ପ୍ରମୂଖ ଖବର
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ବଲିଉଡ୍‌ ଫିଲ୍ମ ‘ହମାରେ ବାରହ୍‌’କୁ ମିଳିଛି ଗ୍ରୀନ୍‌ ସିଗ୍‌ନାଲ, ଶୁକ୍ରବାର ମୁକ୍ତିଲାଭ କରିବ ସିନେମା

ମୁମ୍ବାଇ ୨୦/୦୬: ବଲିଉଡ୍‌ ଫିଲ୍ମ ‘ହମାରେ ବାରହ୍‌’କୁ ମିଳିଛି ଗ୍ରୀନ୍‌ ସିଗ୍‌ନାଲ । ଆସନ୍ତା ୨୧ ତାରିଖ ଅର୍ଥାତ୍‌ ଶୁକ୍ରବାର ଫିଲ୍ମଟି ଥିଏଟରରେ ମୁକ୍ତିଲାଭ କରିବ ବୋଲି ବମ୍ବେ ହାଇକୋର୍ଟ ଗତ ବୁଧବାର ଅନୁମତି ଦେଇଛନ୍ତି । ନିର୍ମାତା ଫିଲ୍ମରେ ୩ ପରିବର୍ତ୍ତନ କରିବା  ପରେ କୋର୍ଟଙ୍କ ତରଫରୁ ଗ୍ରୀନ୍‌ ସିଗ୍‌ନାଲ ମିଳିଛି । ଫିଲ୍ମକୁ  ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ପରେ କୋର୍ଟ ନିଷ୍କର୍ଷରେ ପହଞ୍ଚିଲେ  ଯେ ଏଥିରେ କୁରାନ କିମ୍ବା ମୁସ୍‌ଲିମ ସମୁଦାୟ ବିରୋଧରେ  କୌଣସି ଆପତ୍ତିଜନକ ବିଷୟ ନାହିଁ । ଏହା ପରିବର୍ତ୍ତେ,  ସମାଜରେ ମହିଳାଙ୍କ ଉତ୍‌ଥାନ ଉଦ୍ଦେଶ୍ୟରେ ବାର୍ତ୍ତା ସହିତ  ଫିଲ୍ମକୁ ପ୍ରସ୍ତୁତ କରାଯାଇଛି । 

କୋର୍ଟ କହିଛନ୍ତି, ଫିଲ୍ମର ୩ ଡାଇଲଗ୍‌କୁ ମ୍ୟୁଟ୍‌ କରାଯାଇଛି  ଏବଂ ସମସ୍ତ ବିବାଦୀୟ ଅଂଶକୁ ହଟାଇ ଦିଆଯାଇଛି । ଏଥିସହ  ପରବର୍ତ୍ତୀ ଏଡିଟ୍‌ ପାଇଁ ମଧ୍ୟ କୋର୍ଟ ଉପଦେଶ ଦେଇଛନ୍ତି, ଯାହା  ଦ୍ୱାରା ଫିଲ୍ମର କୌଣସି ଦୃଶ୍ୟ ଯେମିତି ଆପତ୍ତିଜନକ ହେବ  ନାହିଁ । ଜଷ୍ଟିସ୍‌ ବିପି କୋଲାବାୱାଲା ଓ ଫିର୍ଦୋଶ ପୂନିୱାଲାଙ୍କୁ  ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଅନ୍ନୁ କପୁର ଷ୍ଟାରର୍‌ ଏହି ଫିଲ୍ମ  ଏକ ଚିନ୍ତାମୂଳକ ଫିଲ୍ମ, ଯାହାକୁ କେବଳ ମନୋରଞ୍ଜନ ନୁହେଁ,ବୌଦ୍ଧିକ ରୂପେ ଦର୍ଶକଙ୍କୁ ବାନ୍ଧି ରଖିବାକୁ ପ୍ରସ୍ତୁତ କରାଯାଇଛି । 

ହାଇକୋର୍ଟ ଆହୁରି କହିଛନ୍ତି, ଫିଲ୍ମଟି ବାସ୍ତବରେ ମହିଳାଙ୍କ  ଉତ୍‌ଥାନ ପାଇଁ ପ୍ରସ୍ତୁତ ହୋଇଛି । ଏଥିରେ ଜଣେ ମୌଲାନା  ଅଛନ୍ତି, ଯାହାଙ୍କର କୁରାନକୁ ନେଇ ଭୁଲ ଧାରଣା ରହିଛି। ଫିଲ୍ମରେ  ଜଣେ ମୁସ୍‌ଲିମ ବ୍ୟକ୍ତି ଏହାକୁ ବିରୋଧ କରିଛନ୍ତି । ତେଣୁ ଏଥିରେ  ଦର୍ଶାଯାଇଛି ଯେ ଲୋକେ ସେମାନଙ୍କ ମୁଣ୍ଡ ଖଟାଇବା ଉଚିତ୍‌ ଏବଂ  ଏଭଳି ମୌଲାନାଙ୍କୁ ବିଶ୍ୱାସ କରିବା ଉଚିତ୍‌ ନୁହେଁ । 

ଫିଲ୍ମକୁ ନେଇ କିଛି ଲୋକ ଅଭିଯୋଗ କରିବା ପରେ ମାମଲା  କୋର୍ଟରେ ପହଞ୍ଚିଥିଲା । ମୁସ୍‌ଲିମଙ୍କ ପ୍ରତି ଫିଲ୍ମଟି ଅପମାନଜକ  ଏବଂ ଇସ୍‌ଲାମିକ ଶିକ୍ଷାକୁ ବିକୃତ କରିଛି ବୋଲି ସେମାନେ ଦାବି  କରିଥିଲେ । ଏହି ଅଭିଯୋଗ ଯୋଗୁ ଫିଲ୍ମର ରିଲିଜ୍‌ ବାତିଲ  ହୋଇଥିଲା । ତେବେ ସେଣ୍ଟ୍ରାଲ ବୋର୍ଡ ଫର୍‌ ଫିଲ୍ମ ସାର୍ଟିଫିକେସନ୍‌  (ସିବିଏଫ୍‌ସି)ର ନିର୍ଦ୍ଦେଶ ଅନୁସାରେ, ଫିଲ୍ମର ସମୀକ୍ଷା କରି  ଆପତ୍ତିଜନକ ବିଷୟବସ୍ତୁକୁ ହଟାଇବା ପରେ ଫିଲ୍ମକୁ ବ୍ୟାନ୍‌  କରିବାର କୌଣସି କାରଣ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.