ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ଏବେ ରାଜଦ୍ରୋହ ନୁହେଁ ଦେଶ ଦ୍ରୋହ; ବିଲୋପ ୪୨୦ ଧାରା; ଔପନିବେଶିକ ଆଇନର ହେଲା ଅନ୍ତ

ନୂଆଦିଲ୍ଲୀ,୦୧/୦୭: ରାଜଦ୍ରୋହ ନୁହେଁ ଆଜିଠାରୁ ଦେଶଦ୍ରୋହ...ଆଇପିସି ସିଆର୍‌ପିସି ନୁହେଁ, ଆଜିଠାରୁ ତିନି ଭାରତୀୟ ନୂଆ ଆଇନ୍‌...ଅନ୍ତ ହୋଇଛି ଔପନିବେଶିକ କାଳର ଆଇନ୍, ବଦଳିଛି ଧାରା ଆଉ ଅନୁଚ୍ଛେଦ। ଜୁଲାଇ ପହିଲା ମଧ୍ୟରାତ୍ରୀରୁ ତିନୋଟି ନୂଆ ଫୌଜଦାରୀ ଆଇନ ସାରା ଦେଶରେ ଲାଗୁ ହୋଇସାରିଛି। ଏବେ ଆଇପିସି ବା ଭାରତୀୟ ପିଙ୍ଗଳ କୋର୍ଟ ବଦଳରେ ଭାରତୀୟ ନ୍ୟାୟ ସଂହିତା, ସିଆର୍‌ପିସି ବା ଫୌଜଦାରୀ ଦଣ୍ଡବିଧୀ ଆଇନ ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଇଆଇଏ ବଦଳରେ ଭାରତୀୟ ସାକ୍ଷ ସଂହିତା ଲାଗୁ ହୋଇଛି। କେବଳ ଏତିକି ନୁହେଁ ଫୌଜଦାରୀ ଆଇନରେ ଆଧୁନିକ ବ୍ୟବସ୍ଥାକୁ ମିଳିଛି ଅଗ୍ରାଧିକାର।    

ଯୋଡ଼ି ହେଲା ଆତଙ୍କବାଦ ଧାରା: 

ଏମିତି କିଛି ଅପରାଧ ଥିଲା, ଯାହାକୁ ଆଇପିସିରେ ପରିଭାଷିତ କରାଯାଇନଥିଲା। ଏଥିରେ କେଉଁ ଅପରାଧ ଆତଙ୍କବଦ ଶ୍ରେଣୀର ସେନେଇ କିଛି ଉଲ୍ଲେଖ କରାଯାଇନଥିଲା। ନୂଆ ଆଇନରେ ଭାରତର ଏକତା, ଅଖଣ୍ଡତା, ସାର୍ବଭୌମତ୍ବ, ସୁରକ୍ଷା ଓ ଆର୍ଥିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା କାରକ ଗୁଡ଼ିକୁ ଆତଙ୍କବାଦ ଶ୍ରେଣୀରେ ରଖାଯାଇଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୩ରେ ଏନେଇ ବର୍ଣ୍ଣନା କରାଯାଇଛି। ଆତଙ୍କବାଦୀ ଗତିବିଧିଗୁଡ଼ିକ ପାଇଁ ଆଜୀବନ କିମ୍ବା ମୃତ୍ୟୁଦଣ୍ଡର ପ୍ରାବଧାନ ରହିଛି। 

ଅନ୍ତହେଲା ରାଜଦ୍ରୋହ ଅପରାଧ: 

ଭାରତୀୟ ନ୍ୟାୟ ସଂହିତାରେ ରାଜଦ୍ରୋହର ଅନ୍ତ କରିଦିଆଯାଇଛି। ଏହି ପରିପ୍ରେକ୍ଷିରେ ଭାରତର ଏକତା ଓ ଅଖଣ୍ଡତାକୁ ବିପଦ ପହଞ୍ଚାଉଥିବା ଅସାମାଜିକ ଓ ଅପରାଧି ଶ୍ରେଣୀର ବ୍ୟକ୍ତିଙ୍କୁ ଦେଶଦ୍ରୋହରେ ସାମିଲ କରାଯାଇଛି। ଏଥିପାଇଁ ବିଏନ୍‌ଏସ୍‌ର ଧାରା ୧୫୨ ଲାଗୁ ହେବ। ଏଥିରେ ଆଇପିସିରେ ମାଓ ଲଞ୍ଚିଂକୁ ମଧ୍ୟ ଗୁରୁତର ସହିତ ନିଆଯାଇଛି। ଏବେ ଏହିପରି ଅପରାଧ ପାଇଁ ଆଜୀବନ କାରାଦଣ୍ଡ ସହିତ ମୃତ୍ୟୁଦଣ୍ଡର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହାକୁ ବିଏନ୍‌ଏସ୍‌ର ୧୦୩ (୨)ରେ ସାମିଲ କରାଯାଇଛି। 

