ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ଟିଏମସି ବିଧାୟକଙ୍କ ଶପଥ ଗ୍ରହଣକୁ ନେଇ ନାରାଜ ବେଙ୍ଗଲ ରାଜ୍ୟପାଳ, ରାଷ୍ଟ୍ରପତିଙ୍କୁ ଲେଖିଲେ ଚିଠି

Image Courtesy: indiatoday

କୋଲକାତା: ଶୁକ୍ରବାର ପଶ୍ଚିମବଙ୍ଗ ବିଧାନସଭାରେ ଦୁଇ ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇଛନ୍ତି ବାଚସ୍ପତି ବିମାନ ବାନାର୍ଜୀ । ଟିଏମସିର ଦୁଇ ବିଧାୟକଙ୍କ ଶପଥ ପାଠକୁ ନେଇ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଖପ୍ପା ହୋଇଛନ୍ତି । ଏହାକୁ ସମ୍ବିଧାନର ଉଲ୍ଲଂଘନ ବୋଲି ଅଭିଯୋଗ କରିଛନ୍ତି । ଗୃହର ଏକ ସ୍ବତନ୍ତ୍ର ଅଧିବେଶନରେ ବାଚସ୍ପତି ବିମାନ ବାନାର୍ଜୀ ଟିଏମସି ବିଧାୟକ ରାୟତ ହୁସେନ ସରକାର ଏବଂ ସାୟନ୍ତିକା ବନ୍ଦୋପାଧ୍ୟାୟଙ୍କୁ ଶପଥ ପାଠ କରାଇଛନ୍ତି । ଦୁଇ ବିଧାୟକ ଗତକାଲି ପର୍ଯ୍ୟନ୍ତ ରାଜ ଭବନରେ ଶପଥ ପାଠ ଉତ୍ସବକୁ ବିରୋଧ କରି ପ୍ରତିବାଦ କରୁଥିଲେ ।

 ସିଭି ବୋଷ ରାଜଭବନରେ ଶପଥ ପାଠ ଉତ୍ସବ କରାଇବାକୁ କହି ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କୁ ଦାୟିତ୍ବ ଦେଇଥିଲେ ।  କିନ୍ତୁ ଆଜି ଆଶିଷ ବାନାର୍ଜୀ ଶପଥ ପାଠ କରାଇବେ ନାହିଁ ବୋଲି ମନା କରିଥିଲେ । ବାଚସ୍ପତି ଥିବା ବେଳେ ସେ ଏହି ଉତ୍ସବରେ କେମିତି ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି କହି ଶେଷ ମୁହୂର୍ତ୍ତରେ ଓହରି ଯାଇଥିଲେ । ସେପଟେ ଉପବାଚସ୍ପତିଙ୍କ ଅପିଲ କ୍ରମେ ବାଚସ୍ପତି ବିମାନ ବାନାର୍ଜୀ ବିଧାୟକଙ୍କୁ ଶପଥ ପାଠ କରାଇଛନ୍ତି । ଏଥିରେ ଉତକ୍ଷିପ୍ତ ହୋଇ ରାଜ୍ୟପାଳ ସିଭି ବୋଷ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପତ୍ର ଲେଖି ନିଜର ଅସନ୍ତୋଷ ଜାହିର କରିଛନ୍ତି । ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବେଖାତିର କରି ଉପବାଚସ୍ପତିଙ୍କ ସ୍ଥାନରେ କାହିଁକି ବାଚସ୍ପତି ବିଧାୟକଙ୍କୁ ଶପଥ ପାଠ କରାଇଲେ ବୋଲି କହିବା ସହ ଏହାକୁ ସମ୍ବିଧାନର ଉଲ୍ଲଂଘନ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି ସିଭି ବୋଷ । 

ଏହାରି ମଧ୍ୟରେ ସାୟନ୍ତିକା ବନ୍ଦୋପାଧ୍ୟାୟ ଅଭିଯୋଗ କରିଛନ୍ତି ଯେ, ରାଜ୍ୟପାଳ ୨ ବିଧାୟକଙ୍କ ସମୟ ନଷ୍ଟ କରିଛନ୍ତି । ଆଉ ମାତ୍ର ଦେଢ଼ ବର୍ଷ କାର୍ଯ୍ୟକାଳ ରହିଛି । ରାଜ୍ୟପାଳ ଚାହିଁଥିଲେ ଏହାକୁ ଆଗରୁ ସମାଧାନ କରିପାରିଥାନ୍ତେ । ସେ ଯାହା ହେଉ ଆମେ ଶପଥ ଗ୍ରହଣ କରିସାରିଛୁ । ଏବେ ଲୋକଙ୍କ ପାଇଁ କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି । ତେବେ ଏହି ଦୁଇ ବିଧାୟକ ରାଜ୍ୟପାଳଙ୍କ ଜିଦ୍‌ ବିରୋଧରେ ବିଧାନସଭା ସାମ୍ନାରେ ଧାରଣାରେ ବସିଥିଲେ । ଗୃହରେ ବାଚସ୍ପତିଙ୍କ ଦ୍ବାରା ଶପଥ ନେବାକୁ ସେମାନଙ୍କର ଇଚ୍ଛା ଥିଲା । ଆଜି ସେୟା ହିଁ ହେଲା । ସେପଟେ ଜିଦ୍‌ ପୂରଣ ନହେବାରୁ ରାଜ୍ୟପାଳ ସଭି ବୋଷ ଅସନ୍ତୋଷ ପ୍ରକାଶ କରିଛନ୍ତି । 

 

  • CM Mamata
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.