସାରେ, ତାଇଓ୍ବାନ ଉପରେ ନିୟନ୍ତ୍ରଣ ପାଇଁ ଯଦି ବଳ ପ୍ରୟୋଗ କରିବାକୁ ପଡେ ତେବେ ପଛକୁ ହଟିବେନି। ଏଭଳି ସ୍ଥିତିରେ ତାଇଓ୍ବାନକୁ ହତିଆର ଦେଇ ଆମେରିକା ଯୁଦ୍ଧକୁ ବଢାଇବାକୁ ଚାହୁଁଛି। ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ଯେଉଁ ହତିଆର ବିକ୍ରିକୁ ମଞ୍ଜୁରୀ ଦେଇଛନ୍ତି, ତା ଭିତରେ ୨୯୧ ଅଲ୍ଟିୟସ୍‌-୬୦୦ ଏମ୍ ପ୍ରଣାଳି ରହିଛି। ଏହି ହତିଆରରେ ୭୨୦ ସ୍ବିଚ୍‌ବ୍ଲେଡ୍‌ ଡ୍ରୋନ୍ ମଧ୍ୟ ରହିଛି।

ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ଏହି ମଞ୍ଜୁରୀର ସୂଚନା ଦେଇ କହିଛନ୍ତି, ଏହାଦ୍ବାରା ତାଇଓ୍ବାନ ନିଜର ସେନାକୁ ମଜବୁତ କରିବ। ଏହାଦ୍ବାରା ତା’ର ସୁରକ୍ଷା ଆହୁରି କଡାକଡି ହୋଇଯିବ ଓ ସେ ଆମେରିକାର ହିତକୁ ମଧ୍ୟ ରକ୍ଷା କରିପାରିବ। ବୟାନ ଅନୁସାରେ, ଏହାଦ୍ବାରା  ତାଇଓ୍ବାନର ସୁରକ୍ଷାକୁ ଭଲ କରିବା ଦିଗରେ ରାଜନୈତିକ ସ୍ଥିରତା, ସାମରିକ ସନ୍ତୁଳନ ଓ ଆର୍ଥିକ ପ୍ରଗତିକୁ ବଜାୟ ରଖିବାରେ ସାହାଯ୍ୟ ମିଳିବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.