ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

୬୦ ବର୍ଷରେ ପ୍ରଥମ, ୧୦ ବର୍ଷ ପରେ ପୁଣି କୌଣସି ସରକାର ଫେରିଛନ୍ତି: ରାଜ୍ୟସଭାରେ କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ବକ୍ତବ୍ୟ ରଖିଛନ୍ତି। ସେ ନିଜ ଭାଷଣର ଆରମ୍ଭରେ କହିଛନ୍ତି, ଭାରତର ସ୍ବାଧିନତାର ଇତିହାସର ଆମ ସଂସଦୀୟ ଲୋକତାନ୍ତ୍ରିକ ଯାତ୍ରାରେ ବହୁ ଦଶକ ପରେ ଦେଶର ଜନତା ଏହି ସରକାରକୁ ତୃତୀୟ ଥର ଦେଶ ସେବା କରିବା ପାଇଁ ଚୟନ କରିଛନ୍ତି। ୬୦ ବର୍ଷ ପରେ ଏଭଳି ହେଇଛି ଯେ, ୧୦ ବର୍ଷ ପରେ କୌଣସି ସରକାର ଫେରିଛନ୍ତି ଓ ମୁଁ ଜାଣିଛି ଭାରତର ଲୋକତନ୍ତ୍ରରେ ୬ ଦଶକ ପରେ ଏଭିଳି ଘଟଣା ପ୍ରଥମ। 

ଫଳାଫଳ ଯେତେ ଆସିଲା ସେତେବେଳେ ଆମର ଜଣେ ସାଥୀ ବାରମ୍ବାର କହୁଛନ୍ତି, ଏକ ତୃତୀୟାଶଂ ସରକାର। ଏହାଠାରୁ ବଡ ସତ ଆଉ କ’ଣ ହୋଇପାରେ। ଆମ ସରକାରକୁଙ୍କୁ ୧୦ ବର୍ଷ ହୋଇଛି, ଆଉ ୨୦ ବର୍ଷ ବାକି ଅଛି। ଏକ ତୃତୀୟାଶଂ ହୋଇଛି, ଦୁଇ ତୃତୀୟାଶଂ ବାକି ଅଛି ଓ ଏଥିପାଇଁ ତାଙ୍କର ଏହି ଭବଷ୍ୟବାଣୀ ପାଇଁ ତାଙ୍କୁ ଧନ୍ୟ ବାଦ। ମୋଦିଙ୍କ ଭାଷଣ ବେଳେ ରାଜ୍ୟସଭାରେ ବିରୋଧି ସଦସ୍ୟମାନେ ଓ୍ବାକଆଉଟ୍ କରିଥିଲେ। ବିରୋଧିଙ୍କ ପ୍ରବଳ ହଙ୍ଗାମା ଦେଖି ମୋଦି କହିଥିଲେ, ସତ ଶୁଣିବାକୁ  ଏମାନଙ୍କ ଭିତରେ ଶକ୍ତି ନାହିଁ।

ମୋଦି କହିଛନ୍ତି, ଦେଶର ଜନତା ଆମକୁ ଭାରତର ଅର୍ଥବ୍ୟବସ୍ଥାକୁ ଦୁନିଆରେ ତୃତୀୟ ସ୍ଥାନରେ ନେବା ଉପରେ କାମ ଦେଇଛନ୍ତି। ଆମ ସରକାର ୧୦ ନମ୍ବରରୁ ରୁ ୫ ନମ୍ବରରେ ପହଁଞ୍ଚିଛନ୍ତି। ବିରୋଧି କେବଳ ଅପେକ୍ଷା କରିବା ଜାଣେ। ତାଙ୍କୁ ରିମୋଟ କନଟ୍ରୋଲର ଅଭ୍ୟାସ ରହିଛି। ଆମେ ପରିଶ୍ରମ ଉପରେ ବିଶ୍ବାସ କରୁ। ଦେଶର ଜନତାଙ୍କ ବିବେକ ଉପରେ ମୁଁ ଗର୍ବିତ।ସେମାନେ ପରଫରମାନ୍ସକୁ ପ୍ରାଥମିକତା ଦେଇଛନ୍ତି ଓ ପ୍ରୋପାଗଣ୍ଡାକୁ ଫେଲ୍ କରିଦେଇଛନ୍ତି। ବିରୋଧି ଦଳ ସମ୍ବିଧାନ ଦିବସକୁ ବିରୋଧ କରିଥିଲା। ଆଜି ସମ୍ବିଧାନକୁ ନେଇ ବୁଲୁଛି। ସମ୍ବିଧାନ କେବଳ ଆମ ପାଇଁ ଧାରାର ବହି ନୁହେଁ । ମୋ ପାଇଁ ଏହାର ଶବ୍ଦ ମୂଲ୍ୟବାନ। ମୋ ମତରେ କୌଣସି ସରକାରଙ୍କ କାର୍ଯ୍ୟକଳାପରେ ମାର୍ଗଦର୍ଶନର କାମ କରିଥାଏ। କିଛି ଲୋକ ଜନାଦେଶକୁ ବୁଝିପାରୁ ନାହାନ୍ତି। ଜନତା ଆମକୁ ପୁଣିଥରେ ସୁଯୋଗ ଦେଇଛନ୍ତି। ଜନତା ଆମକୁ ଲଗାତାର ତୃତୀୟ ଥର ସୁଯୋଗ ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.