ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

୨୦୨୪ ନିର୍ବାଚନରେ ପିଏମ ମୋଦୀଙ୍କ ବ୍ୟକ୍ତିଗତ, ରାଜନୈତିକ ଓ ନୈତିକ ପରାଜୟ ହୋଇଛି: ସୋନିଆ ଗାନ୍ଧୀ

Image Courtesy: mashable

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ଲୋକସଭା ନିର୍ବାଚନରେ ବିଜେପି କମ୍‌ ଆସନ ପାଇବାକୁ ନେଇ ସେ ମୋଦୀଙ୍କୁ ଦାୟି କରିଛନ୍ତି । ଏହା ମୋଦୀଙ୍କ ପରାଜୟ ବୋଲି କହିଛନ୍ତି ସୋନିଆ । ସେ କହିଛନ୍ତି, ବିଜେପିକୁ କମ୍‌ ସିଟ୍‌ ମିଳିବା ମୋଦୀଙ୍କ ରାଜନୈତିକ ଏବଂ ନୈତିକ ପରାଜୟକୁ ଦର୍ଶାଉଛି ।

ଏହା ବ୍ୟତୀତ ସେ ଦାବି କରିଛନ୍ତି, ଯେଉଁ ରାଜ୍ୟରେ ବିଜେପି ସରକାର ରହିଛି ସେଠାରେ ସଂଖ୍ୟାଲଘୁଙ୍କ ଘର ଉପରେ ବୁଲଡୋଜର ଚାଲିଛି ।  ଏକ ଖବର କାଗଜରେ ପ୍ରକାଶିତ ଆର୍ଟିକିଲ୍‌କୁ ନେଇ ସୋନିଆ ଗାନ୍ଧୀ କହିଛନ୍ତି ଯେ, ୨୦୨୪ ନିର୍ବାଚନରେ ପିଏମଙ୍କ ବ୍ୟକ୍ତିଗତ, ରାଜନୈତିକ ଏବଂ ନୈତିକ ପରାଜୟ ହୋଇଛି ।  ୧୯୭୫ ଏମର୍ଜେନ୍ସି ପରେ ୧୯୭୭ରେ ହୋଇଥିବା ନିର୍ବାଚନ ସଂପର୍କରେ ସୋନିଆ ଗାନ୍ଧୀ କହିଛନ୍ତି । ଜରୁରିକାଳୀନ ପରିସ୍ଥିତି ପରେ ମିଳିଥିବା ଜନମତକୁ ମୁଣ୍ଡପାତି ସ୍ବୀକାର କରିଥିଲୁ । ତେଣୁ ୧୯୮୦ ଜନମତ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଥିଲା । ଏହାକୁ ମୋଦୀ ସକକାର କେବେ ପାଇପାରିଲେ ନାହିଁ ବୋଲି ସୋନିଆ ଗାନ୍ଧୀ କହିଛନ୍ତି ।  

ସେପଟେ ଲୋକସଭା ବାଚସ୍ପତି ନିର୍ବାଚନରେ ବିଜେପି ବିରୋଧୀଙ୍କ ସମର୍ଥନ ଲୋଡ଼ିଥିଲା । କିନ୍ତୁ ପରମ୍ପରା ଅନୁସାରେ ଉପବାଚସ୍ପତି ପଦବୀ ବିରୋଧୀଙ୍କୁ ମିଳିବାର ଥିଲା । କିନ୍ତୁ ସରକାର ଆମର ଦାବିକୁ ସ୍ବୀକାର କଲେ ନାହିଁ ବୋଲି ସୋନିଆ ଗାନ୍ଧୀ ଅଭିଯୋଗ କରିଛନ୍ତି । ଏହା ବ୍ୟତୀତ ଗତ ଲୋକସଭାରେ ବିନା ଚର୍ଚ୍ଚାରେ ବିଲ୍‌ ପାସ କରାଗଲା । ତମାମ ସାଂସଦଙ୍କୁ ନିଲମ୍ବିତ କରାଗଲା । ପ୍ରଧାନମନ୍ତ୍ରୀ ପରୀକ୍ଷା ଉପରେ ଚର୍ଚ୍ଚା କରୁଛନ୍ତି କିନ୍ତୁ ନିଟ୍‌ ମାମଲା ଉପରେ ଚୁପ୍‌ ରହିଛନ୍ତି ।  ଏହାରି ମଧ୍ୟରେ ଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ଏବଂ ସେମାନଙ୍କୁ ଭୟ ଦେଖାଇବା ମାମଲା ହଠାତ ବୃଦ୍ଧି ପାଇଛି ବୋଲି ସୋନିଆ ଦାବି କରିଛନ୍ତି । 

ଏହା ସହ କଂଗ୍ରେସ ନେତା ମଣିପୁର ହିଂସାକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବର୍ଷିଛନ୍ତି । ମଣିପୁର ଜଳୁଥିଲା କିନ୍ତୁ ସେଠାକୁ ଯିବାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମୟ ନଥିଲା । ପ୍ରଧାନମନ୍ତ୍ରୀଙ୍କ ୪୦୦ ପାର ନାରାକୁ ଜନତା ପ୍ରତ୍ୟାଖାନ କରିଛନ୍ତି । ଏଥିପାଇଁ ତାଙ୍କୁ ଆତ୍ମ ବିଶ୍ଳେଷଣ କରିବା ଦରକାର ବୋଲି ସୋନିଆ ଗାନ୍ଧୀ କହିଛନ୍ତି ।

  • pm narendra modi
  • Sonia Gandhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.