ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

କର୍ଣ୍ଣାଟକରେ ୧୫ ମାସରେ ଆତ୍ମହତ୍ୟା କରିଛନ୍ତି ୧୧୮୨ ଚାଷୀ, ରିପୋର୍ଟ ଦେଲେ ସରକାର

ବେଙ୍ଗୁଲୁରୁ: ଚାଷୀଙ୍କ ପାଇଁ ମାଳମାଳ ଯୋଜନା । ଚାଷୀଙ୍କୁ ନେଇ ରାଜନୀତି ବି ଚାଲିଛି । ଏହାରି ମଧ୍ୟରେ ଚାଷୀ ଆତ୍ମହତ୍ୟାକୁ ନେଇ କର୍ଣ୍ଣାଟକ ସରକାରଙ୍କ ତଥ୍ୟ ଚିନ୍ତା ବଢ଼ାଇ ଦେଇଛି । କର୍ଣ୍ଣାଟକରେ ଗତ ୧୫ ମାସରେ ୧୧୮୨ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ରାଜ୍ୟର ରାଜସ୍ୱ ବିଭାଗ ତଥ୍ୟରୁ ଏହା ସାମନାକୁ ଆସିଛି । ଚାଷୀଙ୍କ ଆତ୍ମହତ୍ୟା ପଛରେ ମରୁଡ଼ି, ଫସଲ ନଷ୍ଟ ଏବଂ ଅତ୍ୟଧିକ ଋଣ ପ୍ରମୁଖ କାରଣ ବୋଲି ବିଭାଗ ନିଜ ରିପୋର୍ଟରେ ଦର୍ଶାଇଛି । 

ରିପୋର୍ଟ ଅନୁସାରେ, କର୍ଣ୍ଣାଟକର ୩ଟି ଜିଲ୍ଲାରେ ସର୍ବାଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି । ବେଲଗାଭି, ହାଭେରି ଏବଂ ଧରୱାଡରେ ଯଥାକ୍ରମେ ୧୨୨, ୧୨୦ ଏବଂ ୧୦୧ ଚାଷୀ ଆତ୍ମହତ୍ୟା କରିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । ଚିକମଗଲୁରରେ ୮୯, କାଲାବୁର୍ଗିରେ ୬୯ ଏବଂ ୟାଦାଗିରିରେ ଏହି ଅବଧିରେ ୬୮ଟି ଚାଷୀ ଆତ୍ମହତ୍ୟା ମାମଲା ସାମନାକୁ ଆସିଛି ।   କର୍ଣ୍ଣାଟକର ୩୧ ଜିଲ୍ଲା ମଧ୍ୟରୁ ୨୭ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା କରିଛନ୍ତି । ତେବେ ଏଥିରୁ ମାତ୍ର ୬ଟି ଜିଲ୍ଲାରେ ହିଁ ଏହି ସଂଖ୍ୟା ଦୁଇ ଅଙ୍କ ମଧ୍ୟରେ ରହିଛି । ଅନ୍ୟ ୨୧ଟି ଜିଲ୍ଲାରେ ସ୍ଥିତି ସଙ୍ଗୀନ ରହିଛି । 

ଏହି ସବୁ ଜିଲ୍ଲାରେ ୩୦ରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି । ଗତ ବର୍ଷ ସେପ୍ଟେମ୍ୱର ମାସରେ କର୍ଣ୍ଣାଟକର ମନ୍ତ୍ରୀ ଶିବାନନ୍ଦ ପାଟିଲ ଏକ ବୟାନ ଦେଇଥିଲେ, ଯାହା ବଡ଼ ବିବାଦ ସୃଷ୍ଟି କରିଥିଲା । ସେ କହିଥିଲେ ଯେ ରାଜ୍ୟ ସରକାର କ୍ଷତିପୂରଣ ରାଶିକୁ ୫ ଲକ୍ଷ ଟଙ୍କା କରିବା ପରେ ରାଜ୍ୟରେ ଚାଷୀ ଆତ୍ମହତ୍ୟା ମାମଲା ଅସାଧାରଣ ଭାବେ ବୃଦ୍ଧି ପାଇଛି । କିନ୍ତୁ ପରେ ମନ୍ତ୍ରୀ ନିଜ ବୟାନରୁ ଓହରି ଯାଇଥିଲେ । ଅନ୍ୟପଟେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଥିଲେ ଯେ ଯେଉଁମାନେ ଆତ୍ମହତ୍ୟା କରନ୍ତି ସେମାନେ ବ୍ୟକ୍ତିଗତ କାରଣ ପାଇଁ କରନ୍ତି ଏବଂ ସେମାନଙ୍କୁ ଚାଷୀ କୁହାଯାଇ ପାରିବ ନାହିଁ ।

  • Karnataka
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.