ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଭାଇରାଲ ଆଟାକର ଶିକାର ହେଲେ ଅଲକା,ହରାଇଲେ ଶ୍ରବଣ ଶକ୍ତି

ମୁମ୍ବାଇ,୧୮/୬: ୯୦ ଦଶକର ବଲିଉଡର ଲୋକପ୍ରିୟ ସିଙ୍ଗର ଅଲକା ୟାଗ୍ନିକ। ଦେଇଥିଲେ ଅନେକ ହିଟ୍ ଗୀତ। ତେବେ ବର୍ତ୍ତମାନ ତାଙ୍କୁ ନେଇ ଏକ ବଡ କଥା  ସାମ୍ନାକୁ ଆସିଛି। ସେ ଏକ ବିରଳ ନ୍ୟୁରୋ ସମସ୍ୟାରେ ପିଡୀତ ହୋଇଛନ୍ତି। ତେବେ ଏନେଇ ସେ ସୋସିଆଲ ମିଡିଆ ମାଧୟମରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ଶୁଣିବାରୁ ସକ୍ଷମ ନୁହଁନ୍ତି। ଭାଇରାଲ ସଂକ୍ରମଣ ପରେ ସେ ଏହି ସମସ୍ୟାର ଶିକାର ହୋଇଥିଲେ । ଏଥିସହ ସେ ଦିନେ ବିମାନରୁ ବାହାରକୁ ଆସିବା ପରେ ଅନୁଭବ କରିଥିଲେ ଯେ ଶୁଣିବାକୁ ସକ୍ଷମ ନୁହଁନ୍ତି। ତେଣୁ ସେ ଏହାକ ସୂଚନା ଦେବା ସହ ଫ୍ୟାନ୍ସଙ୍କୁ ଓ ତାଙ୍କ ସାଥୀ କଳାକାରଙ୍କୁ ଉଚ୍ଚ  ତଥା ଲାଉଡ ସଙ୍ଗୀତରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । 

ଇନଷ୍ଟାଗ୍ରାମରେ ଅଲକା ଏହି ସମସ୍ୟା ବିଷୟରେ ବର୍ଣ୍ଣନା କରି ଲେଖିଛନ୍ତି ଯେ, ମୋର ସମସ୍ତ ଫଲୋର୍ସ, ଫ୍ୟାନ୍ସ ଓ ପ୍ରଶଂସକ କିଛି ସପ୍ତାହ ପୂର୍ବରୁ ମୁଁ ବିମାନରୁ ବାହାରକୁ ଆସୁଥିଲି ସେହି ସମୟରେ ହଠାତ କିଛି ଶୁଣିପାରିଲିନି । ଏହି ଘଟଣାକୁ ନେଇ ସାହସ କରିବା ପରେ ମୁଁ ମୋର ଶୁଭେଚ୍ଛୁ ଓ ଫ୍ୟାନ୍ସଙ୍କୁ କିଛି କହିବାକୁ ଯାଉଛି। ଯେଉଁମାନେ ପଚାରୁଛନ୍ତି ମୁଁ ଅନେକ ଦିନ ହେଲା କେଉଁଠି ଅଛି । ଡାକ୍ତରମାନେ ମୋର ଏକ ବିରଳ ସମ୍ବେଦନଶୀଳ ସ୍ନାୟୁ ଶ୍ରବଣ କ୍ଷମତା ଚିହ୍ନଟ କରିଛନ୍ତି । ଯାହା ଭାଇରାଲ ଆକ୍ରମଣ ହେତୁ ଘଟିଛି । ଏହି ବଡ ସମସ୍ୟା ମୋତେ ଚକିତ କରିଛି। ଆଉ ମୁଁ ଏହାକୁ ଗ୍ରହଣ କରୁଛି । ତେବେ ଅଲକା କେବଳ ବଲିଉଡ ନୁହେଁ ବରଂ ଦେଶର ସବୁଠୁ ଲୋକପ୍ରିୟ ଗାୟକ ମଧୟରୁ ଅନ୍ୟତମ। ୨୫ରୁ ଅଧିକ ଭାଷାରେ ୨୧ ହଜାରରୁ ଅଧିକ ଗୀତରେ ନିଜର କଣ୍ଠଦାନ କରିଛନ୍ତି। ତାଙ୍କୁ ୨ ଥର ନ୍ୟାଶନାଲ ଆଓ୍ବାର୍ଡ ମିଳିଛି। ୨୦୨୨ରେ ଗିନିଜ ବୁକ ଅଫ ଓ୍ବାଲ୍ଡ ରେକର୍ଡ ତାଙ୍କୁ ବିଶ୍ବର ସବୁଠାରୁ ଷ୍ଟ୍ରିମ କଳାକାର ଭାବରେ ମାନ୍ୟତା  ଦେଇଥିଲେ । 









  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.