ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଲେ ୭୧ ବର୍ଷୀୟା ମହିଳା, ସବୁଠୁ ବୟସ୍କା ପ୍ରତିଯୋଗୀ ଭାବେ ରଚିଲେ ଇତିହାସ

ନୂଆଦିଲ୍ଲୀ ୨୫/୦୬: ଜଣେ ୭୧ ବର୍ଷୀୟା ମହିଳା ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବାର ସ୍ୱପ୍ନ ପୂରଣ କରିଛନ୍ତି । ମିସ୍‌ ଟେକ୍ସାସ ଆମେରିକା ପ୍ରତିଯୋଗିତାରେ ଭାଗ ନେଇ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ର ହୋଇଛନ୍ତି ମାରିସା ତିଜୋ । ହ୍ୟୁଷ୍ଟନ୍‌ଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ୭୫ ମହିଳାଙ୍କ ମଧ୍ୟରେ ମିସ୍‌ ତିଜୋ ଅନ୍ୟତମ ଥିଲେ । ଗତ ୨୨ ତାରିଖରେ ଅନୁଷ୍ଠିତ ଚୂଡ଼ାନ୍ତ ପ୍ରତିଯୋଗିତାରେ ବିଜୟ ମୁକୁଟ ପିନ୍ଧିଥିଲେ ଆରିନା ୱେର । ତିଜୋ ମୁକୁଟ ହାସଲ କରିନପାରିଲେ ମଧ୍ୟ ମିସ୍‌ ଟେକ୍ସାସରେ ପ୍ରତିଯୋଗିତା କରିଥିବା ସବୁଠୁ ବୟସ୍କ ପ୍ରତିଯୋଗୀ ଭାବେ ଇତିହାସ ରଚିଛନ୍ତି । 

ପ୍ରତିଯୋଗିତାରେ ଭାଗ ନେବାର ପ୍ରାୟ ମାସେ ପୂର୍ବରୁ ତିଜୋ ନିଜର ଉତ୍ସାହ ଓ ଏଥିରେ ଭାଗ ନେବାର କାରଣ ବିଷୟରେ ଆଲୋଚନା କରିଥିଲେ । ସେ କହିଥିଲେ, ଏହି ପ୍ରୟାସ ଜରିଆରେ ମହିଳାଙ୍କ ଶାରୀରିକ ଓ ମାନସିକ କ୍ଷମତାକୁ ଶ୍ରେଷ୍ଠ କରିବାକୁ ସେ ଚାହାନ୍ତି । ସୌନ୍ଦର୍ଯ୍ୟର କୌଣସି ବୟସ ସୀମା ନାହିଁ, ଏହି ବିଶ୍ୱାସ ଜନ୍ମାଇବା ତାଙ୍କ ଉଦ୍ଦେଶ୍ୟ । 

ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବାର ବୟସ ସୀମା ହଟିବା ପରେ ତିଜୋ ଏଥିରେ ପ୍ରତିଯୋଗିତା କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ମିସ୍‌ ଟେକ୍ସାସ ଆମେରିକା ୱେବ୍‌ସାଇଟ୍‌ ଅନୁସାରେ, ବିବାହିତ ମହିଳା, ଗର୍ଭବତୀ କିମ୍ବା ସନ୍ତାନ ଥିବା ମହିଳା ମଧ୍ୟ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇପାରିବେ । ୨୦୨୩ ମସିହାରୁ ଏହି ନିୟମ ଲାଗୁ ହୋଇଛି । ଚଳିତ ବର୍ଷ ହିଲଟନ୍‌ ହ୍ୟୁଷ୍ଟନ୍‌ ପୋଷ୍ଟ୍‌ ଓକ୍‌ ହୋଟେଲଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ଗତ ୨୧-୨୨ ତାରିଖ, ଦୁଇଦିନ ଧରି ଚାଲିଥିଲା । ମିସ୍‌ ତିଜୋ ହ୍ୟୁଷ୍ଟନ୍‌ରେ ପହଞ୍ଚିବା ପରେ ରେଡ୍‌ କାର୍ପେଟ୍‌ରୁ ନିଜର ଏକ ଫଟୋ ଶେୟାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.