ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଏହି ଦେଶରେ ପିଲାଙ୍କୁ ବାପା-ମା’ ମାରି ପାରିବେନି ମାଡ଼, ଏଭଳି କଲେ ଯିବାକୁ ପଡେ ଜେଲ୍

ନୂଆଦିଲ୍ଲୀ,୧୫।୬: ଛୋଟ ପିଲାମାନେ କଞ୍ଚା ମାଟି ଭଳି। ତାଙ୍କ ଭିତରେ ଶିକ୍ଷା ଓ ସଂସ୍କାର ଭରିବା ପ୍ରତ୍ୟେକ ବାପା-ମା’ଙ୍କର ହେଉଛି କର୍ତ୍ତବ୍ୟ। ଆମ ଦେଶରେ ପିଲାମାନେ ଯଦି କିଛି ଭୁଲ କରନ୍ତି, ତାଙ୍କୁ ବାପା-ମା’ମାନେ ଗାଳି କରି ଓ ମାଡ଼ ମାରି ସୁଧାରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏଭଳି କିଛି ଦେଶ ଅଛି ପିଲାଙ୍କୁ ବାପା-ମା ଚାପୁଡାଏ ମାରିଲେ ତାହା ହୋଇଯାଏ ବେଆଇନ୍।

ଦୁନିଆର ୫୩ ଦେଶ ଏଭଳି ରହିଛି, ଯେଉଁଠି ଘରେ କିମ୍ବା ସ୍କୁଲରେ ପିଲାଙ୍କ ଦଣ୍ଡ ଉପରେ ସମ୍ପୂର୍ଣ୍ଣ ଭାବରେ କଟକଣା ଲାଗୁ ହୋଇଛି। ସେଭଳି କେବଳ ସ୍କୁଲ ବିଷୟରେ ଯଦି କଥା ହେବା ତେବେ ୧୧୭ ଦେଶରେ ପିଲାଙ୍କୁ ଦିଆଯାଉଥିବା ସଜା ଉପରେ ସମ୍ପୂର୍ଣ୍ଣ ଭାବରେ କଟକଣା ଲଗାଯାଇଛି। ଏହି ଦେଶର ଶିକ୍ଷକ ପିଲାଙ୍କ ଉପରେ ହାତ ଉଠାଇ ପାରିବେନି। ଏଭଳି ଏକ ଦେଶ ରହିଛି ଯେଉଁଠି ବାପା-ମା’ ମଧ୍ୟ ପିଲାଙ୍କୁ ମାଡ଼ ମାରି ପାରିବେନି।

ଆମେ କଥା ହେଉଛେ ସ୍ବୀଡେନ ବିଷୟରେ। ଏହି ଦେଶ ହେଉଛି ବିଶ୍ବର ଏଭଳି ପ୍ରଥମ ଦେଶ ଯେଉଁଠି ପିଲାଙ୍କ ଅଧିକାରକୁ ପ୍ରୋତ୍ସାହନ ଦେବାର କାମ ଆରମ୍ଭ କରାଯାଇଥିଲା। ୧୯୫୦ ରୁ ସ୍ବିଡେନ୍‌ରେ ଶିକ୍ଷକଙ୍କ ଦ୍ବାରା ଛାତ୍ରଙ୍କୁ ମାରିବା ଉପରେ କଟକଣା ଲଗାଯାଇଛି।  ୧୯୭୯ ରେ ତିଆରି ହୋଇଥିବା ଆଇନ ଅନୁସାରେ, ବାପା-ମା ସମ୍ପର୍କୀୟ ମଧ୍ୟ ପିଲାଙ୍କ ଉପରେ ହାତ ଉଠାଇ ପାରିବେନି। ପିଲାଙ୍କ ଉପରେ ହାତ ଉଠାଇବା ବେଆଇନ। ପିଲାମାନେ ଯଦି ତାଙ୍କୁ ମାଡ ମରାଯାଉଥିବାର ଅଭିଯୋଗ କରନ୍ତି ତେବେ ପୋଲିସ ବାପା-ମା’ଙ୍କୁ ଗିରଫ କରିଥାଏ। ଏହି ଦେଶରେ ପିଲାମାନେ ଯଦି କିଛି ଭୁଲ କରନ୍ତି ତେବେ ବାପା-ମା’ତାକୁ ସ୍ନେହରେ ବୁଝାଇଥାନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.