ପ୍ରମୂଖ ଖବର
  • ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ହରିୟାଣାରେ କଂଗ୍ରେସକୁ ବଡ ଝଟକା, ଇସ୍ତଫା ଦେଲେ ବିଧାୟିକା କିରଣ ଚୌଧୁରୀ ଏବଂ ଝିଅ, ବୁଧବାର ବିଜେପିରେ ହେବେ ସାମିଲ୍...

ନୂଆଦିଲ୍ଲୀ: ହରିୟାଣାରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି । ତୋସାମ ବିଧାୟିକା କିରଣ ଚୌଧୁରୀ ଏବଂ ତାଙ୍କ ଝିଅ ଶ୍ରୁତି ଚୌଧୁରୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଝିଅ ଶ୍ରୁତି ହରିୟାଣା କଂଗ୍ରେସ କାର୍ଯ୍ୟକାରୀ କମିଟିର ୪ ଜଣିଆ ସଦସ୍ୟ ଭିତରେ ରହିଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇଛନ୍ତି । ଉଭୟ ଇ-ମେଲ ମାଧ୍ୟମରେ ଇସ୍ତଫା ପତ୍ର ଦାଖଲ କରିଛନ୍ତି । ବୁଧବାର (ଜୁନ୍ ୧୯) ରେ ସେ ବିଜେପିରେ ଯୋଗଦେବେ ବୋଲି ଏକ ନ୍ୟୁଜ୍‌ ଏଜେନ୍‌ସିକୁ ନିଶ୍ଚିତ କରିଛନ୍ତି ।

କୁହାଯାଉଛି ଯେ, ଝିଅ ଶ୍ରୁତି ଚୌଧୁରୀଙ୍କୁ ଲୋକସଭା ଟିକେଟ୍ ନମିଳିବାରୁ କିରଣ ଚୌଧୁରୀ କଂଗ୍ରେସ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଏପରିକି ଲୋକସଭା ନିର୍ବାଚନ ସମୟରେ କିରଣ ଚୌଧୁରୀ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଇଥିଲା । ତେବେ ସେ ସେତେବେଳେ ଏହି କଳ୍ପନାଜଳ୍ପନାକୁ ପ୍ରତ୍ୟାଖ୍ୟାନ କରିଥିଲେ।

କିରନ ଚୌଧୁରୀ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, "ହରିୟାଣାରେ କଂଗ୍ରେସ ଦଳ ଦୁର୍ଭାଗ୍ୟବଶତ ଏକ ବ୍ୟକ୍ତି କୈନ୍ଦ୍ରିକ ପାଲଟିଛି, ଯିଏକି ନିଜର ସ୍ୱାର୍ଥ ପାଇଁ ଦଳର ସ୍ୱାର୍ଥକୁ ବଳି ପକାଉଛନ୍ତି । ତେଣୁ ବର୍ତ୍ତମାନ ମୋର ଆଗକୁ ବଢିବାର ସମୟ ଆସିଛି । ମୁଁ ମୋର ଲୋକମାନଙ୍କର ସେବା କରିପାରିବି । ନ୍ୟୁଜ୍ ଏଜେନ୍ସି ଅନୁଯାୟୀ କିରଣ ଚୌଧୁରୀ ଭୁପେନ୍ଦ୍ର ସିଂ ହୁଡାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଅପମାନ ପାଇଁ ସହନଶୀଳତାର ଏକ ସୀମା ଥାଏ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.