ପ୍ରମୂଖ ଖବର
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଥାଇଲାଣ୍ଡରେ ସମଲିଙ୍ଗୀ ବିବାହ ବୈଧ, ମାନ୍ୟତା ଦେବାରେ ଦକ୍ଷିଣପୂର୍ବ ଏସିଆର ପ୍ରଥମ ଦେଶ

ବ୍ୟାଙ୍ଗକକ୍‌, ୧୯/୦୬ : ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ମିଳିଛି । ମଙ୍ଗଳବାର ଥାଇ ସଂସଦରେ ଏହି ବିଲ୍‌ ଉପରେ ଭୋଟିଂ ହୋଇଥିଲା । ସଂସଦର ୧୫୨ ସଦସ୍ୟଙ୍କ ମଧ୍ୟରୁ ୧୩୦ ଜଣ ବିଲ୍‌ ସପକ୍ଷରେ ଭୋଟ ଦେଇଥିଲେ । ୪ ଜଣ ବିରୋଧରେ ଭୋଟ ଦେଇଥିବାବେଳେ ୧୮ ଜଣ ଭୋଟିଂରୁ ବିରତ ରହିଥିଲେ । ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାରେ ଥାଇଲାଣ୍ଡ ଦକ୍ଷିଣ ପୂର୍ବ ଏସିଆର ପ୍ରଥମ ଦେଶ ହୋଇଛି । ତାଇୱାନ ଏବଂ ନେପାଳ ପରେ ଥାଇଲାଣ୍ଡ ଏପରି କରିବାରେ ଏସିଆର ତୃତୀୟ ରାଷ୍ଟ୍ର । ଏବେ ଏହି ବିଲ୍‌ରେ ରାଜା ମହା ବାଜିରାଲୋଙ୍ଗକର୍ନ ସ୍ୱାକ୍ଷର କରିବେ । ତାଙ୍କ ସହମତି ମିଳିବା ପରେ ଏହି ଆଇନ ରାଜପତ୍ରରେ ପ୍ରକାଶିତ ହେବ ଏବଂ ୧୨୦ ଦିନ ପରେ ଏହା ଲାଗୁ ହେବ । 

ରିପୋର୍ଟ ଅନୁସାରେ, ଆସନ୍ତା ଅକ୍ଟୋବର ପ୍ରାରମ୍ଭରେ ଥାଇଲାଣ୍ଡରେ ପ୍ରଥମ ସମଲିଙ୍ଗୀ ବିବାହ ହେବ ।  ଥାଇଲାଣ୍ଡରେ ଦୀର୍ଘ ୨୦ ବର୍ଷ ହେଲା ସମଲିଙ୍ଗୀ ବିବାହକୁ ବୈଧ କରିବା ପାଇଁ ଦାବି ଉଠିଆସୁଥିଲା । ଏବେ ଏହି ଆଇନ ଲାଗୁ ହେବା ପରେ ୧୮ ବର୍ଷରୁ ଅଧିକ ବୟସର କୌଣସି ବ୍ୟକ୍ତି ସମଲିଙ୍ଗୀ ବିବାହ କରିପାରିବେ । ଗତ ଫେବ୍ରୁଆରୀରେ ଥାଇ ସଂସଦରେ ଏହି ବିଲ୍‌ ଆଗତ ହୋଇଥିଲା । ହେଲେ ସେତେବେଳେ ସାଂସଦମାନେ ଏହାକୁ ଖାରଜ କରିଦେଇଥିଲେ । ଏହି ବିବାହ ସମାନତା ବିଲ୍‌ ଯେ କୌଣସି ଲିଙ୍ଗର ବିବାହ ସାଥୀଙ୍କୁ ପୂର୍ଣ୍ଣ ଆଇନଗତ, ବିତ୍ତୀୟ ଏବଂ ଚିକିତ୍ସା ଅଧିକାର ପ୍ରଦାନ କରିଥାଏ । ଏହି ବିଧେୟକ ଦ୍ୱାରା ନାଗରିକ ଏବଂ ବାଣିଜ୍ୟିକ ସଂହିତାରେ ‘ପୁରୁଷ, ମହିଳା’, ‘ସ୍ୱାମୀ, ସ୍ତ୍ରୀ’ ଭଳି ଶବ୍ଦକୁ ବଦଳାଯାଇ ‘ବ୍ୟକ୍ତି’ ଏବଂ ‘ବିବାହ ସାଥୀ’ କରାଯାଇଛି । ଥାଇଲାଣ୍ଡରେ ଏପରି ବିଲ୍‌ ପାରିତ ହେବାକୁ ନେଇ ସେଠାକାର ସମଲିଙ୍ଗୀ ଗୋଷ୍ଠୀ ଉତ୍ସବ ମନାଇଛନ୍ତି । ରାଜଧାନୀ ବ୍ୟାଙ୍ଗକକ୍‌ରେ ଏଲ୍‌ଜିବିଟିକ୍ୟୁ ଗୋଷ୍ଠୀ ଜୁନ୍‌ ଶେଷ ଆଡ଼କୁ ଏକ ବଡ଼ ରାଲି ଆୟୋଜନ କରିବେ । ଏଥିରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରେଥା ଥାବିସିନ୍‌ ମଧ୍ୟ ସାମିଲ ହେବେ ବୋଲି କୁହାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.