କେଉଁ ଧାରାରେ ହୋଇଛି ପରିବର୍ତ୍ତନ: 

ହତ୍ୟା ପାଇଁ ଆଇପିସିରେ ଧାରା ୩୦୨ ଥିଲା, ଯାହାକି ବିଏନ୍‌ଏସ୍‌ରେ ଧାରା ୧୦୧ କରାଯାଇଛି। ହତ୍ୟା ଉଦ୍ୟମ ମାମଲାରେ ଆଇପିସିରେ ଧାରା ୩୦୭ ଥିବା ବେଳେ, ଏହାକୁ ବିଏନ୍‌ଏସ୍‌ରେ ୧୦୯ କରାଯାଇଛି। କେବଳ ଏତିକି ନୁହେଁ ବରଂ ବିନା ଦୋଷରେ ହତ୍ୟା କଲେ ପୂର୍ବରୁ ଅର୍ଥାତ୍‌ ଆଇପିସିରେ ଧାରା ୩୦୪ ଥିବା ବେଳେ ଏବେ ଏହା ବିଏନ୍‌ଏସ୍‌ରେ ୧୦୫ କରାଯାଇଛି। ସେହିପରି ଯୌତୁକ ଜନିତ ହତ୍ୟା ପାଇଁ ପୂର୍ବରୁ ଧାରା ୩୦୪ (ଖ) ଥିବା ବେଳେ ଏବେ ଏହାକୁ ଧାରା ୮୦ କରାଯାଇଛି। ଚୋରୀ ମାମଲା ପାଇଁ ଏବେ ଧାରା ୩୦୩ ଅଧିନରେ ମାମଲା ରୁଜ୍ଜୁ ହେବ। ଆଇପିସିରେ ଏହା ୩୭୯ ଥିଲା। 

ବଦଳିଲା ଧାରା ୪୨୦: 

ଅନ୍ୟ ଧାରାଗୁଡ଼ିକ ପରି ଏବେ ଦୁଷ୍କର୍ମ ପାଇଁ ପୂର୍ବରୁ ଧାରା ୩୭୬ ଥିବା ବେଳେ ଏବେ ଏହାକୁ ୬୪ କରାଯାଇଛି। ଅସଦାଚରଣ ପାଇଁ ନୂଆ ଆଇନ ଆଧାରରେ ଧାରା ୭୪ କରାଯାଇଛି। ଠକେଇ ମାମଲାରେ ପୂର୍ବରୁ ଧାରା ୪୨୦ ଲାଗୁ ହେଉଥିବା ବେଳେ ଏବେ ଏହା ୩୧୮ ଅଧିନରେ ଲାଗୁ ହେବ। ଅପମୃତ୍ୟୁ ପାଇଁ ପୂର୍ବରୁ ଧାରା ୩୦୪(କ) ଥିବା ବେଳେ ଏବେ ଏହା ୧୦୬ ହୋଇଛି। ଅପରାଧିକ ଷଡ଼ଯନ୍ତ୍ର ପାଇଁ ଧାରା ୧୨୦ (ଖ) ସ୍ଥାନରେ ଧାରା ୬୧ ଲାଗୁ ହୋଇଛି। ମାନହାନୀ ମାମଲାରେ ଧାରା ୪୯୯, ୫୦୦ ସ୍ଥାନରେ ଏବେ ୩୫୬ ଲାଗୁ ହୋଇଛି। ଚୋରି ଓ ଡକାୟତି ପାଇଁ ଯଥାକ୍ରମେ ଧାରା ୩୦୯ ଓ ୩୧୦ ରହିବ। 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.