ପ୍ରମୂଖ ଖବର
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଜଳୁଛି ମକ୍କା ମଦିନା...୫୨ ଡିଗ୍ରୀ ତାପମାତ୍ରାରେ ଚାଲିଗଲା ୫୫୦ ଯାତ୍ରୀଙ୍କ ଜୀବନ

Image source: ABP live

ନୂଆଦିଲ୍ଲୀ,୧୯/୦୬: ଦୁନିଆର ଅନେକ ସ୍ଥାନରୁ ହଜ୍ ତୀର୍ଥଯାତ୍ରା କରିବାକୁ ସାଉଦି ଆରବ ଯାଇଥିବା ଯାତ୍ରୀଙ୍କ ମଧ୍ୟରୁ ପାଖାପାଖି ୫୫୦ ଜଣଙ୍କର ଅସହ୍ୟ ଗ୍ରୀଷ୍ପ ପ୍ରଭାବ ଯୋଗୁ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଅସହ୍ୟ ଖରାର ପ୍ରକୋପ ବୋଲି କୁହାଯାଉଛି। ଦୁଇ ଆରବ କୂଟନୀତିଜ୍ଞ ଏଏଫ୍‌ପି କୁ କହିଛନ୍ତି ଯେ ମୃତକମାନଙ୍କ ମଧ୍ୟରୁ ଅତି କମରେ ୩୨୩ଜଣ ଇଜିପ୍ଟୀୟ ଥିଲେ, ଅନ୍ୟମାନଙ୍କ ମଧ୍ୟରୁ ଅଧିକାଂଶ ଅହସ୍ୟ ଖରାର ପ୍ରକୋପ ସହିନପାରି ମୃତ୍ୟୁ ହୋଇଛି। ଜଣେ କୂଟନୀତିଜ୍ଞ କହିଛନ୍ତି ଯେ ଭିଡ଼ ଭିତରକୁ ଠେଲିପେଲି ହୋଇଯିବା ବେଳେ କିଛି ଲୋକ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତ ମିଶରୀୟଙ୍କର ଖରା ଯୋଗୁ ମୃତ୍ୟୁ ହୋଇଛି। ସେ କହିଛନ୍ତି ଯେ ମକ୍କାର ଅଲ-ମୁଏସିମରେ ଅବସ୍ଥିତ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହି ମୃତ୍ୟୁ ସଂଖ୍ୟା ଗ୍ରହଣ କରାଯାଇଛି।

ଏଏଫ୍‌ପି କହିଛି ଯେ ବିଭିନ୍ନ ଦେଶର ରିପୋର୍ଟ ଅନୁଯାୟୀ ମୋଟ ମୃତ୍ୟୁ ସଂଖ୍ୟା ୫୭୭ ରେ ପହଞ୍ଚିଛି। କୂଟନୀତିଜ୍ଞ କହିଛନ୍ତି ଯେ ଅତିକମରେ ୬୦ ଜଣ ଜୋର୍ଦ୍ଦାନ ନାଗରିକଙ୍କର ମୃତ୍ୟୁ ଘଟିଛି। ସେପଟେ ମଙ୍ଗଳବାର ଦିନ ଅମ୍ମାନ ଦେଇଥିବା ସରକାରୀ ମୃତ୍ୟୁ ସଂଖ୍ୟା ୪୧ ଅଟେ। କୂଟନୀତିଜ୍ଞ କହିଛନ୍ତି ଯେ ମକ୍କାର ସବୁଠାରୁ ବଡ଼ ମର୍ଟାରୀ ମଧ୍ୟରୁ ଅଲ-ମୁ’ସିମ ମର୍ଟାରୀରେ ମୋଟ ୫୫୦ ମୃତ୍ୟୁ ନିଶ୍ଚିତ ହୋଇଛି। କହିରଖୁଛୁ ଯେ, ହଜ୍ ଇସଲାମର ପାଞ୍ଚଟି ସ୍ତମ୍ଭ ମଧ୍ୟରୁ ଗୋଟିଏ ଏବଂ ସମସ୍ତ ମୁସଲମାନ ଏହାକୁ ଅତି କମରେ ଥରେ ସମ୍ପୂର୍ଣ୍ଣ କରିବା ଆବଶ୍ୟକ। ଯେଉଁଥିପାଇଁ ସାରା ବିଶ୍ୱରୁ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀ ହଜ୍ କରିବାକୁ ମକ୍କା ଯାଉଛନ୍ତି କିନ୍ତୁ ଏ‌ଥର ସେଠାରେ ଅତ୍ୟଧିକ ଗରମ ଦେଖାଦେଇଛି । ମଙ୍ଗଳବାର ଦିନ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଇଥିଲା ଯେଉଁଥିରେ ସ୍ପଷ୍ଟ ଜଣାପଡେ ଯେ ଅନେକ ମୃତଦେହ ରାସ୍ତା ଓ ଡିଭାଇଡର୍ ଉପରେ ପଡ଼ିରହିଛି। ଅନେକ ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଏବଂ ଆମ୍ବୁଲାନ୍ସ ମଧ୍ୟ ସେଠାରେ ଉପଲବ୍ଧ ନାହିଁ।

କିଛି ତୀର୍ଥଯାତ୍ରୀ କହିଛନ୍ତି ଯେ ସେମାନେ ରାସ୍ତାରେ ଅନେକ ମୃତଦେହ ପଡ଼ିଥିବାର ଦେଖିଛନ୍ତି। ସାଉଦିରେ ଆମ୍ବୁଲାନ୍ସ ସେବା ଅବ୍ୟବସ୍ଥିତ ରହିଛି। ସାଉଦି ଅଧିକାରୀଙ୍କ ଅନୁଯାୟୀ, ଏଥର ପ୍ରାୟ ୧.୮ ମିଲିୟନ୍ ତୀର୍ଥଯାତ୍ରୀ ହଜ୍‌ରେ ଅଂଶଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ୧.୬ ମିଲିୟନ ବିଦେଶୀ ନାଗରିକ ଅଟନ୍ତି। ସାଉଦି ଅଧିକାରୀ କହିଛନ୍ତି ଯେ ଖର୍ଚ୍ଚକୁ ଏଡ଼ାଇବା ପାଇଁ ଅନେକ ବିଦେଶୀ ହଜ୍ ଭିସା ବିନା ହଜ୍ ତୀର୍ଥଯାତ୍ରା କରିବାକୁ ଆସିଛନ୍ତି, ଯେଉଁଥିପାଇଁ ସମ୍ପୁର୍ଣ୍ଣ ବ୍ୟବସ୍ଥା ଭୁଶୁଡ଼ି ପଡିଛି। ସେମାନେ ହଜ୍ ତୀର୍ଥଯାତ୍ରା ପାଇଁ ବ୍ୟବସ୍ଥିତ ସୁବିଧା ପାଇବାକୁ ସକ୍ଷମ ନହେବା କାରଣରୁ ମୃତ୍ୟୁମୁଖରେ ପଡ଼ୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.