ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଘୁଞ୍ଚିଲା 'ପୁଷ୍ପା ୨' ରିଲିଜ ଡେଟ୍, ଏହି ଦିନ ଆସିବ ଫିଲ୍ମ

ମୁମ୍ବାଇ,୧୮/୬:ପୁଣିଥରେ ସାଉଥ ସୁପରଷ୍ଟାର 'ପୁଷ୍ପରାଜ' ଭାବେ ପରଦାରେ ଧମାକା କରିବାକୁ ଯାଉଛନ୍ତି ଅଲ୍ଲୁ ଅର୍ଜୁନ । ଏହି ଫିଲ୍ମ ୨୦୨୪ର ବହୁ ପ୍ରତିକ୍ଷୀତ ଫିଲ୍ମରୁ ଗୋଟିଏ ଥିବା ବେଳେ ଫିଲ୍ମକୁ ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ଅଗଷ୍ଟରେ ରିଲିଜ ହେବାର ଥିଲା । ହେଲେ ବର୍ତ୍ତମାନ ନିର୍ମାତା ଏହାର ରିଲିଜ ତାରିଖ ଘୁଞ୍ଚାଇ ଦେଇଛନ୍ତି । ସୋସିଆଲ ମିଡିଆରେ ନିର୍ମାତା ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ କରି ନୂଆ ରିଲିଜ ତାରିଖ ଘୋଷଣା କରିଛନ୍ତି । ଅଗଷ୍ଟରେ ନୁହଁ ଡିସେମ୍ୱରରେ ରିଲିଜ ହେବ ଫିଲ୍ମ ।

ଅଲ୍ଲୁ ଅର୍ଜୁନ ଏବଂ ନିର୍ମାତା ମୈଥ୍ରୀ ମୁଭିସ ନିଜ ଇନଷ୍ଟାଗ୍ରାମ ଏବଂ ଏକ୍ସରେ ଫିଲ୍ମର ନୂଆ ରିଲିଜ ତାରିଖ ପ୍ରକାଶ କରିଛନ୍ତି  । ପୋଷ୍ଟ ପ୍ରଡକ୍ସନ ଓ ଫିଲ୍ମର ସୁଟିଂ ପୁରା ହୋଇନଥିବାରୁ ଫିଲ୍ମର ରିଲିଜ ଡେଟ ଘୁଞ୍ଚାଯାଇଥିବା କହିଛନ୍ତି ନିର୍ମାତା । ତେବେ ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ କରି ଏହି ଅପଡେଟ ଦେଇଛନ୍ତି । ପୋଷ୍ଟରରେ ଅଲ୍ଲୁଙ୍କ ସାନଦାର ଅନ୍ଦାଜ ଦେଖିବାକୁ ମିଳିଛି । ସେ ହାତରେ ଖଣ୍ଡା ଧରିଥିବାର ନଜର ଆସିଛନ୍ତି । ଏହି ପୋଷ୍ଟର ସେୟାର କରି ଡିସେମ୍ୱର ୨,୨୦୨୪ରେ ଫିଲ୍ମ ରିଲିଜ ହେବ ବୋଲି କୁହାଯାଇଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.