ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ଜୁନ୍ ୨୯ ସୁଦ୍ଧା ୧୪ କୋଟି ନଦେଲେ ଜେଲ୍‌ ଯିବେ ରାଜପାଲ ଯାଦବ

ମୁମ୍ବାଇ,୨୮/୬:  ପୁଣି ଥରେ ବଢିବାକୁ ଯାଉଛି ବଲିଉଡ଼ ଅଭିନେତା ରାଜପାଲ ଯାଦବଙ୍କ ସମସ୍ୟା। ଚେକ୍ ବାଉନ୍ସ ହେବା ମାମଲାରେ ଜୁନ୍‌ ୨୯ ସୁଦ୍ଧା ପ୍ରାୟ ୧୪ କୋଟି ଟଙ୍କା ଜମା କରିବାକୁ ନିର୍ଦେଶ ଦେଇଛନ୍ତି ଅଦାଲତ। ମେ' ୨୯ ତାରିଖରେ ଦିଲ୍ଲୀର କଡ଼କଡ଼ଡୁମା ଅଦାଲତ ରାଜପାଲଙ୍କୁ ଏହି ନିର୍ଦ୍ଦେଶ ଦେଇଥିଲେ । ତେବେ  ନିର୍ଦ୍ଦେଶ ପାଳନ ନହେଲେ ରାଜପାଲ ଯାଦବଙ୍କୁ ଜେଲ୍ ଯିବାକୁ ପଡ଼ିପାରେ।  ସେପଟେ ରାଜପାଲ ଏହି ମାମଲାକୁ ନେଇ ଏବେ ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି।

ମୁରଲୀ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଉଦ୍ୟୋଗପତି ମାଧୋଗୋପାଲ ଅଗ୍ରୱାଲ କହିଛନ୍ତି ଯେ, ରାଜପାଲ ଯାଦବ ୨୦୧୦ ମସିହାରେ 'ଅତା ପତା ଲାପତା' ଚଳଚ୍ଚିତ୍ର ନିର୍ମାଣ ପାଇଁ ତାଙ୍କଠାରୁ ସୁଧରେ ୫ କୋଟି ଟଙ୍କା ନେଇଥିଲେ। ସୁଧ ସମେତ ଏହି ରାଶି ୧୦ କୋଟିରେ ପହଞ୍ଚିବା ପରେ ସେ ଏହାକୁ ଫେରସ୍ତ କରିବାକୁ କହିଥିଲେ। ଅନେକ ଥର କହିବା ପରେ ରାଜପାଲ ୫ କୋଟି ଟଙ୍କାର ଚେକ୍‌ ଦେଇଥିଲେ। ଏହି ଚେକ୍ ବ୍ୟାଙ୍କରେ ଜମା ହେବା ପରେ ଏହା ବାଉନ୍ସ ହୋଇଯାଇଥିଲା। ତା'ପରେ କମ୍ପାନୀ ତାଙ୍କ ବିରୋଧରେ ମାମଲା ଦାୟର କରିଥିଲା। ଏହି ମାମଲାରେ ରାଜପାଲଙ୍କୁ ଜେଲ ମଧ୍ୟ ଯିବାକୁ ପଡିଥିଲା। ଦିଲ୍ଲୀର କଡ଼କଡ଼ଡୁମା ଅଦାଲତରେ ମେ' ୨୯ରେ ଏହି ମାମଲାର ଶୁଣାଣି ହୋଇଥିଲା। ଅଦାଲତ ରାଜପାଲ ଯାଦବଙ୍କୁ ୩୦ ଦିନ ମଧ୍ୟରେ ପ୍ରାୟ ୧୪ କୋଟି ଟଙ୍କା ତାଙ୍କୁ ଦେବାକୁ ନିର୍ଦେଶ ଦେଇଥିଲେ। ମାଧୋଗୋପାଲଙ୍କ ଅନୁଯାୟୀ, ରାଜପାଲଙ୍କୁ ଏହି ରାଶି ନଦେଲେ ତିନିମାସ ଜେଲ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.